ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦନି ପାଳିତ

 ଢେଙ୍କାନାଳ: ସ୍ଥାନୀୟ ଚନ୍ଦନ ବଜାର ଠାରେ ଥିବା ବାପ୍ଟିଷ୍ଟ ଚର୍ଚ୍ଚ ଠାରେ ବଡଦିନ ଅବସରରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ସହର ମଧ୍ୟରେ ଥିବା ଖ୍ରୀଷ୍ଟିୟାନ୍ ଭାଇଭଉଣୀମାନେ ପବିତ୍ର ବଡଦିନ ଅବସରରେ ଏକତ୍ରିତ ହୋଇ ବାପ୍ଟିଷ୍ଟ ଚର୍ଚ୍ଚ ଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା କରିଥିଲେ । ଚର୍ଚ୍ଚର ଅଙ୍ଗ ସଣ୍ଡେସ୍କୁଲ୍, ଉଦ୍ଯୋଗ ସମିତି, ମହିଳା ସମିତିର ସମସ୍ତେ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ଏହି ବିଶେଷ ଉପସ୍ଥାପନାରେ ଆଚାର୍ଯ୍ୟ ବିହିତ କୁମାର ପରିଛା ସୁଦୂର ଗଜପତିରୁ ଆସି ବଡଦିନର ତାତ୍ପର୍ଯ୍ୟ ବା ଯୀଶୁଙ୍କ ଜନ୍ମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସମସ୍ତ କାର୍ଯ୍ୟରେ ଚର୍ଚ୍ଚ ପାଷ୍ଟର ଆଶିଷ କୁମାର ଗାନ୍ଥା, କୋର୍ କମିଟିର ମୁଖ୍ୟ ଭାଇ ପ୍ରେମାନନ୍ଦ ବିହାରୀ, ସୁଶାନ୍ତ କୁମାର ବେହେରା,  ଅମରେନ୍ଦ୍ର ନାୟକ,  ଅଭୟାନନ୍ଦ ବିହାରୀ, ଭଉଣୀ କଳ୍ପନା ମହାନ୍ତି, ଡାନିଏଲ୍ ମୋଜେସ୍  ସହଯୋଗ କରିଥିଲେ ।