ବେକ ଯନ୍ତ୍ରଣା କାହିଁକି ହୁଏ?

ବେକ ଯନ୍ତ୍ରଣା କାହିଁକି ହୁଏ?

ଆଜିକାଲି ସର୍ଭାଇକାଲ ଯନ୍ତ୍ରଣା ବା ବେକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ଯନ୍ତ୍ରଣା ବେକ ହାଡ଼, ମାଂସପେଶୀ, ସ୍ନାୟୁରେ ହୋଇଥାଏ। ବେକର ମେରୁଦଣ୍ଡ, ଯାହାକୁ ‘ସର୍ଭିକାଲ ସ୍ପାଇନ’ କୁହାଯାଏ, ଯାହା ଆମ ମୁଣ୍ଡକୁ ସପର୍ଟୋ ଏବଂ ଘୂର୍ଣ୍ଣନ କାମ କରେ। ଯେତେବେଳେ ଏହା ଫୁଲିଯାଏ କିମ୍ବା ଚାପ ପଡ଼ିଥାଏ, ସେତେବେଳେ ଯନ୍ତ୍ରଣା ଆରମ୍ଭ ହୁଏ, ଯାହାକୁ ସର୍ଭାଇକାଲ ପେନ୍‌ କୁହାଯାଏ।ଏହି ଯନ୍ତ୍ରଣା କେବଳ ବେକରେ ନୁହେଁ, ବରଂ କାନ୍ଧ, ବାହୁ ଏବଂ କେତେକ ସମୟରେ ଆଙ୍ଗୁଠିରେ ମଧ୍ୟ ହୋଇଥାଏ। କେତେକ ସମୟରେ ଗଳା ମାଂସପେଶୀରେ ଚାପ କିମ୍ବା ଆଘାତ, ଯେପରିକି ହଠାତ୍‌ ଝଟକା ଯାହାକୁ ଆମେ ରକା ପଶିଯିବା କହିଥାଉ। ଏହା ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାକୁ ବୃଦ୍ଧି କରିପାରେ। କିଛି କ୍ଷେତ୍ରରେ ମାନସିକ ଚାପ ମଧ୍ୟ ସର୍ଭାଇକାଲ ଯନ୍ତ୍ରଣାର କାରଣ ହୋଇଥାଏ।

ଲକ୍ଷଣ: ମୁଣ୍ଡ ପଛପଟେ କିମ୍ବା ମୁଣ୍ଡବିନ୍ଧା ଆକାରରେ ଯନ୍ତ୍ରଣା, କାନ୍ଧ, ବାହୁ କିମ୍ବା ହାତରେ ଯନ୍ତ୍ରଣା, ବେକ ମୋଡ଼ିବାରେ କଷ୍ଟ, କେତେବେଳେ ହାତରେ ଝିମ୍‌ଝିମ୍‌ କିମ୍ବା ଦୁର୍ବଳତା। ଉଠିବା ଏବଂ ଚାଲିବା ସମୟରେ ମୁଣ୍ଡ ବୁଲାଇବା କିମ୍ବା ସନ୍ତୁଳନ ସମସ୍ୟା ପରି ଲକ୍ଷଣ, ଥକ୍କାପଣ କିମ୍ବା ମୁଣ୍ଡ ଭାରୀଭାରୀ ଲାଗିବା ଭଳି ଲକ୍ଷଣ ଅଧିକାଂଶ କ୍ଷେତ୍ରରେ ଦେଖାଯାଏ।

. ଭୁଲ ଶୈଳୀରେ ବସିବା କିମ୍ବା କାମ କରିବା

 .କମ୍ପ୍ୟୁଟର ପାଖରେ ନିରନ୍ତର ବଙ୍କା ହୋଇ ବସିବା

. ଘଣ୍ଟା ଘଣ୍ଟା ଧରି ତଳକୁ ଚାହିଁ ମୋବାଇଲ ବ୍ୟବହାର କରିବା

.ସମର୍ଥନ ବିନା ବେକ ବଙ୍କା କରି ଶୋଇବା

 ଉଚ୍ଚ କିମ୍ବା ଅତ୍ୟଧିକ କଠିନ ତକିଆ ମଧ୍ୟ ବେକ ଯନ୍ତ୍ରଣାର ଏକ କାରଣ

. ଏହା ଏକ ବୟସ ସମ୍ବନ୍ଧୀୟ ରୋଗ ଯେଉଁଥିରେ ବେକର ହାଡ଼ କ୍ଷୟ ହୋଇଯାଏ

ଏହି ଅଭ୍ୟାସଗୁଡ଼ିକ ବେକର ମାଂସପେଶୀ ଏବଂ ସ୍ନାୟୁ ଉପରେ ଅତିରିକ୍ତ ଚାପ ପକାଇଥାଏ। ସମୟ ସହିତ, ଏହି ଚାପ ଗୁରୁତର ହୋଇପାରେ, ଯାହା ମେରୁଦଣ୍ଡର ହାଡ଼ ଏବଂ ସନ୍ଧିଗୁଡ଼ିକର ଧୀରେ ଧୀରେ କ୍ଷତି ପହଞ୍ଚାଇଥାଏ। ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ କିମ୍ବା ଲକ୍ଷଣଗୁଡ଼ିକ ଗୁରୁତର ହୋଇଯାଏ, ତେବେ ଏହାକୁ ଅଣଦେଖା କରିବା ବିପଜ୍ଜନକ ହୋଇପାରେ। ସଠିକ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା, MRI କିମ୍ବା X-ray ଭଳି ପରୀକ୍ଷା କରାଇବା ଏବଂ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବା ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ, ଚିକିତ୍ସା ପାଇଁ ଫିଜିଓଥେରାପି, ବେକ୍‌ ବ୍ୟାୟାମ, ଗରମ କମ୍ପ୍ରେସ, ଯନ୍ତ୍ରଣା ନିବାରଣ ଔଷଧ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରମର୍ଶ ଦିଅନ୍ତି।