୯୬ % ରଖି ସୁନାମ ଆଣିଲେ ପବ୍ଲିକ ସ୍କୁଲ ଛାତ୍ରୀ
ନବରଙ୍ଗପୁର : ନବରଙ୍ଗପୁର ପବ୍ଲିକ ସ୍କୁଲ ର ୧୩ ଜଣ ସି.ବି.ଏସ୍.ଇ. ପରୀକ୍ଷାର୍ଥୀ ଛାତ୍ରୀ ମାନଙ୍କ ମଧ୍ୟରେ ସ୍ଥାନୀୟ ଟାପାକାରିଆଗୁଡା ପ୍ରକାଶ କୁମାର ନାୟକଙ୍କ ଝିଅ ପ୍ରଜ୍ଞା ସ୍ମିତା ନାୟକ ଶତକଡା ୯୬% ରଖି ବିଦ୍ୟାଳୟର ତଥା ଜିଲ୍ଲାର ସୁନାମ ଆଣିଛନ୍ତି । ଏହି ଗ୍ରାମର ପ୍ରସନ୍ନ କୁମାର ଖୁଣ୍ଟିଆଙ୍କ ଝିଅ ପ୍ରିନ୍ସୁ ଖୁଣ୍ଟିଆ ୯୪% ଓ ନବରଙ୍ଗପୁର ବିନାୟକ ନଗରର ଭଗବାନ ମାଝୀଙ୍କ ଝିଅ ତ୍ରିଶା ମାଝୀ ୯୦%, ନୀଳକଣ୍ଠଗୁଡା ର ସତ୍ୟରୂପା ଜଗଦୀଶଙ୍କ ଝିଅ ସତ୍ୟରୂପା ଐଶର୍ୟା ୮୯%, ସେନାପତି ସାହିର ପିତା ସ୍ୱର୍ଗତ ସଞ୍ଜୟ ନାୟକ ଓ ମାତା ଜ୍ୟୋସ୍ନା ନାୟକଙ୍କ ଝିଅ ସେରୋନ ସ୍ନିତି ନାୟକ ୮୪% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀ ମାନଙ୍କ ସଫଳତାରେ ଅଭିଭାବକ ମାନେ ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଧ୍ୟକ୍ଷା ସ୍ୱର୍ଣ୍ଣ ଲତା ପଟ୍ଟନାୟକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।