ସୁଭଦ୍ରାଙ୍କୁ ପୋଡି ହତ୍ୟା ଘଟଣା : ଜିଲ୍ଲାପାଳ ଓ ଏସ୍ପିଙ୍କ ସହ କଥା ହେଲେ ସାଂସଦ

 ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଲୋଧାଝରି ଗ୍ରାମର ଯୁବତୀ ସୁଭଦ୍ରାକୁ ଅମାନବୀୟ ଭାବେ ପୋଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅର୍ଦ୍ଧ ଦଗ୍ଧ ଭାବେ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ  ନେଇ ଢେଙ୍କାନାଳ ସାଂସଦ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସତ୍ୟବ୍ରତ ଭୋଇ, ଅନୁଗୁଳ ଜିଲ୍ଲାପାଳ ଅବଦୁଲ ଏମ ଅଖତାର, ଏସପି ରାହୁଲ ଜେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ସାଂସଦ ଆଲୋଚନା କରିଛନ୍ତି । ଖୁବ୍ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି ।