ଆମ ହସ୍ପିଟାଲ ଯୋଜନାରେ ୪୯ ମେଡିକାଲ ସାମିଲ୍ 

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବଦଳିବ ସ୍ୱାସ୍ଥ୍ୟ ସେବାର ଚିତ୍ର । ଗଞ୍ଜାମ ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଫେଜ୍ -୨ରେ ପୁଣି ୪୯ ସରକାରୀ ମେଡିକାଲ ସାମିଲ ହୋଇଛନ୍ତି । ଏଥିପାଇଁ ୮୩ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ୧୩ ଟି ନିର୍ବାଚନ ମଣ୍ଡଳୀର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୧୧ ଟି ୩୫ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛନ୍ତି । ୪୯ଟି ମେଡିକାଲର ଉନ୍ନତିକରଣ କିପରି ହେବ ସେ ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସିଭିଲ କାମ କଣ ସବୁ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏକ ପ୍ଲାନ ପ୍ରସ୍ତୁତ କରିବା ସହ ଆର୍କିଟେକ ସହୟତା ନେବା ପାଇଁ କୁହାଯାଇଛି  । ଆମ ହସ୍ପିଟାଲ ଯୋଜନାରେ ଭିତ୍ତିଭୂମି ସୁଦୃଢ ସହ କୋଠାର ଉନ୍ନତିକରଣ ସହ ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ସିଭିଲ କାର୍ଯ୍ୟ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପିଛା ୨୯୨ ଲକ୍ଷ ଖର୍ଚ୍ଚ କରାଯିବ ସେହିପରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପିଛା ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ୩ଟି ସ୍ୱାସ୍ଥ୍ୟ କେନ୍ଦ୍ର, ଛତ୍ରପୁର ନିର୍ବାଚନ ମଣ୍ଡଳୀର ୪ଟି, ହିଞ୍ଜିଳିର ୫, କବିସୂର୍ଯ୍ୟନଗରର ୩, ଖଲ୍ଲିକୋଟର ୬, ଦିଗପହିର ୭, ଚିକିଟି ୪, ସାନଖେମୁି ୫, ଗୋପାଳପୁର୧, ସୋରଡା ୪, ଭଞ୍ଜନଗର ୪, ପୋଲସରା ୨ ଓ ଆସିକା ନିର୍ବାଚନ ମଳୀରେ ୧ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଛନ୍ତି  । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲାପାଳ ଦୀନା ଦସ୍ତାଗିର, ଆଇଏଏସ ପ୍ରୋବିସନାଲ ପ୍ରଣିତା ଦାଶ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ  । ଗଞ୍ଜାମ ଜିଲ୍ଲାରେ ଆମ ହସ୍ପିଟାଲ ଯୋଜନାର ଫେଜ ୧ ରେ ୧୧ ଟି ସରକାରୀ ମେଡିକାଲ ସାମିଲ ଥିଲେ ।