କୋର୍ଟ ସ୍ଥାନାନ୍ତର ନେଇ ରାଜରାସ୍ତାରେ ଆଇନଜୀବୀ
ପୁରୀ : ପୁରୀ ଜିଲ୍ଳା ଜଜ୍କୋର୍ଟର ଐତିହ୍ୟ କୋଠା ୧୬୨ ବର୍ଷ ଧରି ଲୋକଙ୍କ ସେବାରେ ଥିବା ବେଳେ, ବର୍ତ୍ତମାନ ପୁରୀ ଜିଲ୍ଲା କୋର୍ଟ ସ୍ଥାନାନ୍ତର ଉଦେ୍ଧଶ୍ୟରେ ରାଜ୍ୟ ସରକାର ୫ଏକର ଜମି ଆଇନ ବିଭାଗକୁ ସ୍ଥାନାନ୍ତର କରିଛନ୍ତି । ଯାହା ସିଆରଜେଡ୍, ଇକୋ ସେନ୍ସିଟିଭି, ମଧୁରଜଳ ସଂରକ୍ଷଣ ଅଞ୍ଚଳରେ ଅନ୍ତର୍ଭୁକ୍ତ । ବାଲୁଖଣ୍ଡ ମୌଜାକୁ ଜିଲ୍ଲା ଜଜ୍କୋର୍ଟ ସ୍ଥାନାନ୍ତର ପାଇଁ ନିଷ୍ପତ୍ତିର ବିରୋଧ କରି ପୁରୀ ଓକିଲ ସଂଘ ପକ୍ଷରୁ ଫେବୃୟାରୀ ୨୮ ତାରିଖରୁ ଅଦ୍ୟାବଧି ସତ୍ୟାଗ୍ରହ ଚାଲିଛି । ଏହି ପରିପ୍ରେକ୍ଷୀରେ ପୁରୀ ଓକିଲ ସଂଘ ପକ୍ଷରୁ ୫୦୦ରୁ ଊଦ୍ଧ୍ୱର୍ ଓକିଲ ଏକ ଶୋଭାଯାତ୍ରାରେ ବାହାରି ସିଂହଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ । ସିଂହଦ୍ୱାର ସମ୍ମୁଖରେ ମାନବ ଶୃଙ୍ଖଳ କରି ରାଜ୍ୟ ସରକାର ଏ ଦିଗରେ ବିଚାର କରି ସଂଘ ଦାବିକୁ ପୂରଣ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ଶୋଭାଯାତ୍ରା ଓ ମାନବଶୃଙ୍ଖଳର ନେତତ୍ତ୍ୱ ନେଇଥିଲେ ପୁରୀ ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି ଓ ସାଧାରଣ ସମ୍ପାଦକ ଶରତ ରାୟଗୁରୁ । ଓକିଲ ଜୟଦେବ ମିଶ୍ର, ଅନୀଲ ରାୟ, ଆଦିତ୍ୟ ହୃଦୟ ମିଶ୍ର, ଜ୍ୟୋତିପ୍ରକାଶ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ପୁଷ୍କର ମହାପାତ୍ର, ଶୁଭେନ୍ଦୁ ଦାସ, ରମେଶ ପ୍ରସାଦ ସିଂ, ସୋମନାଥ ଦାସ, ଶାରଦା ପ୍ରସାଦ ସାମଲ, ଭାଗବତ ପ୍ରସାଦ ପଟ୍ଟନାୟକ, କର୍ଣ୍ଣବୀର ମହାପାତ୍ର, ଜଗଦିଶ ମହାନ୍ତି, ସମୀର ଘୋଷ, ଜ୍ୟୋତି ରାଉତରାୟ, ବିଭୂତି ତ୍ରିପାଠୀ, ସୁଶାନ୍ତ ମିଶ୍ର, ବିମଳେନ୍ଦୁ ଦାସ, ରମେଶ ପ୍ରଧାନ, କାଳୀପ୍ରସାଦ ନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସୁକାନ୍ତ ଦାସ ପ୍ରମୁଖ ସାମିଲଥିଲେ । ଜିଲ୍ଳା ଜଜ୍କୋର୍ଟ ଏବଂ ଅନ୍ୟ ବିଚାର ବିଭାଗୀୟ କାର୍ଯ୍ୟାଳୟର ନୂତନ ସୌଧ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠିତ ହୋଇଥିବା ବେଳେ, ପୁରୁଣା ତହସିଲ ଅଫିସ କୋଠା ଜରାଜୀର୍ଣ୍ଣ ଅବସ୍ଥା ହୋଇପଡ଼ିଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଜମିରେ ଜିଲ୍ଳା ଜଜ୍କୋର୍ଟର ନୂତନ ସୌଧ ନିର୍ମିତ ହୋଇଥିଲା । ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଗତିକୃଷ୍ଣ ମିଶ୍ର ଏହି ନୂତନ ସୌଧକୁ ଉଦ୍ଘାଟନ କରିଥିଲେ । ସମୟ କ୍ରମେ ଏହି ପରିସରରେ ସ୍ଥାୟୀ ଲୋକ ଅଦାଲତ, ଜିଲ୍ଳା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ, ମଧ୍ୟସ୍ଥତା କେନ୍ଦ୍ର ଓ ଅନ୍ୟାନ୍ୟ ବିଚାର ବିଭାଗୀୟ କାର୍ଯ୍ୟାଳୟ ପ୍ରତିଷ୍ଠିତ ହୋଇ ସୁରୁଖୁରରେ ନିର୍ବିଘ୍ନରେ କାର୍ଯ୍ୟ ସଂପାଦିକ ହୋଇଆସୁଛି । ଏଭଳି ପରିସ୍ଥିତିରେ କୋର୍ଟଗୁଡ଼ିକୁ ଦୂରସ୍ଥାନକୁ ସ୍ଥାନାନ୍ତର କରାଯିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠିଛି । ସରକାରଙ୍କ ଏଭଳି ମନୋଭାବକୁ ନେଇ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ବିରୋଧ କରି ମାସ ମାସ ଧରି ସତ୍ୟାଗ୍ରହ ଚାଲିଥିବା ବେଳେ ଆନେ୍ଦାଳନ କ୍ରମେ ତୀବ୍ରତର ହେବାରେ ଲାଗିଛି ।