ସରକାରୀ ଜଗା ଜବରଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର
ଚାନ୍ଦବାଲି : ସରକାରୀ ଜଗା ଜବରଦଖଲ ପାଇଁ ଅଭିଯୋଗ କରିଥିବାକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷରୁ ୫ ଜଣ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ଗୋପୀନାଥପୁର ପଂଚାୟତ ବାଲିପଦା ଗ୍ରାମରେ । ସୂଚନା ମୁତାବକ ପ୍ରଶାନ୍ତ ରାଉତ ନାମକ ଯୁବକ ଗ୍ରାମବାସୀଙ୍କ ସହମତିକ୍ରମେ ନିଜ ଗ୍ରାମରେ ଥିବା ସରକାରୀ ଜାଗାକୁ ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତିମାନଙ୍କ ନାମରେ ଚାନ୍ଦବାଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ଜବର ଦଖଲ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ମଧ୍ୟ ହୋଇଛି । ଏହି ଘଟଣାକୁ ନେଇ ଗ୍ରାମରେ ହିଂସା ଦେଖିବାକୁ ମିଳିଥିଲା । ଗତକାଲି ରାତି ୮ ଘଟିକା ସମୟରେ ଭଦ୍ରକ ଜିଲ୍ଲା ସମ୍ପାଦିକା ମାଳତି ଲତା ସାହୁ ଏବଂ ପ୍ରକାଶ ବାରିକ ଘଣ୍ଟେଶ୍ୱର ବଜାରକୁ ଆସୁଥିବା ବାଟରେ ଜବର ଦଖଲ ପାଇଁ ଅଭିଯୋଗ କରିଥିବା ପ୍ରଶାନ୍ତ ରାଉତଙ୍କ ଭିତରେ କଥା କଟାକଟି ହେବା ସହିତ ଘଟଣା ଉଗ୍ର ରୂପ ନେଇଥିଲା । ଫଳରେ ଭଦ୍ରକ ଜିଲ୍ଲା ସମ୍ପାଦିକା ମାଳତୀ ଲତା ସାହୁଙ୍କ ଉପରେ କେହି ଦୁର୍ବୃତ୍ତ ପଛପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା ସହିତ ସାଥିରେ ଥିବା ପ୍ରକାଶ ବାରିକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଅନ୍ୟପଟେ ସରକାରୀ ଜାଗା ଜବର ଦଖଲ ପାଇଁ ଅଭିଯୋଗ କରିଥିବା ପ୍ରଶାନ୍ତ ରାଉତ ଏବଂ ତାଙ୍କ ମା ମଧ୍ୟ ଆକ୍ରମଣର ଶିକାର ହୋଇ ଉଭୟ ପକ୍ଷରୁ ୫ଜଣ କଟକ ବଡ ମେଡିକାଲରେ ଚିକିସôାଧିନ ଅବସ୍ଥାରେ ଅଛନ୍ତି । ଏ ନେଇ ବାଂଶଡା ଥାନା ଅଧିକାରୀ ମହମଦ ହାପିଜ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହିତ ଗାଁରେ ଆଇନ ଶୃଙ୍ଖଳା ବଜାଇ ରଖିବା ପାଇଁ ପୋଲିସ ମୁତୟନ କରାଯଇଛି ।