କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା

 ତାଳଚେର: ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେରର ଏକ ପ୍ରତିନିଧି ଦଳ ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ତାଳଚେରର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ପୂର୍ବକ ଆଲୋଚନା କରିଛନ୍ତି । ତାଳଚେର କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ବିଭିନ୍ନ ସମସ୍ୟା ଯଥା ବେକାରୀ ଯୁବକ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ, ଖଣି ନିକଟସ୍ଥ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ତାଳଚେର ଗାଡି ମାଲିକମାନଙ୍କର ବିଭିନ୍ନ ସମସ୍ୟା ଯଥା ଆବଶ୍ୟକ ମୁତାବକ ଡିଓ ପ୍ରଦାନ କରିବା, କ୍ଷତିଗ୍ରସ୍ତ ପ୍ରଜା ଯେଉଁମାନେ ଗାଡି କରି ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କର ଗାଡିଗୁଡ଼ିକୁ ଲୋଡିଂ କ୍ଷେତ୍ରରେ ପ୍ରଥମେ ଅଗ୍ରାଧିକାର ଦିଆଯିବା, କୋଇଲା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଯଥା ଶ୍ରମିକମାନଙ୍କୁ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ସମସ୍ତଙ୍କୁ ଏଚପିସି ହାରରେ ପେମେଣ୍ଟ ପ୍ରଦାନ କରାଯିବା, ସିକୁ୍ୟରିଟି କର୍ମୀ ମାନଙ୍କର ଏଚ୍ପିସି ପେମଣ୍ଟ କରାଯିବା, ସମସ୍ତଙ୍କୁ ମେଡିକାଲ ସୁବିଧା, ଗିଫ୍ଟ କାର୍ଡ, ଦଶହରା ବୋନସ୍ ଓ ଏମସିଏଲ ପକ୍ଷରୁ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ଠିକା ଶ୍ରମିକମାନଙ୍କୁ ଯୋଗାଇ ଦେବା ଇତ୍ୟାଦି ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।