ପର୍ଜନ୍ୟ ଅର୍ଥାତ୍ ପ୍ରାଣବର୍ଷା


ଗୀତାର ଭଗବାନ କୃଷ୍ଣ କହନ୍ତି, "ଯଜ୍ଞାଦ ଭବତି ପର୍ଜନ୍ୟଃ' ଅର୍ଥାତ୍ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ । ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା ଯଦି ସତ ହୋଇଥାନ୍ତା ତେବେ ପାଣିବର୍ଷା ମନୁଷ୍ୟ ହାତରେ ଥାନ୍ତା, କଦାପି ପାଣିର ଅଭାବ ପଡ଼ନ୍ତା ନାହିଁ । ଯେତେବେଳେ ଯେତିକି ବର୍ଷାର ଆବଶ୍ୟକତା ହୁଅନ୍ତା ସେତେବେଳେ ସେତିକି ବର୍ଷା କରାଯାଇ ପାରନ୍ତା । ବନ୍ୟା ହେବାର ସଙ୍କଟ ରହନ୍ତା ନାହିଁ ଏବଂ ବର୍ଷା ଅଭାବରେ ଦୁର୍ଭିକ୍ଷ ପଡ଼ିବାର ଦେଖାଯାନ୍ତା ନାହିଁ । ମନ ହେବାମାତ୍ରେ ବର୍ଷା କରାଯାଇ ପାରନ୍ତା । ତାର ମାତ୍ରା ନିୟନ୍ତ୍ରଣ ମଧ୍ୟ ମନୁଷ୍ୟ ହାତରେ ଥାନ୍ତା ।  ପର୍ଜନ୍ୟ ବର୍ଷା କଥା ସତ ଅଟେ କିନ୍ତୁ ପାଣି ବର୍ଷା ନୁହେଁ । ତେବେ ପାଣି ବ୍ୟତୀତ ଆଉ କୌଣସି ବସ୍ତୁ ମଧ୍ୟ ବର୍ଷା ହୁଏ କି? ଏହାର ଉତ୍ତର "ହଁ'ରେ ଦିଆଯାଇପାରେ ଏବଂ ଉକ୍ତ ବର୍ଷା ହେବା ବସ୍ତୁକୁ ହିଁ ପର୍ଜନ୍ୟ କୁହାଯାଏ । ଏହାପାଣି ନୁହେଁ, "ପ୍ରାଣ' ଅଟେ । ପ୍ରାଣ କହନ୍ତି ଜୀବନୀ ଶକ୍ତିକୁ । ଯେଉଁ ବସ୍ତୁ ବଳ, ସାମର୍ଥ୍ୟ ପ୍ରଦାନ କରେ, ତାହା ହିଁ ଜୀବନୀ ଶକ୍ତି ଅଟେ । ଯାହାଙ୍କ ଶରୀରରେ ଜୀବନୀ ଶକ୍ତି ଥାଏ ସେମାନେ କ୍ଷୀଣକାୟ ହେଲେ ସୁଦ୍ଧା ବଳବାନ ଥାନ୍ତି । ଗାନ୍ଧୀଙ୍କୁ ମୃତୁ୍ୟ ବେଳକୁ ଅଶୀବର୍ଷ ବୟସ ହୋଇଥିଲା । ସେ କହୁଥିଲେ ମୁଁ ୧୨୦ ବର୍ଷ ବଞ୍ଚôବାକୁ ଚାହେଁ । ଯଦି ଦୁର୍ଘଟଣା ହୋଇନଥାନ୍ତା ତେବେ ସମ୍ଭବତଃ ତାଙ୍କୁ ଇଚ୍ଛାମୃତୁ୍ୟ ମିଳିଥାନ୍ତା । ଜୀବନୀ ଶକ୍ତି ଶରୀରକୁ ବଳବାନ, ନିରୋଗ ଏବଂ ଦୀର୍ଘଜୀବୀ କରିବା ସହିତ ମନୋବଳ ବୃଦ୍ଧି କରେ । ଏହାଦ୍ୱାରା ଓଜସ୍ ଏବଂ ବର୍ଚ୍ଚସର ବିଭୁତି ପ୍ରାପ୍ତ ହୁଏ । ଏହାକୁ ପ୍ରତିଭା ମଧ୍ୟ କୁହାଯାଏ ।
ପ୍ରତିଭାର ସ୍ରୋତ ଅନ୍ତରୀକ୍ଷ ଅଟେ । ଅନ୍ତରୀକ୍ଷରୁ କିରଣ ମଧ୍ୟ ବର୍ଷା ହୁଏ । ସୂର୍ଯ୍ୟ କିରଣକୁ ଜୀବନଦାତ୍ରୀ ବୋଲି କୁହାଯାଏ । ତଦ୍ୱାରା ବର୍ଷା ମଧ୍ୟ ହୁଏ । ବୈଜ୍ଞାନିକମାନେ ଜାଣିଛନ୍ତି ଯେ ତଦ୍ୱାରା ବର୍ଷା ଅତିରିକ୍ତ ଆଉ ବହୁତ କିଛି ବର୍ଷା ହୁଏ । ବର୍ଷା ପାଣିରେ ଉତ୍ପାଦକଶକ୍ତି ଥାଏ । ସମୟ ସମୟରେ ତାର ନୂ୍ୟନତା ମଧ୍ୟ ଦେଖାଦେଇ ଥାଏ । ଏପରି ପରିସ୍ଥିତିରେ ଯେଉଁ ବନସ୍ପତି ଉତ୍ପନ୍ନ ହୁଅନ୍ତି ସେମାନେ ନିର୍ଜୀବ ହୁଅନ୍ତି । ବିଶ୍ଲେଷଣ କର୍ତ୍ତାଙ୍କ ଅନୁସାରେ ସେମାନଙ୍କ ଠାରେ ରାସାୟନିକ ପଦାର୍ଥ ସ୍ୱଳ୍ପ ମାତ୍ରାରେ ଥାଏ । ଫଳରେ ସେମାନଙ୍କର ପତ୍ର ଫୁଲ ଫଲ ସ୍ୱଳ୍ପମାତ୍ରାରେ ହୁଏ । ସେମାନଙ୍କୁ ଖାଉଥିବା ପଶୁପକ୍ଷୀ ମଧ୍ୟ ଦୁର୍ବଳ ହୁଅନ୍ତି, ଦୁଧ ଅଳ୍ପ ଦିଅନ୍ତି, ଶିଶୁମାନେ ଦୁର୍ବଳ ହୁଅନ୍ତି । ପର୍ଜନ୍ୟ ଅର୍ଥ ଅନ୍ୟ ପ୍ରକାରେ ଜୀବନୀଶକ୍ତି ଅଟେ । ତାହା ବର୍ଷା ସହିତ ବରଷିପାରେ ଏବଂ ପ୍ରାଣବାୟୁରେ ମଧ୍ୟ ଦ୍ରବିତ ହୋଇ ରହିପାରେ । ବାୟୁରେ ପ୍ରାଣବାୟୁ ଯଦି କମ ଥାଏ ତେବେ ଶ୍ୱାସ ଗ୍ରହଣ ତ କରାଯାଇପାରେ କିନ୍ତୁ ଯେଉଁ ବିଶିଷ୍ଟତା ପାଇଁ ଲୋକେ ଜଳବାୟୁ ପରିବର୍ତ୍ତନ କରନ୍ତି ଏବଂ ସ୍ୱାସ୍ଥ୍ୟୋନ୍ନୋତି ପାଇଁ ଅନ୍ୟ ସ୍ଥାନକୁ ଯାଆନ୍ତି, ସେ ବିଶିଷ୍ଟତା ତହିଁରେ ନଥାଏ । ବନସ୍ପତିର ପ୍ରଖରତା ପ୍ରାଣବାନ ଜଳ ଉପରେ ନିର୍ଭରକରେ । ପ୍ରାଣୀର ଜୀବନ ପ୍ରାଣ ଉପରେ ନିର୍ଭର କରେ । ପ୍ରାଣ ଉପରେ ପରମାୟୁ ନିର୍ଭର କରେ ।
ଏ ସମ୍ବନ୍ଧରେ ଶୀର୍ଷ ସ୍ଥାନୀୟ ବୈଜ୍ଞାନିକମାନେ ଅନୁସନ୍ଧାନ କରିଛନ୍ତି ଯେ - ସାଧାରଣତଃ ଲୋକେ ଆହାର ବିହାରକୁ ହିଁ ଦୀର୍ଘ ଜୀବନର କାରଣ ମନେ କରନ୍ତି । କିନ୍ତୁ ସେଥିରେ ଏହି ପ୍ରକାର ବିଶିଷ୍ଟତା ନଥାଏ । ଅନ୍ୱେଷଣରୁ ଜଣାପଡ଼ିଛି ଯେ ଯେଉଁଠି ବନସ୍ପତିରେ ପ୍ରାଣଶକ୍ତିର ବାହୁଲ୍ୟ ଥାଏ, ସେ ସ୍ଥାନର ପ୍ରାଣବାୟୁର ଆଧିକ୍ୟ ଯୋଗୁଁ ଏହି ପ୍ରାଣ ମିଳେ । ଖାଦ୍ୟ ପଦାର୍ଥ ଦେଖିବାକୁ ଅନ୍ୟ ସ୍ଥାନର ଖାଦ୍ୟ ପଦାର୍ଥ ସଦୃଶ ହେଲେ ମଧ୍ୟ ତହିଁରେ ପୁଷ୍ଟିକର ତତ୍ତ୍ୱର ମାତ୍ରା ଅଧିକ ଥାଏ ଏବଂ ଏହି ଶକ୍ତି ଜଳ ସହିତ ଆକାଶରୁ ବୃଷ୍ଟି ହୁଏ । ଯେଉଁ ସ୍ଥାନରେ ଅନ୍ନଜଳ ପ୍ରାଣବାୟୁ ଦୃଷ୍ଟିରୁ ଦୁର୍ବଳ ଥାଏ । ସେଠାକାର ନିବାସୀ ଅନାୟାସ ଦୁର୍ବଳ ଥାନ୍ତି । ସନ୍ତସନ୍ତିଆ ସ୍ଥାନର ଲୋକେ ଯୌବନ ଆସୁ ଆସୁ ବୃଦ୍ଧ ହୋଇଯାଆନ୍ତି । ମେଲେରିଆ, ଫାଇଲେରିଆ ରୋଗଗ୍ରସ୍ତ ହୁଅନ୍ତି ଏବଂ ଅକାଳ ମୃତୁ୍ୟ ବରଣ କରନ୍ତି । ବାସ୍ତବରେ ପ୍ରାଣ ରୂପରେ ଜୀବନୀ ଶକ୍ତି ସେ ସ୍ଥାନରେ କମ ବର୍ଷା ହୁଏ । ଏହି ଅଭାବ ଯଜ୍ଞ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ପୂରଣ ହେବା ସମ୍ଭବ ନୁହେଁ । ଯଜ୍ଞ ଅନ୍ତରୀକ୍ଷର ଉର୍ବରତା ବଢ଼ାଇବାର ଏକ ସାଧନ ଅଟେ । ଭୂମିରେ ଖତ ପକାଇଲେ ଫସଲ ଉତ୍ପାଦନ ଅଧିକ ହୁଏ । ଯଜ୍ଞର ବିଶିଷ୍ଟତା ହେଉଛି ଯେ ଏହାର ଶକ୍ତି ଅନ୍ତରୀକ୍ଷରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ପରିପୂର୍ଣ୍ଣ କରିଦିଏ ଏବଂ ତାହା ହିଁ ପ୍ରାଣୀ, ମନୁଷ୍ୟ ବନସ୍ପତି ସମସ୍ତଙ୍କୁ ଏହି ପୋଷକ ତତ୍ତ୍ୱ ପ୍ରଦାନ କରେ । ଏହି ପୋଷଣ ହିଁ ପର୍ଜନ୍ୟ । ବର୍ଷାର ଯେଉଁ ଉଲ୍ଲେଖ ଅଛି ତାହାର ତାତ୍ପର୍ଯ୍ୟ ହେଉଛି ଯେ ଅଗ୍ନିହୋତ୍ର ଦ୍ୱାରା ଅନ୍ତରୀକ୍ଷରେ ବିଶେଷ କ୍ରିୟାଶୀଳତା ଉତ୍ପନ୍ନ ହୁଏ ଏବଂ ତାହା ସମସ୍ତ ପ୍ରାଣୀଙ୍କୁ ପୋଷଣ ପ୍ରଦାନ କରେ । 
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭