ଦୁର୍ଘଟଣାରେ ଯୁବକ ମୃତ

ଚିଲିକା : ବଡ଼ଶଙ୍ଖ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି  । ଗତ କାଲି ରାତିରେ ଟାଙ୍ଗୀ ବ୍ଲକ ବଡ଼ ପୋଖରୀଆ ଗ୍ରାମର ସୌମେନ୍ଦ୍ର ପାଇକରାୟ ୨୪ ବର୍ଷୀୟ ଏକ ବାଇକରେ ବଡ଼ ପୋଖରୀଆରୁ କାଳୁପଡା ଘାଟ ଅଭିମୁଖେ ଯାଉଥିଲେ  । ଟାଙ୍ଗୀ କାଳୁପଡାଘାଟ ରାସ୍ତାରେ ଯାଉଥିବାବେଳେ ବଡ଼ଶଙ୍ଖ ଠାରେ ମୋଡଣୀ ରାସ୍ତା ଥିବାରୁ ବାଇକଟି ଭାରସାମ୍ୟ ହରାଇ ବଡ଼ ଶଙ୍ଖ ପୋଲର ବାଡ଼ରେ ପିଟି ହୋଇଯିବା ଫଳରେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଯୁବକ ଜଣକ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ  । ସେହିବାଟେ ଯାଉଥିବା ସ୍ଥାନୀୟ ଯୁବକମାନେ ସେଠାରେ ପହଁଚି ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ  । ସେଠାରେ ତାଙ୍କୁ ପ୍ରାଥମିକ ଚିକିସôା ପରେ ଅଧିକ ଚିକିସôା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା  । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଟାଙ୍ଗୀ ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚଳାଇଛି  । ଗତ ୩ ମାସ ମଧ୍ୟରେ ବଡ଼ ଶଙ୍ଖ ଠାରେ ଦୁର୍ଘଟଣା ଘଟି ୫ରୁ ଅଧିକ ଜୀବନ ଯାଇଥିବା ଜଣାପଡିଛି  ।