ଅଘୋଷିତ ବିଦୁ୍ୟତ୍ କାଟ; ଉପଭୋକ୍ତା କଲବଲ


 ପାଣିକୋଇଲି: ପାଣିକୋଇଲି ଓ କୋରେଇ ଅଞ୍ଚଳରେ ବଢି ଚାଲିଛି ଅଘୋଷିତ ବିଦୁ୍ୟତ କାଟ୍ । ଗୁଳୁଗୁଳି ସାଙ୍ଗକୁ ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ବିଦୁ୍ୟତ କାଟ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଖରା ଗୁଳୁଗୁଳି ପାଇଁ ଲୋକେ ବାହାରିବାକୁ ଭୟ କରି ଘରେ ରହୁଥିବା ବେଳେ ଅଘୋଷିତ ବିଦୁ୍ୟତ କାଟ ଅତିଶୟ କରିପକାଉଛି । ଟାଟା କମ୍ପାନୀର ମନମାନି ପାଇଁ ବଜାର ଠାରୁ ଆରମ୍ଭ କରି ଗାଁ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ସେବାକୁ ଗୁରୁତ୍ୱ ଦେଉଥିବା କଥା ଟାଟା ପାୱାର କହୁଥିବା ବେଳେ ସେବା ଉପଭୋକ୍ତାଙ୍କ ଅସହ୍ୟ କରୁଛି । ଗୋଟେ ପଟେ ଜୁଲମ କରି ଘରେ ପଶିବା ଓ ମନଇଚ୍ଛା ଜରୀମାନା ଆଦାୟ କରିବା ରାତି ଅଧରେ ଘରେପଶିବା ଭଳି କାର୍ଯ୍ୟରେ ବ୍ୟସ୍ତରହୁଛି କମ୍ପାନୀ ସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ଉପଭୋକ୍ତା କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।