୬୧ ୟୁନିଟ୍ ରକ୍ତ ସଂଗ୍ରହ

 ବ୍ରହ୍ମବରଦା : ରସୁଲପୁର ବ୍ଲକ  ବନ୍ଧଡିହ ପଂଚାୟତ ହାଟ ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଷ୍ଣୁପ୍ରିୟା ଚାରିଟେବୁଲ ଓ ମାରୁତିକୃପା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ ଉଦଘାଟନ କରିଥିଲେ । କଟକ ସେଂଟ୍ରାଲ ରେଡକ୍ରସ ରକ୍ତକେନ୍ଦ୍ରର ଡକ୍ଟର ବିନୟ ପୃଷ୍ଟି, ତାପସ କୁମାର ମହନ୍ତ, ରାମ ପ୍ରସାଦ ରାୟ, ବିଜୟ କୁମାର ସ୍ୱାଇଁ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କ ଠାରୁ ମୋଟ ୬୧ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ବରୀ ବିଜେପି ନେତା ଦେବେନ୍ଦ୍ର ଦାସ, ଯୁବ ସଙ୍ଗଠକ ଚିତରଂଜନ ମହାନ୍ତି, ସଞ୍ଜୟ କୁମାର ବେହେରା, ସନ୍ତୋଷ ସାହୁ, ଶୁଶାନ୍ତ ଜେନା, ସୁଦାମ ଚରଣ ଓଝା, ରଂଜନ ବେହେରା, ସୁବ୍ରତ ସାହୁ, ଗଣେଶ୍ୱର ବେହେରା, ଦୁଶାସନ ପୃଷ୍ଟି, ଦିଲ୍ଲିପ ଦାସ, ମମତା ରାଉତ, ଅନିଲ ରାଉତ ପ୍ରମୁଖ ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।