ବିଏସଏନଏଲ ସେବା ଫେଲ

 ବରୀ:  କିଛି ଦିନ ହେଲା ବରୀରେ ବିଏସଏନଏଲ ସେବା ଫେଲ ଯୋଗୁ ଉପଭୋକ୍ତା ମାନେ ଠିକ ସେବା ନପାଇ ଅସନ୍ତୋଷ ମଧ୍ୟ୍ୟରେ ଦିନ କାଟୁଛନ୍ତି । ଏହି ସେବାକୁ ବହୁ ଉପଭୋକ୍ତା ଆଦରି ନେଇଥିବା ବେଳେ ମୋବାଇଲ ମାଧ୍ୟରେ କଥାବାର୍ତ୍ତା ସାଙ୍ଗକୁ ନେଟ ସେବା ପାଇ ପାରୁନାହାନ୍ତି । ଦୀର୍ଘ ସମୟ ଧରି ମୋବାଇଲ ଖୋଲିଲେ ଜରୁରୀ କାମ ପାଇଁ କାର୍ଯ୍ୟଥିବା ବେଳେ ମୋବାଇଲରେ ଟାୱାର ନଥିବା ଫଳରେ କଥା ନ ହୋଇ ପାରି ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ସମସ୍ୟା ସବୁବେଳେ ରହୁଥିବା ବେଳେ ବିଏସଏନଏଲ କର୍ମକର୍ତ୍ତା ମାନେ ଏତିପ୍ରତି ନଜର ଦେଇନଥିବା ଅଭିଯୋଗ ହେଉଛି । ଦିନକୁ ଦିନ ଏହି ସମାସ୍ୟା ବଢ଼ୁଥିବାରୁ ବହୁ ଉପଭୋକ୍ତା ବିଏସଏନଏଲ ନମ୍ବରକୁ ଚେଞ୍ଜ କରି ଅଲଗା ଅନ୍ୟ କମ୍ପାନୀର ସିମ ନେବାକୁ ବାଧ୍ୟ୍ୟ ହେଉଛନ୍ତି । ସେବା ନପାଇ ଉପଭୋକ୍ତା ମଧ୍ୟ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତୁରନ୍ତ ଉଚ୍ଚ ଅଧିକାରୀ ଏ ସମାସ୍ୟ ପ୍ରତିଦୃଷ୍ଟି ଦେବାକୁ ଦାବି ହେଉଛି ।