ରାହୁଲ ଗାନ୍ଧିଙ୍କ ଜନ୍ମ ଦିନ ପାଳିତ
ଆସିକା : ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ରାହୁଲ ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆସିକା ଋଷିକୂଲ୍ୟା ନଦୀ ତଟରେ ପ୍ରବାହିତ ସୁବନେଶ୍ୱର ମନ୍ଦିରରେ ରାହୁଲ ଗାନ୍ଧିଙ୍କ ଶୁଭାଶିଷ କାମନା କରି ପୂଜାର୍ଚ୍ଚନା, ଅଭିଷେକ କରାଯାଇଥିଲା । ଆସିକା ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ କୋର୍ଟ, କଂଗ୍ରେସ କାର୍ଯ୍ୟାଳୟ, ଏବଂ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚô ବାଟୋଇ, ଆଇନଜୀବୀ ଏବଂ ସହରବାସୀ ସହିତ ମେଡିକାଲର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ଆଇନଜୀବୀ ପ୍ରିୟାଂଶୁ ପରିଡା, ଅଜିତ କୁମାର ମୁନି, ଭବାନୀ ଶଙ୍କର ଦାସ, ଅଭିନାଶ ବେହେରା, ଭାଲୁ ପାତ୍ର, ପରମେଶ୍ୱର ପାତ୍ର, କ୍ଷେତ୍ରବାସୀ ଦୋରା ସମେତ ଅନେକ ଯୁବ ଛାତ୍ର କର୍ମୀ ଯୋଗ ଦେଇଥିଲେ ।