ପ୍ରହସନ ପାଲଟିଛି ଶିକ୍ଷା ବ୍ୟବସ୍ଥା  : ଅବସର ଶିକ୍ଷକଙ୍କ ଭରସାରେ ଚାଲିଛି ଦୋଳଗୋବିନ୍ଦ ହାଇସ୍କୁଲ 

 ବିଞ୍ଝାରପୁର : ରାଜ୍ୟରେ ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏବେ ନାହିନଥିବ ପରିସ୍ଥିତି । ପୂର୍ବ ସରକାରରେ ସ୍କୁଲରେ ରଙ୍ଗମରା, ପ୍ରୋଜେକ୍ଟର, ଫୁଲଗଛ, ସାଙ୍ଗକୁ ମଡେଲ ଶ୍ରେଣୀଗୃହ ନିର୍ମାଣ କରିଦେଲେ । ହେଲେ ଶିକ୍ଷକ ଅଭାବକୁ କେହି ନଜର ଦେଲେ ନି । ଠିକ୍ ସମାନ ଅବସ୍ଥା ବିଜେପି ସରକାରରେ । ସରକାର ପରିବର୍ତନ ହେବାର ୧୪ମାସ ବିତିଯାଇଥିଲେ ସୁଦ୍ଧା ଏହି ସମସ୍ୟାର କୌଣସି ପରିବର୍ତନ ହୋଇପାରିନାହିଁ । ବିଜେପି ସରକାର ବି ରଙ୍ଗମରା ଛଡା ଅଭାବୀ ଶିକ୍ଷକ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଗୁହାଳି ପଂଚାୟତ ଦୋଳଗୋବିନ୍ଦ ଉଚ୍ଚ ବିଦ୍ୟାଳୟରେ । ନବମ ଓ ଦଶମ ଦୁଇଟି ଶ୍ରେଣୀରେ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଥିବା ବେଳେ ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ ପ୍ରଧାନ ଶିକ୍ଷକଙ୍କୁ ନେଇ ଚାଲିଛି ଏଠି ପାଠପଢା । ଗାଁର ଶିକ୍ଷିତ ଓ ଅବସରପ୍ରାପ୍ତ ବ୍ୟକ୍ତି ସମୟ ବାହାର କରି ବିଦ୍ୟାଳୟରେ ପାଠ ପଢାଉଛନ୍ତି ।
ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସମସ୍ତ ବିଷୟରେ ପାଠପଢ଼ି ପାରୁଛନ୍ତି । ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କଥା କହୁଥିବା ବେଳେ ଦୋଳଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ସମସ୍ୟାରୁ ବେଶ୍ ବାରି ହୋଇ ପଡୁଛି । ରଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି । ଯାହାଫଳରେରେ ଅଭିଭାବକ ମାନେ ପିଲାଙ୍କ ପାଠ ପଢା ପାଇଁ ସରକାରୀ ବିଦ୍ୟାଳୟ ପରିବର୍ତେ ବେସରକାରୀ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି । ସରକାରଙ୍କ ବ୍ଲକ୍ ଗ୍ରାଂଟ ସ୍କୁଲରେ ନିଯୁକ୍ତି ବନ୍ଦ କରିଦେଇଥିବା ବେଳେ, ଦୋଳଗୋବିନ୍ଦ ହାଇସ୍କୁଲଟି ସରକାରଙ୍କ ବ୍ଲକଗ୍ରାଂଟ ହୋଇଥିବା ବେଳେ, ଏହି ଦୁଇ ଶିକ୍ଷକଙ୍କ ଅବସର ପରେ ଛାତ୍ରଛାତ୍ରୀଙ୍କ ଅବସ୍ଥା କଣ ହେବ ଏବେ ଠାରୁ ବାରି ହୋଇପଡ଼ୁଛି । ଏସମସ୍ୟା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଜିଲ୍ଲା ଶିକ୍ଷାଅଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ସ୍ଥାନୀୟ ବିଧାୟିକା ଅଧ୍ୟକ୍ଷଙ୍କୁ ଲିଖିତ ଅବଗତି କରି କରି ନୟାନ୍ତ ହୋଇଥିଲେ ସୁଦ୍ଧା କିଛି ପ୍ରଭାବ ପଡ଼ିଲା ନାହିଁ । ଗାଁ ଲୋକ ଓ କମିଟିଙ୍କ ନିଦେ୍ର୍ଦଶରେ ଗାଁର ଜଣେ ଅବସର କର୍ମଚାରୀ ଓ ଆଉ ଜଣେ ବାହାର ଅଂଚଳର ଅବସର ଶିକ୍ଷକ ପିଲାଙ୍କୁ ପାଠ ପଢାଉଛନ୍ତି । ତେବେ ଏସମସ୍ୟା ସହ ରାଜ୍ୟରେ ଥିବା ସମସ୍ତ ବ୍ଲକ୍ଗ୍ରାଂଟ ସ୍କୁଲ ଉପରେ ସରକାରଙ୍କ ଶୁଭଦୃଷ୍ଟି ପକାଇ ସମସ୍ୟାର ସମାଧାନ ପାଇଁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମତ ରଖୁଛନ୍ତି ।