କଳିଙ୍ଗନଗରରେ ବାଟବଣା ହୋଇପଡ଼ିଛି ଏମ୍ଏସ୍ଏମ୍ଇ ଉଦ୍ୟୋଗ
ାା ପ୍ରଭାନୁ୍ୟଜ ।ା ଯାଜପୁର,୨୦ା୮: ଆଠ ବର୍ଷ ତଳେ ଅର୍ଥାତ ୨୦୧୬ ଡିସେମ୍ବର ୯ ତାରିଖରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦୁଇଟି ମଧ୍ୟମ ଉଦ୍ୟୋଗ ନିର୍ମାଣର ଭିତ୍ତିପ୍ରସ୍ତର ପଡ଼ିଥିଲା । ସେସମୟର ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ କରକମଳରେ ଦୁଇଟି ଉଦ୍ୟୋଗ ନୁ୍ୟଜୋନ ପାଇପ ଓ ବେଟ ଲଜିଟେକ ଇ୍-ରିକ୍ସା ପାଇଁ ଶୁଭ ପଡ଼ିଥିଲା ।
ଉଭୟ ଉଦ୍ୟୋଗ ୨ଶହ ୭୫କୋଟି ଟଙ୍କାରେ ନିର୍ମାଣ ହେବ ଏବଂ ଏଥିରେ ୪୫୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା । ଆଉ ଉକ୍ତ ତାରିଖରେ ଆୟୋଜିତ ଶିଳାନ୍ୟାସ ଉସôବରେ ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ଓଡ଼ିଶାରେ ମେକ ଇନ କନେକ୍ଲଭ ସାକାର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଉକ୍ତ ଶିଳାନ୍ୟାସ ଉସôବରେ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସମେତ ଇଡ଼କୋ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ବିଜେଡ଼ି ସରକାର ମେକ ଇନ୍ ଓଡ଼ିଶା କନ୍ କ୍ଲେଭ୍ରେ କଳିଙ୍ଗନଗରକୁ ମାଳମାଳ ଉଦ୍ୟୋଗପତିଙ୍କ ଆଗମନ ହେଉଥିବା କଥା କୁହାଗଲା । ସେଥିନିମନ୍ତେ ଇଡ଼କୋ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଜମି ମଧ୍ୟ ଯୋଗାଇ ଦିଆଗଲା । କିନ୍ତୁ ଯଦି ଦେଖିବା ୮ବର୍ଷ ପରେ କଳିଙ୍ଗନଗରରେ ଆଠଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମୁଣ୍ଡ ଟେକି ପାରିନି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ଉଦ୍ୟୋଗକୁ ଗୁରୁତ୍ୱ ଦେଉଥିବା ବେଳେ କଳିଙ୍ଗନଗରରେ କିନ୍ତୁ ଏହା ସ୍ଥାଣୁ ପାଲଟିଛି । ଶିଳ୍ପ ନାଁରେ ଜମି ଅଧିଗ୍ରହଣ କରିଥିବା ଇଡ଼କୋ ଏମ୍ଏସ୍ଏମ୍ଇ ଉଦ୍ୟୋଗ ସ୍ଥାପନ ପାଇଁ ଆଗ୍ରହୀ ଉଦ୍ୟୋଗପତିଙ୍କୁ ଜମି ଟେକି ଦେଇ ଚୁପ ବସିଛି । ଇଡ଼କୋ ନାଁ ଉଦ୍ୟୋଗପତିଙ୍କୁ ଜମି ଚିହ୍ନଟ ଦେଉଛି, ନାଁ ବିସ୍ଥାପନକୁ ନେଇ ବର୍ଷବର୍ଷ ଧରି ଲାଗି ରହିଥିବା ସମସ୍ୟା ଦୂର ହେଇ ପାରୁଛି । ସମସ୍ୟା ଦୂର ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ତ୍ରିପାକ୍ଷୀକ ବୈଠକରେ ହେଉଥିବା ନିଷ୍ପତି କେବଳ ନିଷ୍ପତ୍ତିରେ ରହି ଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳ୍ପ ଓ ଏମଏସଏମଇ ବିଭାଗର ସମୀକ୍ଷା କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଯୋର ଦେଇଥିଲେ । ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ବ୍ୟାପକ ସୁଯୋଗ ରହିଛି, ତାହାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିଦେ୍ର୍ଦଶ ଦେଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ କଳିଙ୍ଗନଗରର ବାସ୍ତବ ସ୍ଥିତି ସଂପର୍କରେ ଅନ୍ଧାରରେ ରହିିଥିବା ଭଳି ଲାଗୁଛି । ଏମଏସଏମଇ ଉଦ୍ୟୋଗ ପାଇଁ ଏକାଧିକ ଉଦ୍ୟୋଗ ପତି ଜନଶୁଣାଣୀରେ ଜନସମର୍ଥନ ପାଇ ମଧ୍ୟ ଜମିରେ ମାଟି ମୁଠେ ପକାଇ ପାରୁ ନାହାନ୍ତି । ବିଜେଡ଼ି ସରକାର ସମୟରେ ମେକ ଇନ୍ ଓଡ଼ିଶା କନ୍ କ୍ଲେଭ୍ରେ ୩୬ଟି ଉଦ୍ୟୋଗର ଆଗମନ ସଂପର୍କରେ ସୂଚନା ଦିଆଯାଇଥିଲା । ହେଲେ ହାତଗଣତି କେଇଟାକୁ ଛାଡ଼ିଲେ କିଛି ଶୁଭ ପକାଇ ଉଭାନ ହୋଇଯାଇଛନ୍ତି । ନବୀନ ସରକାର ଦେଖିଥିବା ସ୍ୱପ୍ନ ଅଧା ବାଟରେ ଅଟକି ରହିବା ପଛରେ ଯେଉଁ ବଡ଼ କାରଣଟି ରହିଛି, ତାହା ହେଲା ବିସ୍ଥାପିତ ହେବାକୁ ଥିବା ପରିବାରକୁ ବର୍ଷବର୍ଷ ଧରି ଭଣ୍ଡେଇ ଚାଲିବା । ଉଦାହରଣ ଭାବେ ବର୍ଷକ ତଳେ ହୋଇଥିବା ତ୍ରିପାକ୍ଷୀକ ନିଷ୍ପତ୍ତି ଏଯାବଦ କାର୍ଯ୍ୟକାରୀ ନହେବାକୁ ନିଆଯାଇପାରେ । ଜେସିଡ଼ିଏଲ ପଙ୍କପାଳ ଠାରେ ତା୨୫ା୮ା୨୪ରେ ବିସ୍ଥାପନ ସମସ୍ୟା ସମାଧାନ ନେଇ ଅନୁଷ୍ଠିତ ହୋଇଥିଲା ତ୍ରିପାକ୍ଷୀକ ବୈଠକ । ବୈଠକର ଉଦେଶ୍ୟଥିଲା କଳିଙ୍ଗନଗରକୁ ଆସିବାକୁ ଥିବା ୮ଗୋଟି ମଧ୍ୟମ-କ୍ଷୁଦ୍ର ଉଦ୍ୟୋଗ ପାଇଁ ଜମି ଅଧିଗ୍ରହଣ ଓ ନିର୍ମାଣକୁ ନେଇ ଲାଗିରହିଥିବା ଅନିଶ୍ଚିନ୍ତତାର ସ୍ଥାୟୀ ସମାଧାନ ସୂତ୍ର ବାହାର କରିବା । ସେସମୟର ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଏବଂ ଶିଳ୍ପସଂସ୍ଥାର ସକରାତ୍ମକ ସହମତି ସମାଧାନର ବାଟ ଫିଟାଇଥିଲା । ନିର୍ଦ୍ଧିଷ୍ଟ ଦାବି ପୂରଣ ନହେବା ଯାଏ ବିସ୍ଥାପିତ ହେବେନି ବୋଲି ଜିଦଧରି ବସିଥିବା ଯଖପୁରା ଏବଂ ଚାନ୍ଦିଆ ପଞ୍ଚାୟତର କଚେରୀ ଗାଁ, ଟାଙ୍ଗରସାହି, କୁଡ଼ୁମୀସାହି ଏବଂ ଅରହାସାହିର ୨୫୨ପରିବାର ଶିଳ୍ପକୁ ସହଯୋଗ କରିବା ପୂର୍ବକ ବିସ୍ଥାପିତ ହେବାକୁ ରାଜି ହୋଇଥିଲେ । ସାହିର ପରିବାର ପକ୍ଷରୁ ରଖାଯାଇ ଆସିଥିବା ବର୍ଦ୍ଧିତ ପରିବାରକୁ ମାନ୍ୟତା, ନିଯୁକ୍ତି, କ୍ଷତିପୂରଣ, ଜମିପଟ୍ଟା ଭଳି ଦାବି ପୂରଣ ପ୍ରତିଶ୍ରୁତି ମିଳିଥିଲା । ବୈଠକରେ ବୈଠକର ଟାଟା ଷ୍ଟିଲର ମୁଖ୍ୟ ଅରବିନ୍ଦ ଝା, ଇମ୍ଫା ଗ୍ରୁପ୍ର ଅଧିକାରୀ କିଶୋର ମହାନ୍ତି, ଇଡ୍କୋର ସିଇଓ ସନ୍ତୋଷ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ । ସଂପୃକ୍ତ ବୈଠକକୁ ବର୍ଷେ ପୁରିଗଲାଣି । କିନ୍ତୁ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା କେବଳ କାଗଜପତ୍ରରେ ରହିଗଲା । ଯେଉଁ ୮ଟି ଉଦ୍ୟୋଗ ଆମଗନ ଅପେକ୍ଷାରେ ଥିଲେ ଆସିବାକୁ ଆଗ୍ରହି ଥିଲେ ହେଁ ବିସ୍ଥାପିତ ହେବାକୁ ଥିବା ପରିବାର ଆକଟ କରିବାର ଭୟ ଘାରିଛି । ଏହି କାରଣରୁ ଉଦ୍ୟୋଗ ପାଇଁ ବିସ୍ଥାପିତ ହେବାକୁ ଥିବା ଜମିହରାଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ନା ସେମାନଙ୍କୁ ବିସ୍ଥାପିତ କରାଯାଉଛି ନା ସେମାନଙ୍କୁ ସରକାରୀ ସାହାଯ୍ୟ କିଛି ମିଲିପାରୁଛି । ବିସ୍ଥାପିତ ହେବାକୁ ଥିବା ଅଧିବାସୀ ମାନେ ସନ୍ଦିହାନ ହୋଇପଡିଛନ୍ତି । ମେକ ଇନ ଓଡ଼ିଶା କନ୍ କ୍ଲେଭ୍ରେ ସାମିଲ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସବୁ ଇଡକୋ ଠାରୁ ଜମି ଅଧିଗ୍ରହଣ କରିଥିବା ବେଳେ ତାହା ପୂର୍ଣ୍ଣାଙ୍ଗ ହୋଇଥିବାର ଦେଖିବାକୁ ମିଳୁନାହିଁ । କିଛି ଶିଳ୍ପ ନିଜର କାର୍ଯ୍ୟ ଚାଲୁ ରଖିଥିବା ବେଳେ ଅନ୍ୟ ସବୁ କମ୍ପାନୀ ଅଧିଗ୍ରହଣ ଜମି ଉପରେ ତାଙ୍କର ପାଦ ପଡୁନାହିଁ । ଇତି ମଧ୍ୟରେ ମେକ୍ ଇନ ଓଡ଼ିଶା କନ୍ କ୍ଲେଭ୍ରେ ସାମିଲ ହୋଇଥିବା ଜଟିଆ ସିମେଣ୍ଟ, ଭିସିଆଇ କେମିକାଲ, ସାଇଜର ପ୍ରାଇଭେଟ୍ ଲିମିଟେଡ, ମହେଶ ଇନଫାଷ୍ଟକଚର୍, ସିଜେ ଡାରସେଲ୍ ଲଗିଷ୍ଟିକ ପ୍ରାଇଭେଟ୍ ଲିମିଟେଡ, ମା’ ଦୁର୍ଗା ଫିଲିଂ ଷ୍ଟେସନ ଶିଳ୍ପ ସଂସ୍ଥା ନିଜର କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ଚାଲୁ ରଖିଥିବା ବେଳେ ଏମ ଇ ଏସ କେ ପାର୍କରେ ନିର୍ମାଣ ହେବାକୁ ଥିବା ୩୬ ଗୋଟି କ୍ଷୁଦ୍ର ଶିଳ୍ପ ମଧ୍ୟରୁ ମାତ୍ର ହାତ ଗଣତି ଚାରୋଟି ସଂସ୍ଥା କାର୍ଯ୍ୟ ଚାଲୁ ରଖିଥିବା ବେଳେ ଅନ୍ୟ ସବୁ ହାତବାନ୍ଧି ବସିଛନ୍ତି । ଓମ ଶଙ୍କର ଷ୍ଟିଲ ଆଣ୍ଡ କାଷ୍ଟିଂ, ପାରାଦୀପ ଅକ୍ସିଜେନ କାର୍ଯ୍ୟ ଆରମ୍ଭ କରିଛି ।
ସେହିପରି ବି କେ ଷ୍ଟିଲ, ଇମ୍ଫା କମ୍ପାନୀ ଶିଳ୍ପ କାର୍ଯ୍ୟ କରିବା ପାଇଁ ଜନଶୁଣାଣୀ କରି ଜନସମର୍ଥନ ପାଇ ସାରିଥିବା ପରେ ମଧ୍ୟ କାରଖାନା ପାଇଁ ଅଧିଗ୍ରହଣ କରିଥିବା ଜମିରେ ପାଚେରୀ କାର୍ଯ୍ୟ ଆରମ୍ଭ କରିପାରିନାହିଁ । ଏହାର କାରଣ ସାଜିଛି ଉକ୍ତ ଶିଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଗାଁ ମାନଙ୍କର ଥଇଥାନ କରାଯାଇନାହିଁ । ଫଳରେ ବିସ୍ଥାପିତ ହେବାକୁ ଥିବା କଚେରୀ ଗାଁ, ଅରହାସାହି, ଟାଙ୍ଗରସାହି, କୁଡ଼ୁମି ସାହି ଆଦି ଗାଁର ଅଧିବାସୀ ମାନେ ଶିଳ୍ପକୁ ବିରୋଧ କରୁଛନ୍ତି । ତାଙ୍କର କହିବା କଥା ପ୍ରଥମେ ଥଇଥାନ ପରେ ଶିଳ୍ପ । ସେଇ ଠାରେ ହିଁ ଅଟକି ଯାଇଛି ବିକେ ଷ୍ଟିଲ, ଇମ୍ଫା, ଭିସିଆଇ କେମିକାଲ ଆଦି ଶିଳ୍ପର କାର୍ଯ୍ୟ ଅଧାପାନ୍ତରିଆ ହୋଇ ପଡ଼ିରହିଛି । ୮୩ ଏକର ଜମି ପାଇଥିବା ଚେତନାଡା କାରଖାନା ଶୁଭ ପକାଇ କେଉଁ ଆଡ଼େ ଉଭାନ ହୋଇଯାଇଛି । ଜ୍ୟୋତି ଫିଲ୍ଲିଂ ଷ୍ଟେସନ ଇଡକୋ ଠାରୁ ଜମି ହାତେଇ ଥିବାବେଳେ ତାର କାର୍ଯ୍ୟ ଆରମ୍ଭ କରିପାରିନାହିଁ । ସନ୍ ଭିରା କମ୍ପାନୀ ୫୦ଏକର ଜମି ନେଇଥିବା ବେଳେ ଏପର୍ଯ୍ୟନ୍ତ କମ୍ପାନୀ ଦେଖାନାହିଁ । ମେକ୍ ଇନ ଓଡ଼ିଶା କନ୍ କ୍ଲେଭ୍ରେ ହେବାକୁ ଥିବା ଉଦ୍ୟୋଗ ସମ୍ପୂର୍ଣ୍ଣ ଭାବରେ ବାଟବଣା ହୋଇଯାଇଛି । ଉଦ୍ୟୋଗ ନାଁରେ କମ୍ପାନୀ ମାନେ ଜମି ହାତେଇ ଥିବାବେଳେ କାରଖାନା ପ୍ରତିଷ୍ଠାର ନାଆଁ ଗନ୍ଧ ଧରୁନାହାଁନ୍ତି । ଯାହା ମୋହନ ସରକାରଙ୍କ ପାଇଁ ଏକ ଆହ୍ୱାନ ବୋଲି କୁହାଯାଇପାରେ ।