ବରଗାଁ ଗ୍ରାମରେ ରବି ଧାନ ମଣ୍ଡି ଶୁଭାରମ୍ଭ

 ନୂଆପଡ଼ା: ଖଡ଼ିଆଳ ବ୍ଲକ ବରଗାଁ ଠାରେ ରବି ଋତୁ ପାଇଁ ଧାନ ମଣ୍ଡି ଆଜି ୧୦ ଟାରେ ଶୁଭାରମ୍ଭ ହୋଇଯାଇଛି । ବରଗାଁ ପେକ୍ସ ସଭାପତି ସତ୍ୟପ୍ରିୟ ମୁଣ୍ଡ ଏହାର ଉଦଘାଟନ କରି ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି କହିଥିଲେ । ଏହି ମଣ୍ଡିରେ ୪୩୧ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨୮୯୨ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ବ୍ୟବସ୍ଥା ରହିଛି । ବଂଶଲ ଏଗ୍ରୋ, ଶ୍ରୀ କ୍ରିଷ୍ଣା ଓ ଗୁରୁ ଗୋବିନ୍ଦ  ମିଲର୍ସ ଧାନ କିଣିବା ପାଇଁ ଦାୟିତ୍ୱ ପାଇଛନ୍ତି । ଆର ଏମ ସି ତରଫରୁ ଚାଷୀ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯାଉଥିବା ପେକ୍ସ୍ ସଭାପତି ଓ ସମ୍ପାଦକ ମତ ଦେଇଛନ୍ତି । କାର୍ଯ୍ୟକ୍ରମରେ ପେକ୍ସ ସମ୍ପାଦକ ଭାଗିରଥି ପଟେଲ, କର୍ମଚାରୀ, ବରିଷ୍ଠ ଚାଷୀ ମକରଧ୍ୱଜ ରଣାଙ୍କ ସମେତ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ ।