କୃଷକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ଡାଲମିଆ ଭାରତ
ଭୁବନେଶ୍ୱର: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ତାର ଦୀର୍ଘସ୍ଥାୟୀ କୃଷି ପ୍ରୟାସ ପ୍ରୋଜେକ୍ଟ ଅନ୍ନଦାତା ଜରିଆରେ ଓଡ଼ିଶାର ଗ୍ରାମାଞ୍ଚଳରେ ଏକ ରୂପାନ୍ତରଣକାରୀ ପ୍ରଭାବ ପକାଉଛି । ପ୍ରାଥମିକ ଭାବରେ ୮୦୦ କୃଷକଙ୍କ ଉପରେ ଦୃଷ୍ଟିନିବଦ୍ଧ କରି ୨୦୨୩ରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ ତ୍ୱରିତ ଭାବରେ ସମ୍ପ୍ରସାରିତ ହୋଇ ସୁନ୍ଦରଗଡ ଜିଲାର ୩୧ଟି ଗ୍ରାମରେ ୫,୦୦୦ରୁ ଅଧିକ କୃଷକଙ୍କ ନିକଟରେ ପହଞ୍ଚିପାରିଛି । ପ୍ରୋଜେକ୍ଟ ଅନ୍ନଦାତା ଗ୍ରାମୀଣ କୃଷକଙ୍କୁ ଉଚ୍ଚ ମାନର ଧାନ ବିହନ, ଗୋଷ୍ଠୀ ନେତୃତ୍ତ୍ୱରେ ପରିଚାଳିତ ଶସ୍ୟବ୍ୟାଙ୍କ ସୁବିଧା ଯୋଗାଇଦେବା ସହିତ ଏକ ବିକଳ୍ପ ଇନ୍ଧନ ଉତ୍ସ ଭାବରେ ଫେରସ୍ତ କ୍ରୟ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କ ନିକଟରୁ ବର୍ଜ୍ୟ ନଡା କୁଟା ଆଦିକୁ ସଂଗ୍ରହ କରୁଛି । ଏହି ଗ୍ରହଣଯୋଗ୍ୟ ଆଭିମୁଖ୍ୟ କୃଷି ଉତ୍ପାଦିକତା ଏବଂ କୃଷକମାନଙ୍କର ଆୟ ବୃଦ୍ଧି କରିବା ସହିତ ଉଲ୍ଲେଖନୀୟ ଭାବରେ ଅଙ୍ଗାରକାମ୍ଲ ନିର୍ଗମନ ପରିମାଣରେ ହ୍ରାସ ଘଟାଉଛି ଏବଂ ଉଭୟ ଅର୍ଥନୈତିକ ଏବଂ ପରିବେଶଗତ ଦୃଢତା ନିର୍ମାଣରେ ସହାୟକ ହେଉଛି । ଏହି ପ୍ରୟାସର ସଫଳତା ସମ୍ପର୍କରେ ପ୍ରକାଶ କରି ଚେତନ ଶ୍ରୀବାସ୍ତବ, ଏକଜିକୁ୍ୟଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର କହିଛନ୍ତି, ପ୍ରୋଜେକ୍ଟ ଅନ୍ନଦାତା ଡାଲମିଆ ସିମେଣ୍ଟର ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଦୂରଦୃଷ୍ଟିର ପ୍ରତିନିଧିତ୍ୱ କରୁଛି । ପ୍ରୋଜେକ୍ଟ ଅନ୍ନଦାତା ଜରିଆରେ ଡାଲମିଆ ଭାରତ ଗ୍ରାମାଞ୍ଚଳ କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ମୁଖ୍ୟ ମୁଖ୍ୟ ଚାଲେଞ୍ଜଗୁଡିକ ପ୍ରତି ସଫଳତାର ସହିତ ଦୃଷ୍ଟି ଦେଇଛି ଏବଂ ସେହି ସମୟରେ କୃଷକମାନଙ୍କର ଜୀବିକାରେ ଉନ୍ନତି ଆଣିଛି । ଏକାଧିକ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ମୁତାବକ ଏହି ପ୍ରୋଜେକ୍ଟ ବୈଶ୍ୱିକ ଦୀର୍ଘସ୍ଥାୟିତା ପ୍ରତି ଅବଦାନ ରଖୁଛି ଏବଂ ଭାରତରେ ଗ୍ରାମାଞ୍ଚଳ ବିକାଶ ନିମନ୍ତେ ଏକ ରୂପାନ୍ତରଣକାରୀ ମଡେଲ ଭାବରେ କାର୍ଯ୍ୟ କରୁଛି ।