ନଦୀରେ ପଶୁଛି ନର୍ଦ୍ଦମା ଜଳ
ପୁରୀରୁ ବିଶ୍ୱଜିତ୍ ମିଶ୍ର
ପୁରୀ ସହରର ଉପକଣ୍ଠରେ ଅବସ୍ଥିତ ମଙ୍ଗଳାନଦୀରେ ପ୍ରବେଶ କରୁଛି ଦୂଷିତ ସ୍ୱେରେଜ ଜଳ । ଫଳରେ ନଦୀର ଜଳ ଦୂଷିତ ଓ ବିଷାକ୍ତ ହୋଇପଡ଼ିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ନଦୀ କୂଳରେ ଥିବା ଗ୍ରାମର ଅଧିବାସୀମାନଙ୍କ ଜୀବନ ଜୀବିକା ଏଥିଯୋଗୁଁ ବିପଦାପନ୍ନ ହେବା ସହ ସଂସ୍କୃତି ବିପନ୍ନ ହୋଇଛି । ତେଣୁ ମଙ୍ଗଳାନଦୀର ପୁନରୁଦ୍ଧାର କରାଯିବା ପାଇଁ ନଦୀ କୂଳର ଗ୍ରାମମାନଙ୍କରେ ବସବାସ କରୁଥିବା ଅଧିବାସୀମାନେ ଜିଲ୍ଳାପାଳଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗ୍ରାମବାସୀମାନଙ୍କ ଜୀବନଜୀବିକା ତଥା ସଂସ୍କୃତିର ସୁରକ୍ଷା ଏବଂ ନଦୀର ଦୂଷିତ ପରିବେଶ ଯୋଗୁଁ ସୃଷ୍ଟି ହୋଇଥିବା ବିପଦରୁ ଉଦ୍ଧାର କରାଯିବା ପାଇଁ ନିବେଦନ କରାଯାଇଛି । ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମଙ୍ଗଳା ନଦୀର ଉଭୟ ପାଶ୍ୱର୍ରେ ଥିବା ଖଡ଼ିପଦା, ରେବତୀରମଣ, ମଳିକ ସାହି, ଭୋଇ ସାହି, ତୋଟା ସାହି, ଗୋଲା ସାହି, କୋରୁଅ, କାଶୀ ଜଗନ୍ନାଥପୁର, ଭାଗବତ ପାଟଣା, ମଙ୍ଗଳାଘାଟ, ପାର୍ବତୀ ପୁର, ପାଇକ ସାହି ଶଙ୍କରପୁର ଓ କଣ୍ଠପୁର ସାତପାଟଣା ଗ୍ରାମର ଅଧିବାସୀମାନେ ନଦୀରେ ପ୍ରବାହିତ ଜଳରୁ ମାଛ ମାରିବା ସହ ଚାଷ କରୁଥିଲେ । ମଙ୍ଗଳନଦୀ ସେମାନଙ୍କ ଜୀବନ ଜୀବିକାର ମୂଳଆଧାର । ଅଧିବାସୀମାନଙ୍କ ଦୈନନ୍ଦିନ ନିତ୍ୟକର୍ମ ଓ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ବୋଳୟର ପୂଜା କାର୍ଯ୍ୟ ମଙ୍ଗଳା ନଈର ପାଣିରେ ସଂପନ୍ନ ହେଉଥିଲା । ନଦୀ କୂଳବର୍ତ୍ତୀ ଲୋକମାେନେ ବିଭିନ୍ନ ଯାଗ ଯଜ୍ଞ, ଦେବୀ ପୂଜା, ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଓ ବିଭିନ୍ନ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ଏହି ନଦୀର ଶୁଦ୍ଧ ଜଳ ଉପରେ ନିର୍ଭର କରି ଆସୁଥିଲେ । ଶ୍ରୀକୃଷ୍ଣଙ୍କ ଜନ୍ମ ଅର୍ଥାତ ଜନ୍ମାଷ୍ଟମୀ ପରଦିନ ମଙ୍ଗଳାନଦୀ କୂଳରେ ଯମୁନା ଗାଧୁଆ ହୋଇଆସୁଥିଲା । କିନ୍ତୁ ନଦୀ ଶଯ୍ୟା ଏବେ ଜଙ୍ଗଲରେ ପରିଣତ ହେଲାଣି । ଚାଷବାସ ଓ ମାଛ ଧରା ବନ୍ଦ ହୋଇଗଲାଣି । ନଦୀର ଦୂଷିତ ପରିବେଶ ଗାଁମାନଙ୍କରେ ରୋଗ ସୃଷ୍ଟି କରୁଛି । ନଦୀରେ ଦଳ, ଘାସ, ଅନାବନା ଗଛ ମାଡ଼ିଯିବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ତେଣୁ ମଙ୍ଗଳାନଦୀର ପୁନରୁଦ୍ଧାର ପାଇଁ ନଦୀରୁ ଘାଉ, ଦଳ ଓ ଅନାବନା ଗଉ ସଫା କରିବା, ନଦୀର ଖନନ, ପୂର୍ବଭଳି ଉପରମୁଣ୍ଡରୁ ଜଳ ପ୍ରବାହର ବ୍ୟବସ୍ଥା, ନଦୀ କୁଳରେ ଥିବା ସ୍ୱରେଜ ଟି୍ରଟମେଣ୍ଟ ପ୍ଲାଣ୍ଟରୁ ନିର୍ଗତ ଜଳକୁ ପାଇପ ମାଧ୍ୟମରେ ଜନବସତି ଠାରୁ ଦୂରକୁ ଛାଡ଼ିବା, ନଦୀର ଉଭୟ ପାଶ୍ୱର୍ରେ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ତୁଠ ନିର୍ମାଣ, ନଦୀ କୂଳରେ ରହୁଥିବା ୧ଲକ୍ଷ ଲୋକଙ୍କ ପାଇଁ ଶୁଦ୍ଧ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ଓ ନଦୀ ସୌନ୍ଦର୍ଯ୍ୟକରଣ କରାଯାଇ ପର୍ଯ୍ୟଟକମାନଙ୍କ ପାଇଁ ଆମୋଦ ପ୍ରମୋଦର କ୍ଷେତ୍ର ପ୍ରସ୍ତୁତ କରିବାକୁ ଏହି ସ୍ମାରକ ପତ୍ରରେ ସୂର୍ଯ୍ୟ ନାରାୟଣ ରଥ, ଶରତ କୁମାର ରାୟଗୁରୁ, ସୁକାନ୍ତ କୁମାର ମହାନ୍ତି, ଛବି ପ୍ରଧାନ, ସୁଧାଂଶୁ କୁମାର ଜେନା, ଆଦିତ୍ୟ ନାରାୟଣ ବାରିକ,