କାଳ ବୈଶାଖୀ; ଅଳ୍ପକେ ବର୍ତ୍ତିଲା ବର ଗାଡି

ବୁଧବାର ଅପରାହ୍ନରେ ଯାଜପୁର ସଦର ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରାୟଏକ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡଘଡି ଯୋଗୁ ବହୁକ୍ଷତି ହୋଇଥିବା ଜଣାପଡିଛି । ପ୍ରବଳ ବେଗରେ ପବନ ଯୋଗୁ ୨୦ନମ୍ବର ଜାତୀୟ ରାଜପଥର କୁଆଖିଆ-ବରୁଆଁ ରାସ୍ତାର ହରିପୁର ନିକଟରେ ବର ଗାଡି ଉପରେଏକ ଗଛ ଉପୁଡି ପଡ଼ିବା ଯୋଗୁଁ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା । ଖବର ପାଇ ବରୁଆଁ ଅଗ୍ନିଶମ ଓ ଜରୁରୀ ସେବା ବାହିନୀ ଘଟଣା ସ୍ଥଳରେ ପହଁଚି ଗଛକୁ କାଟି ରାସ୍ତାରେ ଗାଡି ମଟର ଚଳାଚଳ ସ୍ୱାଭାବିକ କରିଥିଲେ । ଗଛ ତଳେ ଚାପି ହୋଇ ରହିଥିବା ଗାଡିର ବହୁ କ୍ଷତି ହୋଇଥିଲେ ହେଁ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ପ୍ରାୟ୨ଘଣ୍ଟାରୁ ଅଧିକ ସମୟ ରାସ୍ତା ବନ୍ଦ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଥିବା ଜଣାପଡ଼ିଛି ।