କଂଗ୍ରେସ ନେତାଙ୍କ ବିୟୋଗରେ ଶୋକ

 ନାଉଗାଁ: ନାଉଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ତିହୁଡା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଧନେଶ୍ୱର ଲେଙ୍କାଙ୍କ ପରଲୋକ ଘଟିଛି । ୫୬ ବର୍ଷ ବୟସରେ ଶ୍ରୀ ଲେଙ୍କାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଶ ପାଇଥିଲା । ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବାବାଜୀ ସତ୍ୟାନନ୍ଦ ଦାସ, ପୂର୍ବତନ ବ୍ଲକ ଅଧକ୍ଷ ବିଚିତ୍ରାନନ୍ଦ ଲେଙ୍କା, ସରପଞ୍ଚ ପ୍ରାଚୀ ସାଗରିକା ଜେନା, ସମିତିସଭ୍ୟ ମାନସୀ ଲେଙ୍କା, ରାଜେନ୍ଦ୍ର ଲେଙ୍କା, ଅନିଲ ଲେଙ୍କା, ବିଜିନ୍ ଲେଙ୍କା ସରୋଜ କୁମାର ଲେଙ୍କା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ବଡ ପୁତ୍ର ଜ୍ଞାନଶ୍ୱର ଲେଙ୍କା ମୁଖାଗ୍ନି ଦେଇଥିଲେ ଓ ସାନ ପୁଅ ସ୍ୱପ୍ନେଶ୍ୱର ଲେଙ୍କା, ତାଙ୍କ ଭାଇ ବେଣୁଧର ଲେଙ୍କା, ଭିଣେଇ ଅକ୍ଷୟ ଜେନା, ଭଣଜା ସ୍ମୃତି ରଞ୍ଜନ ଜେନାଙ୍କ ସହିତ ନାଉଗାଁ ଗ୍ରାମ ପଞ୍ଚାୟତର ବହୁ ଲୋକ ତାଙ୍କ ଶେଷକୃତ ଶୋଭା ଯାତ୍ରାରେ ସାମଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।