ପୂର୍ବତନ ବରିଷ୍ଠ ସହାୟକ ଅବନୀକାନ୍ତ ଦୋଷୀ ସାବ୍ୟସ୍ତ
ସମ୍ବଲପୁର: ସମ୍ବଲପୁର ପୌର ପରିଷଦର ପୂର୍ବତନ ବରିଷ୍ଠ ସହାୟକ ତଥା କୋଷାଧ୍ୟକ୍ଷ ଅବନୀକାନ୍ତ ନାୟକଙ୍କୁ ଭିଜିଲାନ୍ସ ପକ୍ଷରୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଏଥିସହ ତାଙ୍କ ପେନସନ୍ ବନ୍ଦ କରିବା ପାଇଁ ଓଡିଶା ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି । ବିଭିନ୍ନ ପୌର ପରିଷଦର ନାକା ଗେଟ୍ରୁ ୪ଲକ୍ଷ ୧୦ଟଙ୍କା ସଂଗ୍ରହ କରି କାର୍ଯ୍ୟାଳୟରେ ଜମା କରିନଥିବା ଅଭିଯୋଗ ହୋଇଥିଲା ।