ପକ୍କା ରାସ୍ତାରୁ ବଞ୍ଚିତ ୧୦ରୁ ଅଧିକ ପରିବାର : ନିର୍ମାଣରେ ବାଧକ ବିରୋଧୀ ଦଳର କୁଜିନେତା
ଚାନ୍ଦବାଲି: ସ୍ୱାଧୀନତାର ୭୯ ବର୍ଷ ପରେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚôତ ୧୦ରୁ ଅଧିକ ପରିବାର ଘରକୁ ଯିବାପାଇଁ ନାହିଁ ପକା ରାସ୍ତା ଟିଏ । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖଦାଲ ପୋଖରୀ ପଂଚାୟତ ଖଦାଳ ପୋଖରୀ ଗ୍ରାମରେ । ସୂଚନା ମୁତାବକ ସସ୍ମିତା ଭୋଇ ଏବଂ ପାଖ ପଡୋଶୀ ୧୦ରୁ ଅଧିକ ପରିବାର ଆଜକୁ ୧୫ବର୍ଷ ରୁ ଅଧିକ ଲୋକ ବସବାସ କରି ଆସୁଥିବା ବେଳେ, କିଛି ସ୍ଥାନୀୟ କୁଜି ନେତାମାନେ ଦଳୀୟ ହିସାବରେ ସେମାନଙ୍କୁ ରାସ୍ତା କରାଇ ଦେଉ ନଥିବା ଜିଲ୍ଲାପାଳ ପାଖରେ ଅଭିଯୋଗ ହୋଇଛି । ରାଜନୈତିକ ଦଳର ନେତାଙ୍କ ପାଖକୁ ଯାଇ ଚପଲ ଘୋରି ହେବାପରେ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିଥିଲା ପରେ ମଧ୍ୟ କେହି କର୍ଣ୍ଣ ପାତ କରୁନାହାନ୍ତି । ହେଲେ ପୂର୍ବତନ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଉତ୍ତର ମିଳିଲା ଯେ, ସେ ପ୍ରୋଜେକ୍ଟ ପାଇଁ କୌଣସି ଅର୍ଥରାଶି ମଞ୍ଜୁରୀ ହୋଇ ନାହିଁ । ଗାଁରେ ଆମେ ବିଜେପିକୁ ଭୋଟ ଦେଇଥିବାରୁ ଜାଣିଶୁଣି ବିରୋଧୀ ଦଳର ନେତାମାନେ ଆକ୍ରୋଶମୂଳକ ଭାବେ ଆମ ପରିବାରକୁ ସମସ୍ତ ମୈଳିକ ଅଧିକାରରୁ ବଞ୍ଚôତ କରାଯାଉଛି । ଲୋକଙ୍କ ସରକାର ବୋଲି କହୁଥିବା ବିଜେପି ସରକାର ଅନ୍ୟ ପରିବାର ତଥା ଜନସାଧାରଣଙ୍କ ପାଇଁ କତେ ଉତ୍ସର୍ଗୀକୃତ ସେଇଟା ଆଉ ବୁଝିବାକୁ ବାକି ନାହିଁ । ଅର୍ଥନୈତିକ ଆଧାରରେ ଭାରତ ଏବେ ବିଶ୍ୱରେ ଚତୁର୍ଥ କିନ୍ତୁ ଟିକସ ଦେଉଥିବା ଜନତାଙ୍କ ମୌଳିକ ଅଧିକାର ପାଇଁ ପାଣ୍ଠି ନାହିଁ ଏହାଠୁ ବଡ ଲଜ୍ଜା ଓ ଦୁର୍ଭାଗ୍ୟଜନକ କଥା କହିବା ସହିତ ପୁନର୍ବାର ଚାନ୍ଦବାଲି ବ୍ଲକ ରେ ହେଉଥିବା ଜିଲ୍ଲାପାଳ ଅଭିଯୋଗ ପ୍ରକଷ୍ଟରେ ଲିଖିତ ଅଭିଯୋଗ କରିଛନ୍ତି ୧୦ରୁ ଅଧିକ ପରିବାର ଲୋକେ ।