ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ
ବାରଙ୍ଗ : ଗୋଡିସାହି ଫାଣ୍ଡି ଅଧୀନସ୍ଥ ଷଣ୍ଢପୁର ମେଡିକାଲଛକ ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନୀ ଆଗ ଥୁଆ ହୋଇଥିବା ବାଇକ୍ର ବାସ୍କେଟ ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି । ପ୍ରକାଶଯେ, ଶନିବାର ଦିନ ଗୋଡିସାହିଫାଣ୍ଡି ଅଧିନସ୍ତ ମୁଣ୍ଡଳି ଗ୍ରାମର ତାପସ ରଞ୍ଜନ କର ନାମକ ଯୁବକ ତ୍ରିଶୂଳିଆ ନରଣପୁରରେ ଥିବା ଷ୍ଟେଟ୍ ବ୍ୟାଙ୍କରୁ ଆବଶ୍ୟକତା ଥିବା ଏକଲକ୍ଷ ଉଠାଇ ପ୍ରାୟ ସାଢ଼େ ୧ଟା ବେଳେ ଓଆର ୦୫କେ ୧୬୦୬ ନମ୍ୱର ବାଇକ୍ ଯୋଗେ ଘରକୁ ଫେରୁଥିଲେ ।ବ୍ୟାଙ୍କ୍ରୁ ଉଠାଇଥିବା ଟଙ୍କା ବାଇକ୍ର ବାସ୍କେଟରେ ରଖିଥିଲେ । ସେ ରାସ୍ତାରେ ଆସୁଥିବା ବେଳେ ଷଣ୍ଢପୁର ମେଡିକାଲଛକ ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନୀରୁ କିଛି ଜିନିଷ ଆଣିବା ପାଇଁ ଦୋକାନ ଆଗରେ ବାଇକ୍ ରଖି ଯାଇଥିଲେ ।ଦୋକାନରୁ କିଣାକିଣି ସାରି ଆସିବା ବେଳକୁ ବାଇକର ବାସ୍କେଟ ଭାଙ୍ଗି କେହି ୧ଲକ୍ଷ ଟଙ୍କା ନେଇଯାଇଥିବାର ଜାଣିବାକୁ ପାଇଥିଲେ ।ଏହାପରେ ସେ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବ୍ୟାଙ୍କ ପାଖରୁ ଘଟଣାସ୍ଥଳ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ଦୋକାନରେ ଲାଗିଥିବା ସିସିକ୍ୟାମେରାକୁ ଯାଞ୍ଚ କରିବା ଆରମ୍ଭ କରିଛି ।