୧୨ଦଫା ଦାବିରେ କିଷାନ ମୋର୍ଚ୍ଚାର ବିକ୍ଷୋଭ

ଢେଙ୍କନାଳ:  ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚାର ଢେଙ୍କାନାଳ ଶାଖା ପକ୍ଷରୁ ମୋଦି ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ବିରୋଧ କରି ଏକ  ୧୨ଦଫା ସମ୍ବଳିତ ଦାବିପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ସଂଯୁକ୍ତ ଟ୍ରେଡ୍ ୟୁନିୟନ୍ ଓ କୃଷକ ସଂଗଠନ ତରଫରୁ ଏକ ବିକ୍ଷୋଭ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଭାଗ ନେଇ ଓଡିଶା କୃଷକ ସଭାର ସଦସ୍ୟ ସରୋଜ ଶତପଥୀ କହିଲେ ଯେ, ବର୍ତ୍ତମାନ ମୋଦି ସରକାର ବିରୁଦ୍ଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।  ଏଣୁ ଭାରତରେ ସମ୍ବିଧାନକୁ ବଢାଇବା ପାଇଁ ସମସ୍ତ ବିପକ୍ଷରେ ଥିବା ରାଜନୈତିକ ଏବଂ ଶ୍ରମିକ ଓ କୃଷକ ସଂଗଠନଗୁଡିକ ଏକାଠି କରି ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ରବି ରଥ, ସିପିଆଇଏମ୍ର ସର୍ବଜ୍ଞ ସାହୁ ଏବଂ ସିପିଆଇଏମ୍ଏଲ୍ର ଶ୍ରୀନିବାସ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ । ୧୨ଦଫା ଦାବିଗୁଡିକ ମଧ୍ୟରେ ଦରବୃଦ୍ଧି ବନ୍ଦ କର, ଖାଦ୍ୟ, ଔଷଧ, କୃଷିଜାତ ଦ୍ରବ୍ୟ ଉପରୁ ଜିଏସ୍ଟି ପ୍ରତ୍ୟାହାର, ପେଟ୍ରୋଲିୟମ ଉତ୍ପାଦ ଓ ରନ୍ଧନ ଗ୍ୟାସ୍ ଉପରେ ଲାଗୁ ହେଉଥିବା ଅବକାରୀ ଟିକସ ପରିମାଣ ବହୁ ମାତ୍ରାରେ ହ୍ରାସ ।  ଖାଦ୍ୟ ନିରାପତା ଓ ସାର୍ବଜନୀନ ଗଣବଣ୍ଟନ ବ୍ୟବସ୍ଥାର ଗ୍ୟାରେଣ୍ଟି, ଜାତୀୟ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ଟଙ୍କା । ମାଗଣା ଶିକ୍ଷା ଅଧିକାର, ମାଗଣା ସ୍ୱାସ୍ଥ୍ୟ ଅଧିକାର, ସମସ୍ତଙ୍କ ପାଇଁ ଜଳ ଓ ସ୍ୱଚ୍ଛତା ସହ ୨୦୨୦ ନୂଆ ଶିକ୍ଷାନୀତି ବାତିଲ ।  ରାଷ୍ଟ୍ରାୟତ ସଂସ୍ଥା ସରକାରୀ ବିଭାଗମାନଙ୍କର ଘରୋଇକରଣ ବନ୍ଦ କରିବା ଓ ଜାତୀୟ ମୁଦ୍ରାକରଣ ପାଇପ୍ଲାଇନ୍ ବାତିଲ କରିବା, ଖଣିଜ ଦ୍ରବ୍ୟ ଏବଂ ଧାତୁ ଉତ୍ତୋଳନ ପାଇଁ ଥିବା ପ୍ରଚଳିତ ଆଇନ୍ର ସଂଶୋଧନ, ସ୍ଥାନୀୟ ଗୋଷ୍ଠୀମାନଙ୍କର ବିଶେଷ କରି ଆଦିବାସୀ ଓ ·ଷୀମାନଙ୍କର ଉନ୍ନତି ପାଇଁ କୋଇଲା ସମେତ ସମସ୍ତ ଖଣିର ୫୦% ମୁନାଫା ଆଞ୍ଚଳିକସ୍ତରରେ ବ୍ୟୟ କରିବା । ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ଫିକ୍ସଡ୍ ଟର୍ମ ନିଯୁକ୍ତି (ନିର୍ଦ୍ଦିଷ୍ଟ ସମୟ ପାଇଁ) ନିଯୁକ୍ତି ବାତିଲ୍ ଏବଂ କର୍ମ କ୍ଷେତ୍ରରେ ସମାନତା ଓ ନିରାପତା (ସୁରକ୍ଷା)କୁ ନିଶ୍ଚିତ କରିବା, ଶ୍ରମର କାଜୁଆଲକରଣ ବନ୍ଦ କରିବା, ସମସ୍ତ ପ୍ରକାର ଅସଂଗଠିତ ଶ୍ରମିକ ଯଥା- ଗୃହକର୍ମ କରୁଥିବା ଶ୍ରମିକ, ଆବର୍ଜନା ମଧ୍ୟରୁ ଜିନିଷ ସଂଗ୍ରହ କରୁଥିବା ଶ୍ରମିକ, ଘରୋଇ ଶ୍ରମିକ, ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ, ସ୍କିମ୍ ଶ୍ରମିକ, କୃଷି ଶ୍ରମିକ, ଦୋକାନରେ କାମ କରୁଥିବା ଶ୍ରମିକ, ଖଲାସୀ, ଗିଗ୍ ଶ୍ରମିକ, ଲବଣ ଶ୍ରମିକ, ବିଡି ଶ୍ରମିକ, ତାଡି ଶ୍ରମିକ, ରିକ୍ସା ·ଳକ, ଅଟୋ ରିକ୍ସା/ଟାକ୍ସି ·ଳକ, ଦେଶାନ୍ତର (ମାଇଗ୍ରାଂଟ) ଶ୍ରମିକ, ମସô୍ୟଜୀବୀ ଗୋଷ୍ଠୀ ଆଦିଙ୍କର ରେଜେଷ୍ଟ୍ରିକରଣ ସହ ସେମାନଙ୍କୁ ପେନସନ ଓ ସାମଗ୍ରୀକ ସାମାଜିକ ସୁରକ୍ଷା ପ୍ରଦାନ କରିବା ଆଦି ଉଲ୍ଲେଖ ରହିଛି ।