୫ ଲକ୍ଷ ଟଙ୍କାର ଚୋରା ତମ୍ବାତାର ଜବତ

 ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧିନ ଜାମୁତୋଟା ନିକଟରେ ଥିବା ଏକ ଘରୁ ପୁଲିସ ଲକ୍ଷାଧିକ ଟଙ୍କାର ଚୋରା ତମ୍ଭା ତାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ରଥିଜେମା ନୁଆସାହି ଗ୍ରାମର ସନ୍ତୋଷ କୁମାର ସାହୁ  । ମାତ୍ର ଏହି ଚୋରା ତମ୍ଭା ତାର ବ୍ୟବସାୟରେ ଲିପ୍ତ ଥିବା ମୁଖ୍ୟ ବେପାରୀ ଫେରାର ଥିବାବେଳେ ପୁଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ  । ଖବର ନେବାରେ ଜଣାପଡିଛିି ଶନିବାର ଭୋର ପ୍ରାୟ ୫ ଟାରେ ଉପରୋକ୍ତ ଘରେ ଚୋରା ତମ୍ଭା ତାର ରଖାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢାଉ କରିଥିଲା  । ଚଢାଉ ବେଳେ ୨ରୁ ଅଧିକ ଯୁବକ ସମେତ ମୁଖ୍ୟ ବ୍ୟବସାୟୀ ଖସି ପଳାଇଥିବା ବେଳେ ଜଣକୁ ଧରିବାରେ ସକ୍ଷମ ହୋଇଛି ପୁଲିସ  । ଏଥିସହ ଉକ୍ତ ଘରୁ ବିଭିନ୍ନ ସ୍ଥାନରେ ଗଛିତ ହୋଇ ରହିଥିବା ବିପୁଳ ପରିମାଣର ତମ୍ଭା ତାର ଜବତ କରିଥିଲା  । ଜବତ ତାରର ପରିମାଣ ୮ କୁଇଣ୍ଟାଲ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି  ।