ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

କବାଟବନ୍ଧ : ଜେନାପୁର ଥାନା ଗଡ଼ମଧୁପୁର ଗ୍ରାମରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗଡ଼ମଧୁପୁର ଗ୍ରାମର ଶଙ୍କର ପ୍ରତାପ ଦାସଙ୍କ ପୁଅ ସଞ୍ଜିତ ଘର ନିକଟସ୍ଥ ସର୍ବସାଧାରଣ ସ୍ଥାନକୁ ଶୌଚ ହେବାକୁ ଯାଇଥିବା ବେଳେ ଗ୍ରାମର ଏକ ପରିବାର ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସଞ୍ଜିତଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।