ଭାଜପା ନେତ୍ରୀ ଇତିଶ୍ରୀଙ୍କ ଏବେ ବି ମିଳିନି ପତ୍ତା

ଭାଜପା ନେତ୍ରୀ ଇତିଶ୍ରୀଙ୍କ ଏବେ ବି ମିଳିନି  ପତ୍ତା

ଯାଜପୁର : ଯାଜପୁର ରୋଡ୍‌ର ଭାଜପା ନେତ୍ରୀ ଇତିଶ୍ରୀ ଜେନାଙ୍କ ଏଯାଏ ମିଳିନି ପତ୍ତା। ଇତିଶ୍ରୀଙ୍କ ସହ ତାଙ୍କ ପରିବାରର ୪ ଜଣ ନିଖୋଜ ହୋଇଯାଇଛନ୍ତି। ଇତିଶ୍ରୀଙ୍କ ବଡ଼ପୁଅ, ଭାଇଭାଉଜ ବି ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।
ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଏକ ଉଦ୍ଧାରକାରୀ ଦଳ ସାମିଲ ରହିଛି। ଗୁରୁବାର ସିକ୍କିମର ହିଲ ଟପ୍‌କୁୁ ବୁଲିବାକୁ ଯାଇଥିଲେ ଇତିଶ୍ରୀଙ୍କ ପରିବାର। ତେବେ ଗାଡ଼ିଟି ଭାରସାମ୍ୟ ହରାଇ ହଜାରେ ଫୁଟ ତଳ ତିସ୍ତା ନଦୀକୁ ଖସିପଡ଼ିଥିଲା। । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ ଜଣ ନିଖୋଜ ଅଛନ୍ତି।