ଗୁରୁକୃପା ଆଶ୍ରମ ଓ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ

 କବାଟବନ୍ଧ: ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଗୋଡିପାଟିଆ ଗ୍ରାମର ପ୍ରସିଦ୍ଧ ଗୁରୁକୃପା ଆଶ୍ରମ ଓ ଅଧିଷ୍ଠାତା ରାମେଶ୍ୱର ମହାଦେବଙ୍କ ଦ୍ୱାଦଶ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଲୀନ ସନ୍ଥ ଶିରୋମଣି ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ଆଶ୍ରମରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଶ୍ରମର ସ୍ୱାମୀଜୀ ଜ୍ଞାନାନନ୍ଦ ସରସ୍ୱତୀ ମହାରାଜଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବାବା ବିଚିତ୍ରାନନ୍ଦ ଦାସ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ସାତଦିନ ଧରି ଶ୍ରୀମଦ ଭାଗବତ ପାରାୟାଣ, ବିଶ୍ୱଶାନ୍ତି ଗିତା ମହାଯଜ୍ଞ, ଅନ୍ନଯଜ୍ଞ ,ସୂର୍ଯ୍ୟ ପୂଜା, ଗୋପୂଜା, ଅଙ୍କୁରାରୋପଣ,ସନ୍ଥ ପୂଜନ, ଭଜନ କୀର୍ତନ ସହିତ ମହାଦେବ ରାମେଶ୍ୱରଙ୍କ ଜଳାଭିଷେକ ଓ ରୁଦ୍ରାଭିଷେକ ସମ୍ପର୍ଣ୍ଣ ହୋଇଥିଲା । ଉକôଳ ସାମ୍ବାଦିକ ସଂଘ ରାଜ୍ୟ ସଧାରଣ ସମ୍ପାଦକ ବେଣୁଧର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମରପ୍ରସାଦ ଶତପଥୀ ଅତିଥି ଭାବେ ଯୋଗଦେଇ ମହାଯଜ୍ଞର ପୂର୍ଣ୍ଣାହୂତିରେ ଆହୂତି ପ୍ରଦାନ କରିଥିଲେ । ଏଥିରେ ବାବା ଜ୍ଞାନାନନ୍ଦ ସରସ୍ୱତୀ, ଛତିଆ ଉଦାସ ଆଶ୍ରମର ସ୍ୱାମୀ ଦିବ୍ୟଲୋଚନ ମହାରାଜ, ବାବା ପର୍ଶୁରାମ ଦାସ ମହାରାଜ, ନାଟ୍ୟ ନିଦେ୍ର୍ଦଶକ ଟଙ୍କଧର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱାମୀ ଦିବ୍ୟଲୋଚନ ଓ ପଣ୍ଡିତ ଶାନ୍ତନୁ ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଆନନ୍ଦ ଚନ୍ଦ୍ର ବେହେରା, ପୁପୁନ ସାହୁ, ମନୋଜ ରାଉତ ଏବଂ ପ୍ରଭାକର ଭଞ୍ଜଙ୍କୁ ଶ୍ରେଷ୍ଠ ସେବକ ଭାବେ ସମ୍ମାନୀତ ହୋଇଥିଲେ । ଗୋଡିପାଟିଆ ଜଗନ୍ନାଥ ଦେଶମ୍ ଯୁବ ନାଟ୍ୟ ପରିଷଦ ଆନୁକୂଲ୍ୟରେ ଦୁଇଦିନ ଧରି ଯାତ୍ରା ଓ ଆଧ୍ୟାତ୍ମିକ ନୃତ୍ୟଧାରା ପରିବେଷଣ ହୋଇଥିଲା । ଗଣେଶ୍ୱର ପଣ୍ଡା, ଦିଜବର ସାହୁ, ଶିବପ୍ରସିଦ ପଣ୍ଡା, ଗୋପାଳ ରାଉତ, ରବିନ୍ଦ୍ର ସ୍ୱାଇଁ, ପ୍ରଫୁଲ ସାହୁ, ଅଭିଷେକ ପଣ୍ଡା, କୃଷ୍ଣଚନ୍ଦ୍ର ଦାସ, ସହଦେବ ସାହୁ, ମହେଶ୍ୱର ପଣ୍ଡା, ରାମଚନ୍ଦ୍ର ରାଉତ, ଅରବିନ୍ଦ ପଣ୍ଡା, ଆନନ୍ଦ ବେହେରା, ରଞ୍ଜନକୁମାର ବେହେରା, ପିତବାସ ସାହୁ, ରାମଚନ୍ଦ୍ର ବାରିକ, ଧୃବାନନ୍ଦ ରାଉତ, ମହେଶ୍ୱର ପଣ୍ଡାଙ୍କ ସହିତ ଆଶ୍ରମ ରାମ ସେବକ ମଣ୍ଡଳୀର ସମସ୍ତ ସଦସ୍ୟ ଉତ୍ସବ ପରିଚାଳନା କରିଥିଲେ ।