ମାଡିଗଲା ଟ୍ରକ; ଜଣେ ମୃତ
।ା ପ୍ରଭାନୁ୍ୟଜ ।ା ଧର୍ମଶାଳା: ଏହିଥାନା ବାରବାଟି ପରିବା ହାଟରେ ପରିବା କିଣୁଥିବା ବେଳେ ଜଣକ ଉପରେ ଟ୍ରକ ମାଡିଯିବାରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକ ବ୍ରହ୍ମବରଦା ଥାନା କୁଣ୍ଡପାଟଣା ଗ୍ରାମର ବୋଧିଆ ବେହେରା (୩୪) ହୋଇଥିବା ବେଳେ ବାରବାଟି ହାଟରୁ ପରିବା ନେବା ପାଇଁ ଆସିଥିଲେ । ପରିବା ହାଟରେ ରାସ୍ତା କଡରେ ନିଜ ଲୁନା ରଖି ପରିବା କିଣୁଥିବା ବେଳେ ଓଡି୦୪ପି-୯୨୯୬ ନଂ ବିଶିଷ୍ଟ ଏକ ଟ୍ରକ ଲୁନା ସହ ତାଙ୍କ ଉପରେ ମାଡିଯାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ତଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଲୁନାକୁ ଜବତ କରିଛି । ମୃତଦେହକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ତପନ କୁମାର ନାୟକ ସୂଚନା ଦେଇଛନ୍ତି । ।