ଖରାଦିନେ ପିଲାମାନଙ୍କ ସ୍ୱାସ୍ଥ୍ୟ 


ଡା.ଜ୍ୟୋତିରଞ୍ଜନ ଚମ୍ପତ୍ତିରାୟ : ଖରା ବଢ଼ିଲାଣି  । ଦିନକୁ ଦିନ ରୌଦ୍ରତାପ ଧରାପୃଷ୍ଠକୁ ଉତ୍ତପ୍ତ କଲାଣି  । ଖରାଦିନଟି ପିଲାମାନଙ୍କ ପାଇଁ କଷ୍ଟକର ହୋଇଥାଏ ବୋଲି ଅନେକ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ବାପାମାଆମାନେ ଦୁଃଖ ପ୍ରକାଶ କରିଥାନ୍ତି  । ବାସ୍ତବ କଥା ହେଉଛି ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ପିଲାମାନଙ୍କ ପାଇଁ ସତର୍କ ରହିବା ବାପାମାଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ  । ଛୋଟ ପିଲାଙ୍କ ପାଇଁ ଖରାଦିନରେ ଅନେକ ସ୍ୱାସ୍ଥ୍ୟଗତ ସଚେତନ ହେବାକୁ ପଡ଼ିଥାଏ  । ଖରାଦିନେ ଦୀର୍ଘଛୁଟି ପାଇ ପିଲାମାନେ ବିଳମ୍ବିତ ରାତି ଯାଏ କାର୍ଟୁନ ଚ୍ୟାନେଲ୍ ଦେଖା, ଟିଭି ଦେଖା କିମ୍ବା କମ୍ପୁ୍ୟଟରରେ ଭିଡ଼ିଓ ଗେମ୍ ଖେଳି ବିଳମ୍ବରେ ଶୋଇ ବିଳମ୍ବରେ ଶଯ୍ୟା ଛାଡ଼ିବା ଭଲ ଅଭ୍ୟାସ ନୁହେଁ  । ପିଲାମାନଙ୍କୁ ସ୍ୱାସ୍ଥ୍ୟସଚେତନ କରିବା ପାଇଁ ବାପାମାଆ ମାନେ ସେମାନଙ୍କୁ ପ୍ରତୁ୍ୟଷରୁ ଶଯ୍ୟା ତ୍ୟାଗ ଅଭ୍ୟାସ କରାଇବା ସହ ଯୋଗ ପ୍ରାଣାୟମ ମଧ୍ୟ ଭଲ  । ତେବେ ଛୋଟ ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ଶରୀର ସାମର୍ଥ୍ୟର ବିଶ୍ରାମ ଅନୁଯାୟୀ ଶୋଇବା ଭଲ  । ଖରାଦିନେ ପିଲାମାନଙ୍କ ଦେହରୁ ଜଳୀୟ ଅଂଶ କମିଯାଉଥିବାରୁ ସେମାନଙ୍କୁ ସିଝାପାଣି କିମ୍ବା ଶୋଧିତ ହୋଇଥିବା ପାଣି ପିଇବାକୁ ଦିଅନ୍ତୁ  । ତେବେ ସୁରେଇ ପାଣି ମଧ୍ୟ କିଛି ମନ୍ଦ ନୁହେଁ  । ଏହିଦିନରେ ଶରୀରରୁ ହଜମ କରିବାର ଶକ୍ତି ବଢ଼ାଇଥିବାରୁ ପିଲାମାନଙ୍କୁ ଖାଦ୍ୟ ସହିତ ଫଳ, ସାଲାଡ଼୍ ଖାଇବାକୁ ଦିଅନ୍ତୁ  । ସେମାନଙ୍କୁ ବଜାରର ଖାଦ୍ୟ ଓ ପ୍ରଦୂଷିତ ଖାଦ୍ୟ ଠାରୁ ଦୂରେଇ ଘର ଖାଇବା ଖୋଇବା ଶିଖାନ୍ତୁ  । ଏହି ଦିନରେ ପିଲାମାନେ ଥଣ୍ଡାପାନୀୟ ପିଇବା ପାଇଁ ରୁଚି ରଖୁଥିବାରୁ ପିଲାଙ୍କୁ ସେଥିରୁ ନିରୁତ୍ସାହିତ କରି ବରଂ ଘରେ ଫଳରସ ବି କରିପାରିବେ  । ତେବେ ଉତ୍ତମ ସ୍ୱାସ୍ଥ୍ୟମାନର ବାହାର ଫଳରସ ଖରାପ ବି ନୁହେଁ  । ତେବେ ସୋଢ଼ା ଜାତୀୟ ପାନୀୟ ଠାରୁ ପିଲାଙ୍କୁ ସର୍ବଦା ଦୂରେଇ ରଖନ୍ତୁ ସେହିପରି ଫ୍ରିଜ୍ରୁ ସାଙ୍ଗେ ସାଙ୍ଗେ କଢ଼ା ଯାଇଥିବା ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଠାରୁ ଅଧିକ କ୍ୟାଲୋରୀଯୁକ୍ତ ଆଇସ୍କ୍ରିମ୍ ଓ ଥଣ୍ଡା ଚକୋଲେଟ ମଧ୍ୟ ଖରାପ  । 
ଖରାଦିନରେ ପିଲାମାନଙ୍କ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ  । ପିଲାମାନଙ୍କୁ ନିର୍ଦ୍ଧିଷ୍ଟ ଖରାର ତେଜ ପଡ଼ୁଥିବା ସମୟରେ ଘରୁ ବାହାରକୁ ନଛାଡ଼ିବା ଭଲ  । ସେହି ସମୟ ହେଉ ବା ରାତି ସମୟ ପିଲାମାନଙ୍କ ଶୋଇବା କ୍ଷେତ୍ରରେ ଆପଣ ନିଜେ ଏକ ଭଲ ରୁଟିନ୍ କରିପାରିବେ  । ପିଲାର ସ୍ୱାସ୍ଥ୍ୟ ଓ ଖାଇବା ସହ ବୌଦ୍ଧିକ କ୍ଷେତ୍ରକୁ ଦେଖି ଶୋଇବା ସମୟ ନିର୍ଘଣ୍ଟ କରିପାରିନ୍ତି  । ସେହିପରି ଖରାର ତେଜ ପିଲାମାନଙ୍କ ଚର୍ମ ପାଇଁ କିଛି କ୍ଷେତ୍ରରେ କଷ୍ଟଦାୟକ ହୋଇପଡ଼ିଥାଏ  । କାରଣ ଏହି ସମୟରେ କିଛି ପିଲାଙ୍କ କ୍ଷେତ୍ରରେ ସଂକ୍ରାମକ ଜାତୀୟ ଚର୍ମରୋଗର କଷ୍ଟକର ସମସ୍ୟା ବି ରହିଥାଏ  । ପିଲାମାନଙ୍କୁ ସଂକ୍ରାମକ ରୋଗୀଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖନ୍ତୁ  । ଖରାଦିନରେ କିଛି ପିଲାଙ୍କୁ ନାକରୁ ରକ୍ତ ପଡ଼ିବା ସମସ୍ୟା ଦେଖାଦେଇଥାଏ  । ଏ କ୍ଷେତ୍ରରେ ସର୍ବପ୍ରଥମେ ଚିତ୍କରି ଶୋଇଦେବା ବା‚ନୀୟ  । ତେବେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ  । ପିଲାମାନେ ଏହି ଦିନରେ ଘମିର ପରି ସାମୂହିକ କୁଣ୍ଡିଆ ରୋଗଟିକୁ କିଛି କ୍ଷେତ୍ରରେ ସାମ୍ନା କରିଥାନ୍ତି  । ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚିକିତ୍ସା କଲେ ପ୍ରାରମ୍ଭିକ ସମୟରୁ ନିୟନ୍ତ୍ରଣାଧୀନ ହୋଇ ପିଲାଟି ସୁସ୍ଥ ହୋଇଯିବ  । ଏହି ସମୟରେ ବିଶେଷକରି ଖରା ସମୟରେ ଯେପରି ପିଲାଟି ବାହାରକୁ ନଯାଏ ସେ ଦିଗଟିକୁ ଦେଖନ୍ତୁ । ଆଗକୁ ଗ୍ରୀଷ୍ମ ଲହରି ବୃଦ୍ଧି ପାଇଲେ ଅଂଶୁଘାତର ସମସ୍ୟା ମଧ୍ୟ ଦେଖାଦେଇପାରେ ।  
 ତେବେ ଖରାଦିନରେ ପିଲାମାନଙ୍କ ରୁଚିକୁ ଦେଖି ଫୁଡ଼୍ମେନୁ କରିପାରିବେ  । ପିଲାଙ୍କୁ ଏହି ଦିନରେ ଖାଦ୍ୟସହ ଡାଲି, ଖୁବ୍ କମ୍ ଦହି, ଫଳରସ, ଗଜାବୁଟସହ ପ୍ରଚୁର ପରିମାଣରେ ସାଲାଡ଼୍ ରଖନ୍ତୁ  । ପିଲାମାନଙ୍କୁ ସବୁଜ ପରିବା ଖାଇବାକୁ ଦିଅନ୍ତୁ  । ପିଲାମାନଙ୍କ ସ୍ୱାସ୍ଥ୍ୟପାଇଁ କ୍ଷୀର ଅତ୍ୟନ୍ତ ସ୍ୱାସ୍ଥ୍ୟ ଦାୟକ  । ଏହି ଦିନରେ ପିଲାମାନେ ବିଶେଷକରି ଥଣ୍ଡା ପାନୀୟ, ଆଇସକ୍ରିମ ଓ ଥଣ୍ଡା ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଏଥିରୁ ପିଲାଟିକୁ ଯଥା ସମ୍ଭବ ଯେତେ ଦୂରେଇବେ ସେତେ ଭଲ । ବରଂ ଆପଣ ଘରୋଇ ଭାବରେ ଏହିସବୁ ପଦାର୍ଥ ତିଆରି କରିପାରିବେ । ସେହିପରି ଫାଷ୍ଟଫୁଡ ଖାଦ୍ୟ ଓ ଆମିଷ ଖାଦ୍ୟ ଯେତେ କମ ଦେବା ଭଲ । ଏପରି କ୍ଷେତ୍ରରେ ଋତୁକାଳୀନ ଫଳ ପିଲାଟିକୁ ଦିଅନ୍ତୁ । କିମ୍ବା ପିଲାଟି ଭଲ ପାଉଥିଲେ ବିଭିନ୍ନ ଫଳ ସମିଶ୍ରିତ ଜୁସ ତିଆରି କରି ଦେବା ଭଲ । ବଜାରର ଫାଷ୍ଟଫୁଡ ପ୍ରଥମତଃ ପିଲାମାନଙ୍କ ପାଇଁ ଗରିଷ୍ଠ ଦ୍ୱିତୀୟତଃ ଏହା ସେମାନଙ୍କର ଖାଦ୍ୟ ରୁଚିକୁ ବଦଳାଇ ଦେବ । ଖରାଦିନେ ଆପଣ ଯଥା ସମ୍ଭବ ପିଲାଟିକୁ ଘରୋଇ ଖାଦ୍ୟ ଦେବା ବହୁତ ଭଲ ।  ପିଲାମାନେ ଶରୀରର ଓଜନ ଅନୁଯାୟୀ କ୍ୟାଲୋରୀଯୁକ୍ତ ଖାଦ୍ୟ ଦିଅନ୍ତୁ  । ପିଲାମାନେ ଏହି ଦିନରେ ବାହାରକୁ ଯିବାକୁ ସମୟ ପାଇଥିବାରୁ ପିଲାମାନଙ୍କୁ ଦୂର ଯାତ୍ରାରେ ନେଉଥିଲେ ଆପଣଙ୍କ ଯାତ୍ରା ଓ ଦର୍ଶନୀୟ ଭ୍ରମଣ ସହ ସ୍ୱତନ୍ତ୍ର ରୁଟିନ୍ ରଖିପାରିବେ  । ଖରାଦିନ ପିଲାମାନଙ୍କ ପାଇଁ କିଛି ଅବକାଶ ସୃଷ୍ଟି କରିଥାଏ  । ସୃଜନଶୀଳ କ୍ଷେତ୍ରରେ ପିଲାମାନଙ୍କୁ ସ୍ୱାସ୍ଥ୍ୟଭିତ୍ତିକ ଶିକ୍ଷା ଦିଅନ୍ତୁ  । ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକତା ଭାବନାର ଶିକ୍ଷା ଦେବାପାଇଁ ବାଳବିକାଶ ବା ଆଧ୍ୟାତ୍ମିକ ଶିକ୍ଷାଭିତ୍ତିକ ଅନୁଷ୍ଠାନ ଯିବାକୁ ଦିଅନ୍ତୁ  । ପିଲାମାନଙ୍କୁ ଖରାଦିନରେ ସବୁଜବନାନୀରେ କିଛି ମୁହୂର୍ତ୍ତ ବିତାଇବାକୁ ସମୟ ଓ ଯୋଜନା ରଖନ୍ତୁ ଏହା ପିଲାମାନଙ୍କ ସ୍ୱାସ୍ଥ୍ୟସହ ବୌଦ୍ଧିକ ସୃଜନଶୀଳ କ୍ଷେତ୍ର ପାଇଁ ବହୁତ ଭଲ  । ଖରାଦିନ ପିଲାମାନଙ୍କ ପାଇଁ ଏକ ପ୍ରକାର ଛୁଟି ଦିନ ହୋଇଥିବାରୁ ଏହି ଦିନରେ ସେମାନଙ୍କ ସ୍ୱାସ୍ଥ୍ୟକ୍ଷେତ୍ର ଠାରୁ ସୃଜନଶୀଳକ୍ଷେତ୍ର, ଖାଇବା ଓ ବିଶ୍ରାମ ଠାରୁ ସେମାନଙ୍କୁ ସବୁକ୍ଷେତ୍ରରେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରନ୍ତୁ  । ବାହାରେ ରହୁଥିବା ପିଲାମାନଙ୍କ ପାଇଁ ଗାଁରେ ନିଜ ପରିଜନଙ୍କ ସହ ସମୟ ବିତାଇବା ପାଇଁ ସମୟର ଦିନ ହେଉଛି ଏହି ଖରାଦିନ  । ଏ କ୍ଷେତ୍ରରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଦିଗକୁ ସଚେତନ ରଖନ୍ତୁ  । ତେବେ ପିଲାମାନଙ୍କ ପାଇଁ ଖରାଦିନଟି କଷ୍ଟକର ବୋଲି ନଭାବି ଶିକ୍ଷାଭିତ୍ତିକ, ପ୍ରେରଣାଦାୟକ ଓ ସ୍ୱାସ୍ଥ୍ୟ ଚିନ୍ତନର ରୁଟିନ୍ଟି ରଖିଲେ ଦେଖିବେ ପିଲାମାନଙ୍କ ପାଇଁ ଖରାଦିନ ବରଂ ବହୁତ ଭଲର ଦିନ ହୋଇପାରିବ  । 
 ଋ-ଜ୍ଞବସକ୍ଷ : ୟକ୍ସହଚ୍ଚକ୍ଟଗ୍ଧସକ୍ସବଦ୍ଭହବଦ୍ଭମଷବଜ୍ଞକ୍ଟ୍ରବଗ୍ଧକ୍ସବଚ୍ଚ୧୨୩ଅଶଜ୍ଞବସକ୍ଷ.ମକ୍ଟଜ୍ଞ