ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଜୟପୁର : ଜୟପୁର ସହରରେ ରଥଯାତ୍ରା ସୁରୁଖୁରୁରେ ସମ୍ପାଦିତ କରିବା ପାଇଁ ଜୟପୁର ପୌରପାଳିକାର ସଭାଗୃହରେ ଜୟପୁର ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଥଯାତ୍ରା କମିଟିର ଅଧକ୍ଷ୍ୟ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଏ ସସ୍ୟା ରେଡ୍ଡୀ, ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା କାଠ ଦରକାର ଅନୁଯାୟୀ କ୍ରୟ କରାଯିବ । ରଥଯାତ୍ରା ପୂର୍ବ ଦିନ ଯାତ୍ରା ଦିନ ଏବଂ ବାହୁଡାÿ ଦିନ ଦେଶୀ ଏବଂ ବିଦେଶୀ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ । ପୁର୍ବରୁ ଚଳି ଆସୁଥିବା ସମସ୍ତ ନୀତିକାନ୍ତି କରାଯିବ । ଜୟପୁରରେ ମହାପ୍ରଭୁଙ୍କ ନେତ୍ର ଉସôବ ଏବଂ ପହଣ୍ଡିରେ ଆସି ଭଗବାନ ରଥାରୁଢ ହେବା ପରଦିନ ରଥ ଟାଣିବା ପରମ୍ପରା ଆବାହମାନ କାଳରୁ ଚଳି ଆସୁଛି । ଚଳିତ ବର୍ଷ ଆଡପ ମଣ୍ଡପରେ ବିକ୍ରି ହେଉଥିବା ଅନ୍ନ ପ୍ରସାଦକୁ ୧୦୦ ଟଙ୍କାରେ ଶ୍ରଦ୍ଧାଳୁଙ୍କୁ ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି । ଆଜିର ଏହି ବୈଠକରେ ଜୟପୁର ସହରର ବରଷ୍ଟ ବ୍ୟକ୍ତି ଭବାନୀ ଶଙ୍କର ଆଚାର୍ଯ୍ୟ, ବଂଶୀଧର ସାନ୍ତ୍ରା, ପୂଜାରୀ ମାଲୁ ଏବଂ ଦେବତ୍ତର ବିଭାଗର କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।