ଶିକ୍ଷକଙ୍କୁ ବ୍ଲକ୍ ଶିକ୍ଷାଧିକାରିଣୀଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ


 ।ା ପ୍ରଭାନୁ୍ୟଜ ।ା: ଯାଜପୁର ବ୍ଳକ ସିମିଳିଆ ପଞ୍ଚାୟତ ଚିତାହଟା ଗ୍ରାମର ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ମାନଙ୍କର ଏକ ପ୍ରଶିକ୍ଷଣ ଚାଲିଥିଲା ବେଳେ ଶିକ୍ଷାଧିକାରିଣୀ ସ୍ମୁତିରେଖା ନାୟକ ପରିଦର୍ଶନରେ ଆସିଥିଲେ । କୌଣସି ଏକ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ସେହି ପଞ୍ଚାୟତର ଦରାଜପୁର ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର କୁମାର ଜେନା ବିଇଓଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଏଥିରେ ସେ ଉତକ୍ଷିପ୍ତ ହୋଇ ପ୍ରଶ୍ନ ପଚାରିଥିବା ଶିକ୍ଷକଙ୍କୁ ବିଭିନ୍ନ ପ୍ରକାର ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଗାଡିକୁ ଅଟକାଇଥିଲେ । ଶିକ୍ଷକ ଜଣକ ବିଇଓ ମାଡାମଙ୍କୁ ଭୁଲ ମାଗିବା ପରେ ମଧ୍ୟ ବିଇଓ ଚୁପ ନରହି ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଶିକ୍ଷକ ସଂଘର କାର୍ଯ୍ୟକର୍ତା ବିଇଓ ଓ ସଂପୃକ୍ତ ଶିକ୍ଷକଙ୍କ ମଧ୍ୟରେ ଏକ ଆପୋଷ ସମାଧାନ କରିବାକୁ ଚେଷ୍ଟା କରୁଥିବାବେଳେ ବିଇଓ ପୁଣି ୨୧ଜଣ ଶିକ୍ଷକ ମାନଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ସଂପୃକ୍ତ ଶିକ୍ଷକଙ୍କର ଦରମା ବନ୍ଦ କରି ସସପେଣ୍ଡ କରିବାର ଧମକ ଦେଇଥିବାରୁ ଶିକ୍ଷକ ଭୟଭୀତ ହୋଇ ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରିଣୀ ଏଦିଗରେ ବିହିତ ପଦକ୍ଷେପ ନେଇ ଦୀର୍ଘ ବର୍ଷ ହେବ ଯାଜପୁର ବ୍ଳକରେ ଗାଦିମାଡି ବସିଥିବା ବିଇଓ ମାଡାମକୁ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ହୋଇଛି ।