କୋଡ଼ିଙ୍ଗାଁ-କୋଷାଗୁମୁଡ଼ା ଅଞ୍ଚଳରେ ଚୋରି ବୃଦ୍ଧି
କୋଷାଗୁମୁଡା : ଗତ କିଛି ଦିନ ହେବ କୋଡ଼ିଙ୍ଗା ଅଞ୍ଚଳରେ ଥିବା ପାନୀୟ ଜଳ ଯୋଗାଣ କେନ୍ଦ୍ର ଗୁଡ଼ିକରୁ ତାର ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି କିନ୍ତୁ ପୋଲିସ ପ୍ରଶାସନର କୌଣସି ନିଘା ନାହିଁ ।୨୮ ତାରିଖ ରାତ୍ରରେ ଦୁରାଗାଁ, ଝାଡସେମଳା, କୁସୁମଡ଼ଙ୍ଗରି ଠାରେ ଥିବା ୪ଟି ପାନୀୟ ଜଳ କେନ୍ଦ୍ରରୁ ତାର ଚୋରାଇ ନେଇ ଯାଇଛନ୍ତି । କିଛି ଦିନ ପୂର୍ବେ କୋଡିଙ୍ଗାଁ ପଞ୍ଚାୟତ ଓ ଅନ୍ୟାନ୍ୟ ଗ୍ରାମ ଗୁଡ଼ିକର ମଧ୍ୟ ଜଳ ଯୋଗାଣ କେନ୍ଦ୍ରରୁ ତାର ଚୋରି ହେଇଛି । ଯାହା ଫଳରେ ବର୍ତ୍ତମାନ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ଠପ୍ ହୋଇଯାଇଥିବା ଯୋଗୁଁ ଜନସାଧାରଣ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳର ତାର ଚୋରି ଗ୍ୟାଙ୍ଗ୍କୁ ପୋଲିସ ପ୍ରଶାସନ କେବେ ଠାବ କରିବ ଏବଂ ଚୋରି ବନ୍ଦ ହୋବ ଏହି ବିଷୟ ଅଞ୍ଚଳରେ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।