ଭତ୍ତା ନେବାକୁ ଆସି ବୃଦ୍ଧ ନିଖୋଜ

ନୀଳଗିରି : ଜଣେ ୬୬ବର୍ଷୀୟା ବୃଦ୍ଧ ଭତ୍ତା ଟଙ୍କା ନେଇ ଏଯାବତ୍ ଘରକୁ ନ ଫେରିବା ରୁ ପରିବାର ଲୋକେ ବହୁ ଖୋଜା ଖୋଜି କଲା ପରେ ବି ବୃଦ୍ଧର ସନ୍ଧାନ ନମିଳିବାରୁ ଶେଷରେ ବୃଦ୍ଧର ପୁଅ ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜାମୁଡ଼ିହା ପଞ୍ଚାୟତର ବାଘମରା ଗ୍ରାମର ମୁକୁନ୍ଦ ସିଂ(୬୬) ନିଜର ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଗତ ୧୪ତାରିଖ ଦିନ ୧୧ଟା ସମୟରେ ଚାଲି ଚାଲି ଜାମୁଡିହା ପଞ୍ଚାୟତ ଅଫିସ୍କୁ ଯାଇଥିଲେ । ସେଠାରୁ ଭତ୍ତା ନେଇ ଫେରିଥିବା କିଛି ଲୋକେ ଦେଖିଥିଲେ । ମାତ୍ର ସନ୍ଧ୍ୟା ପରେ ଘରକୁ ମୁକୁନ୍ଦ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ବନ୍ଧୁ ବାନ୍ଧବ ଘରେ ଖୋଜା ଖୋଜି କରିବା ସହ ନିକଟସ୍ଥ କେନାଲ ରେ ମଧ୍ୟ ଖୋଜା ଖୋଜି କଲା ପରେ ବି ସନ୍ଧାନ ପାଇ ନ ଥିଲେ । ଶେଷରେ ନିରୁପାୟ ହୋଇ ପୁଅ ଅକ୍ଷୟ ସିଂ ଶନିବାର ଦିନ ନିଳଗିରି ଥାନାରେ ଅଭିଯୋଗ କରିଛନ୍ତି ।