ଉକ୍ରଳ ମୁକ୍ତି ସଂଗ୍ରାମର ଗାଥା
ମୀରା ବେଉରା : ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ଫଳରେ ଯେଉଁ ନବ ଜାଗରଣ ଆସିଲା ଠିକ୍ ସେହି ସମୟରେ ଯେଉଁ ମୁକ୍ତି ସଂଗ୍ରାମୀଗଣ ନିଜର ଲହୁ-ଲୁହ ତ୍ୟାଗ ଓ ତିତିକ୍ଷା ଦ୍ୱାରା କେବଳ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ କରିବାପାଇଁ ସ୍ୱପ୍ନ ଦେଖି ନଥିଲେ ଏଥିପାଇଁ ନିଜର ସମସ୍ତ କଷ୍ଟ ଲବ୍ଧ ଶ୍ରମ ଦାନ କରି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିଥିଲେ ସେମାନଙ୍କ ମଧ୍ୟରେ ଆଗ ଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିଲେ କୁଳବୃଦ୍ଧ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉକ୍ରଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହିଳା ସ୍ୱାଧୀନତା ସଂଗ୍ରାମୀ ମା’ ରାମା ଦେବୀ, ସରଳା ଦେବୀ ଓ ମାଳତୀ ଚୋ÷ଧୁରୀ । ଏହି ଯୋଗଜନ୍ମାମାନେ ଓଡ଼ିଶା ସ୍ୱାଧୀନତା ସଂଗ୍ରାମରେ ଲମ୍ଫ ପ୍ରଦାନ କରି ଓଡ଼ିଶା ଇତିହାସରେ ଚିର ଅମର ହୋଇ ଯାଇଛନ୍ତି । କୁଳବୃଦ୍ଧ ମଧୁସୂଦନ ଦାସ ହିଁ ଥିଲେ ଉକ୍ରଳ ଅର୍ଦ୍ଧ ଶତାବ୍ଦୀର ଇତିହାସ । ଉକ୍ରଳ ସମ୍ମିଳନୀ ଗଠନ କରି ଯଦି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା କିଏ ଦେଇଥିଲେ ସେ ଥିଲେ ମଧୁସୂଦନ ଦାସ । ମଧୁବାବୁଙ୍କ ସହ ଗୋ÷ରୀଶଙ୍କର ରାୟ ଏବଂ ବୈକୁଣ୍ଠନାଥ ଦେ ପ୍ରଥମେ ଜାତୀୟ କଂଗ୍ରେସର ଚରମପନ୍ଥୀ ବିଚାରଧାରା ଓଡ଼ିଶାକୁ ପ୍ରଦାନ କରିଥିଲେ । ଯାହା ନିରବଚ୍ଛିନ୍ନ ଭାବରେ ୧୯୦୩ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହି ୧୯୦୩ ମସିହାରେ ମଧୁବାବୁ ଉକ୍ରଳ ସମ୍ମିଳନୀ ସ୍ଥାପନ କରିଥିଲେ ଯେଉଁଥିରେ କି ଅନେକ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଥିଲା ।
ସେଦିନ ମଧୁବାବୁଙ୍କ ପ୍ରଚେଷ୍ଟାରେ ଦୀର୍ଘଦିନ ଧରି ସାଲେପୁର, ଗଂଜାମ, ଛୋଟନାଗପୁର, ବିଶାଖାପାଟନାମ୍ ଏବଂ ମେଦିନୀପୁର ଅଂଚଳକୁ ଓଡ଼ିଶାରେ ମିଶାଇ ଦେବାର ଦାବିକୁ ଉକ୍ରଳ ସମ୍ମିଳନୀ ସରକାର ଆଗରେ ଉତ୍ଥାନ କରିଥିଲେ । ଉକ୍ରଳ ସମ୍ମିଳନୀରେ ପ୍ରତ୍ୟେକ ଓଡ଼ିଆକୁ ଯୋଗଦେବାପାଇଁ ଆହ୍ୱାନ ଦେଇ ମଧୁବାବୁ ସେଦିନ ଲେଖିଲେ-
“ଏହି ସମ୍ମିଳନୀ ଜାତି ପ୍ରାଣସିନ୍ଧୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡ଼ ସିନ୍ଧୁନୀରେ ।ା”
ସେଦିନ ଉକ୍ରଳ ସମ୍ମିଳନୀର ଅଧିବେଶନ ଗୁଡ଼ିକରେ ଭାଷଣ ଦେଇ ମଧୁବାବୁ ଓଡ଼ିଆମାନଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲେ । ବିଭିନ୍ନ ଓଡ଼ିଆ ଜାତିକୁ ଏକତ୍ରିତ କରି ଯଦି କିଏ ପ୍ରଥମେ ଇଂରେଜ ବିରୁଦ୍ଧରେ ସଂଗ୍ରାମ କରିଥିଲେ ସେ ଥିଲେ ମଧୁବାବୁ । ୧୯୦୮ରେ ମଧୁବାବୁ ଲଣ୍ଡନ ଯାତ୍ରା କରିଥିଲେ । ଭାରତର ରାଜ୍ୟ ସଚିବଙ୍କୁ ଏକଥା ଜଣାଇଦେବାପାଇଁ ୧୯୧୧ରେ ଭାରତର ବଡ଼ଲାଟ ଲର୍ଡ ହାର୍ଡିଂଜ ଭାରତର ରାଜ୍ୟ ସଚିବଙ୍କୁ ନୂତନ ବିହାର ଓ ଓଡ଼ିଶା ରାଜ୍ୟ ଗଠନର ପ୍ରସ୍ତାବ ଦେଇଥିଲେ । ଏହାକୁ ତୀବ୍ର ନିନ୍ଦାକରି ୧୯୧୨ରେ ବ୍ରହ୍ମପୁରରେ ଅନୁଷ୍ଠିତ ଉକ୍ରଳ ସମ୍ମିଳନୀର ଅଷ୍ଟମ ଅଧିବେଶନରେ ଭାଷଣ ଦେଇ ମଧୁବାବୁ କହିଥିଲେ,-
“ମୁଁ ଭାବୁଛି ବି୍ରଟିଶ୍ ସରକାରଙ୍କ ଅଧୀନରେ ଏପରି କେହି ଲୋକ ନାହାନ୍ତି ଯିଏ କି ଓଡ଼ିଆମାନଙ୍କଠାରୁ ଅଧିକ ଅନ୍ୟାୟ ଓ ନିର୍ଦ୍ଦୟ ଭାବରେ ଶାସିତ ହୋଇଥିବ ।”
ମଧୁବାବୁ ପ୍ରଥମେ ୧୮୯୬ରେ ଓଡ଼ିଶା ଏବଂ ଛୋଟ ନାଗପୁର ‘ମୁନିସିପାଲିଟି’ର ପ୍ରତିନିଧି ରୂପେ ନିର୍ବାଚିତ ହୋଇଥିଲେ । ୧୯୦୨ରେ ବଙ୍ଗ ଲେଜିସଲେଟିଭ୍ କାଉନସିଲ୍ର ପ୍ରତିନିଧି ଭାବେ ମଧୁବାବୁ, ରେଭେନ୍ସା ମହାବିଦ୍ୟାଳୟ ଉନ୍ନତିପାଇଁ ଅନୁଦାନ ଦେବାକୁ ସରକାରଙ୍କ ଉପରେ ଚାପ ପକାଇଥିଲେ । ନାରୀଶିକ୍ଷା ଓ କୃଷିର ଉନ୍ନତି ପାଇଁ ସେ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ । ତକ୍ରାଳୀନ ‘ବ୍ୟବସ୍ଥାପକ ସଭା’କୁ ଓଡ଼ିଶାରୁ ପ୍ରେରିତ ୫ ଜଣ ସଦସ୍ୟଙ୍କ ମଧ୍ୟରୁ ମଧୁବାବୁ ଥିଲେ ଅନ୍ୟତମ । ମଧୁବାବୁ ୧୯୨୧ରେ ବିହାର ଓଡ଼ିଶା ଲେଜିସଲେଟିଭ୍ କାଉନସିଲରେ ମନ୍ତ୍ରୀ ହୋଇଥିଲେ । କେବଳ ମଧୁବାବୁଙ୍କ ଉଦ୍ୟମ ଯୋଗୁ ୧୯୦୭ ଓଡ଼ିଶାର ଏକମାତ୍ର ବାଳିକା ବିଦ୍ୟାଳୟ ବନ୍ଦ ହେବା ପରିବର୍ତ୍ତେ ତାଙ୍କର ପାଳିତ କନ୍ୟା ଶୈଳବାଳା ମୁଖ୍ୟ ଶିକ୍ଷୟିତ୍ରୀ ଭାବରେ ଏହାର ଦାୟିତ୍ୱ ବହନ କରିବା ହେତୁ ଏହା ତିଷ୍ଠି ପାରିଥିଲା । ଯାହା ପରବର୍ତ୍ତୀ ସମୟରେ ଶୈଳବାଳା ମହାବିଦ୍ୟାଳୟ ରୂପେ ଉଭା ହୋଇଥିଲା । ଓଡ଼ିଶାର କୁଟୀର ଶିଳ୍ପର ବିକାଶପାଇଁ ଏବଂ “ତାରକସୀ ଶିଳ୍ପ”ର ବିକାଶ ପାଇଁ ଉଦ୍ୟମ କରିଥିଲେ ଯାହା ପୃଥିବୀରେ ଏକ ସ୍ୱାତନ୍ତ୍ର୍ୟ ବଜାୟ ରଖିଛି । ସେ କଟକରେ ଓଡ଼ିଶା ଆର୍ଟ ୱେର୍ସ ଏବଂ ଓଡ଼ିଶାର ଚମଡ଼ା ଶିଳ୍ପର ବିକାଶ ପାଇଁ କଟକରେ “ଉକ୍ରଳ ଟ୍ୟାନେରୀ” ନାମରେ ଏକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ତାଙ୍କରି ଉଦ୍ୟମରେ ତାଳଗୁଡ଼ କାରଖାନା ମଧ୍ୟ ସ୍ଥାପିତ ହୋଇଥିଲା । ସତରେ ଓଡ଼ିଶାର ଅର୍ଥନୀତିକୁ ଯଦି କେହି ଓଡ଼ିଆ ପ୍ରଗତିଶୀଳ କରିବାପାଇଁ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ, ସେ ଥିଲେ ମଧୁବାବୁ ।
ସେତେବେଳେ ୧୯୦୨ ମସିହାରେ ଇଂରେଜ ସରକାର ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ଡେପୁଟି ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦେଇଥିଲେ । ମଧୁବାବୁ ଏକ ମାତ୍ର ଓଡ଼ିଆ ଯିଏ କି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଓଡ଼ିଶାର ପରଂପରା ଅନୁସାରେ ଗଜପତି ମହାରାଜାଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯିବା ଯୁକ୍ତି କରି ସଫଳ ହୋଇଥିଲେ । ସେହିଦିନଠାରୁ ସେ ହେଲେ ଓଡ଼ିଶାର କୋଣାନୁକୋଣରେ ପରିଚିତ ମଧୁ ବାରିଷ୍ଟର । ଏକାଧାରରେ ଜଣେ ଜ୍ଞାନୀବ୍ୟକ୍ତି, ଅପ୍ରତିଦ୍ୱନ୍ଦ୍ୱୀ ରାଜନୀତିଜ୍ଞ, ଶିଳ୍ପପତି, ବାରିଷ୍ଟର, ସଂସ୍କାରକ ରୂପେ ପ୍ରତ୍ୟେକ କ୍ଷେତ୍ରରେ ମଧୁବାବୁ ଥିଲେ ଓଡ଼ିଶାର ଗର୍ବ ଏବଂ ଗୋ÷ରବ । ପ୍ରକୃତରେ ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନ ଯିଏ ସେଦିନ ଲେଖିଥିଲେ- “ଉଠରେ ଉଠରେ ଉକ୍ରଳ ସନ୍ତାନ
ଉଠିବୁ ତୁ କେତେଦିନେ?
ପୂରୁବ ଗୋ÷ରବ ପୂରୁବ ସାହସ
ପଡ଼ିବ କି କେବେ ମନେ?”
ମଧୁବାବୁଙ୍କ ପରେ ପରେ ଓଡ଼ିଶାର ପୁରପଲ୍ଲୀରେ ଉକ୍ରଳମଣି ଭାବରେ ଯିଏ ଜାତୀୟ କଂଗ୍ରେସର କାର୍ଯ୍ୟକଳାପକୁ ଆଗେଇ ନେଲେ ଓଡ଼ିଶାର ଦୁଃଖୀ ଦରିଦ୍ର ପୀଡ଼ିତ ଜନତାଙ୍କ ସେବାରେ ଯିଏ ନିଜର ସମଗ୍ର ଜୀବନକୁ ସମର୍ପିତ କରି ଓଡ଼ିଶା ଇତିହାସରେ ଶତାବ୍ଦୀର ଶ୍ରେଷ୍ଠ ମଣିଷ ଭାବରେ ନିଜକୁ ପ୍ରତିପାଦନ କରିଥିଲେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ସତ୍ୟବାଦୀର ବନବିଦ୍ୟାଳୟ ହେଉ ଅବା ଦୈନିକ ଖବର କାଗଜ ସମାଜର ପ୍ରତିଷ୍ଠାତା ହେଉ ଅବା ଦୁଃସ୍ଥ ଜନତାଙ୍କ ସେବା ହେଉ ତାଙ୍କର ତ୍ୟାଗ, ତିତିକ୍ଷା, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସକୁ ଆହୁରି ଋଦ୍ଧିମନ୍ତ କରିଥିଲା ଏବଂ କରୁଛି । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଦାନ ଅତୁଳନୀୟ ।
ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସତ୍ୟବାଦୀର ବନ ବିଦ୍ୟାଳୟ ପ୍ରତିଷ୍ଠା କରି ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ମଧ୍ୟ ପ୍ରଚେଷ୍ଟା କରିଥିଲେ । ଉକ୍ରଳ ସମ୍ମିଳନୀର ଏକ ସକ୍ରିୟ ସଦସ୍ୟ ହେବାରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ଓଡ଼ିଶାରେ ସ୍ୱାଧୀନତା ଆନେ୍ଦାଳନ କ୍ରିୟାଶୀଳ କରାଇଥିଲେ । ସେ କଟକରେ ‘ସ୍ୱରାଜ ଆଶ୍ରମ’, ଜଗତସିଂହପୁରରେ ‘ଅଳକା ଆଶ୍ରମ’ ଏବଂ ବାଲେଶ୍ୱରରେ ‘ସ୍ୱରାଜ ମନ୍ଦିର’ ଆଦି ପ୍ରତିଷ୍ଠା କରି କଂଗ୍ରେସ କାର୍ଯ୍ୟକଳାପକୁ ଲୋକପ୍ରିୟ କରାଇଥିଲେ । ତାଙ୍କର ସେହି ଜାତୀୟତାବଦୀ ଲେଖନୀରୁ ସୃଷ୍ଟି ହୋଇଥିଲା ‘ବନ୍ଦୀର ଆତ୍ମକଥା’, ‘କାରା କବିତା’, ‘ଧର୍ମପଦ’, ‘ଅବକାଶ ଚିନ୍ତା’ ଆଦି ପୁସ୍ତକମାନ ।
ଗୋପବନ୍ଧୁଙ୍କ ସହିତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଯିଏ ପାରଳା ଖେମୁଣ୍ଡିରେ ଉକ୍ରଳ ସମ୍ମିଳନୀରେ ଅଧିବେଶନ କରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ନିମନ୍ତେ କେବଳ ନେତୃତ୍ୱ ନେଇନଥିଲେ, ଫିଲିପ୍-ଡଫ୍-କମିଟି ନିକଟରେ ସାକ୍ଷ୍ୟ ନେଇ ସେ ମାନ୍ଦ୍ରାଜରୁ ଓଡ଼ିଶାର ଅଂଶ ଆଣି ବିହାରକୁ ଓଡ଼ିଶା ସହ ମିଶାଇବାପାଇଁ ସାକ୍ଷ୍ୟ ଦେଇଥିଲେ । ଆଜି ଯେଉଁ ଉକ୍ରଳ ବିଶ୍ୱ ବିଦ୍ୟାଳୟ, ହାଇକୋର୍ଟ, କୃଷି ଗବେଷଣାଗାର ଆଦି ପ୍ରତିଷ୍ଠା ହୋଇଛି ତାହା ସବୁ ତାଙ୍କରି କୃତି । ଉକ୍ରଳର ନିର୍ମାତା ରୂପେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ।
ଓଡ଼ିଶାର ମୁକ୍ତି ସଂଗ୍ରାମର ଆନେ୍ଦାଳନରେ କେବଳ ପୁରୁଷ ସମାଜର ଅବଦାନ ନଥିଲା ଓଡ଼ିଶାର ଅନେକ ମହିୟସୀ ନାରୀ ମାନଙ୍କର ମଧ୍ୟ ଅବଦାନ କମ୍ ନଥିଲା । ଗାନ୍ଧିଜୀଙ୍କ ପ୍ରେରଣାରେ ସେଦିନ ସ୍ୱାଧୀନତା ସଂଗ୍ରାମରେ ମା’ ରମା ଦେବୀ ଯୋଗ ଦେଇ ତିଳକ ସ୍ୱରାଜ ପାଣ୍ଠିକୁ ନିଜର ସମସ୍ତ ଗହଣା ଦାନ କରିଥିଲେ । କେବଳ ସେତିକି ନୁହେଁ ନିଜ ସ୍ୱାମୀ ଗୋପବନ୍ଧୁ ଚୋ÷ଧୁରୀଙ୍କ ସହିତ ‘ଅଳକାଶ୍ରମ’ ଏବଂ ପରେ ‘ସେବାଘର’ରେ ରହି ସେ ବହୁତ ଜନମଙ୍ଗଳ କାର୍ଯ୍ୟ କରି ଓଡ଼ିଶାର ଇତିହାସକୁ ଋଦ୍ଧିମନ୍ତ କରିଥିଲେ । ଗାନ୍ଧିଜୀ ଏବଂ ବିନୋବାଭାବେଙ୍କ ପଦଯାତ୍ରାରେ ଯୋଗଦେଇ ସର୍ବଭାରତୀୟ ‘କସ୍ତୁରବା ଗାନ୍ଧୀ ସ୍ମାରକନିଧି’, ‘ନବଜୀବନ ମଣ୍ଡଳ’, ‘ଉକ୍ରଳ ଖଦି ମଣ୍ଡଳ’, ‘ରେଡ଼କ୍ରସ ସୋସାଇଟି’ ଆଦି ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ଅନେକ ଜନହିତକର କାର୍ଯ୍ୟ କରିଥିଲେ । ୧୯୬୨ ଭାରତ ଚୀନ ଯୁଦ୍ଧ ବେଳେ ଆସାମର ତେଜପୁର ଛାଉଣିରେ ରହି ଆହତ ସୈନ୍ୟମାନଙ୍କର ସେବା କରିଥିଲେ । ଯମୁନାଲାଲ ବଜାଜ ଫାଉଣ୍ଡେସନ ପୁରସ୍କାର ମିଳିଥିଲା ଯାହାକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କେବଳ ମା’ ରମାଦେବୀ ନୁହନ୍ତି ମା’ ସରଳା ଦେବୀ ମଧ୍ୟ ସ୍ୱାମୀ ଭାଗିରଥୀ ମହାପାତ୍ରଙ୍କ ପ୍ରେରଣାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନେ୍ଦାଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବାଲେଶ୍ୱରର ଇଂଚୁଡ଼ି ଠାରେ । ୧୯୨୧ରେ ସେ ନାଗପୁରଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ଏହା ସହ ଟିକସ ବନ୍ଦ ଆନେ୍ଦାଳନ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯୋଗଦାନ, ଗାନ୍ଧିଜୀଙ୍କ ଗଠନ ମୂଳକ କାର୍ଯ୍ୟକ୍ରମର ରୂପାୟନ, ଭାରତଛାଡ଼ ଆନେ୍ଦାଳନର ପରିଚାଳନା, ହରିଜନ ତଥା କୃଷକଙ୍କ ଉନ୍ନତି ପାଇଁ ପ୍ରୟାସ ଏବଂ ସାହିତ୍ୟ ରଚନା କରି ଓଡ଼ିଶା ଇତିହାସରେ ଚିରସ୍ମରଣୀୟ ହୋଇ ରହିଛନ୍ତି । ରମା ଦେବୀ ଓ ସରଳା ଦେବୀଙ୍କ ସହ ମାଳତୀ ଦେବୀ ମଧ୍ୟ ନାରୀ ସ୍ୱାଧୀନତା ସଂଗ୍ରାମୀ ଭାବରେ ସ୍ୱାମୀ ନବକୃଷ୍ଣ ଚୋ÷ଧୁରୀଙ୍କ ସହ ଅଣଖିଆର ଆଶ୍ରମରେ ରହି ଗାଁ ଗାଁ ବୁଲି ସ୍ୱାଧୀନତାର ବାଣୀ ପ୍ରଚାର କରିଥିଲେ । ସେ ଭାରତ ଛାଡ଼ ଆନେ୍ଦାଳନ ହେଉ ବା କୃଷକ ଆନେ୍ଦାଳନ ହେଉ ବା ପ୍ରଜାମଣ୍ଡଳ ଆନେ୍ଦାଳନ ହେଉ, ପ୍ରତ୍ୟେକ ଆନେ୍ଦାଳନରେ ଯୋଗ ଦେଇ ଅନେକ ବାର କାରାବରଣ କରିଥିଲେ । ବାନର ସେନାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ମା’ ମାଳତୀ ଦେବୀ । ଆଜି ମଧ୍ୟ ତାଙ୍କର ଓଡ଼ିଶା ସଂଗ୍ରାମର ଗାଥା ଅବିସ୍ମରଣୀୟ । ଯଦି ଏହି ବରପୁତ୍ର ଓ ମହୀୟସୀ ମହିଳାମାନଙ୍କର ଅବଦାନକୁ ଆମେ ସ୍ମରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେହି ସଂଗ୍ରାମର ପଥେ ଅନୁପ୍ରାଣିତ ହେବା, ତେବେ ତାହା ହେବ ସେମାନଙ୍କ ପ୍ରତି ପ୍ରତିଟି ଓଡ଼ିଆଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ରଘୁନାଥଜୀଉ ମହାବିଦ୍ୟାଳୟ
ଦେଉଳ ସାହି, କଟକ-୮
ଦୂରଭାଷ : ୭୮୪୬୯୨୧୪୦୦