ଶ୍ରୀରାମ ନବମୀ ମହୋତ୍ସବ 

 ଭଦ୍ରକ: ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବକୁ ଅଧିକ ସରସ ସୁନ୍ଦର୍ କରିବା ଉଦେ୍ଦଶ୍ୟରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଥିମ୍ ସଙ୍ଗ୍ ଏବଂ ମାତୃଭୂମୀ ପାଇଁ ଗଣଦୌଡ଼ର ଲୋଗୋ ଉନ୍ମୋଚିତ ହୋଇଯାଇଛି  । ନୂଆ ବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ ମୂହୁର୍ତ୍ତରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମିତିର ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଭଦ୍ରକର ସାଂସଦ ଅଭିମନୁ୍ୟ ସେଠୀ, ବିଧାୟକ ଭଦ୍ରକ ସୀତାଂଶୁ ଶେଖର ମହାପାତ୍ର, ସମିତିର ସଭାପତି ଆଇନଜୀବୀ ନିତ୍ୟାନନ୍ଦ ନାୟକ, ଉପସଭାପତି ଜଗନ୍ନାଥ ଦାଶ ଏବଂ ତ୍ରିଲୋଚନ ନାୟକ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱରୂପାନନ୍ଦ ମହାପାତ୍ର, ଆଇନଜୀବୀ ତୁଷାରକାନ୍ତ ଦାସ, ସ୍ୱାଧୀନ ସୁନ୍ଦର ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହକୋଷାଧ୍ୟକ୍ଷ ଶିବଶଙ୍କର ଦାସ ମଞ୍ଚରେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ  । ଏହି କାର୍ଯ୍ୟକ୍ରମରେ ଗଣଦୌଡ ସଂଯୋଜନା ସମିତି ଓ ମେଢ଼ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ  । ଉନ୍ମୋଚିତ ଥିମ୍ ସଙ୍ଗ୍ରେ ଶ୍ରୀରାମ ନବମୀ ମହୋତ୍ସବର ସମସ୍ତ ପାରମ୍ପରିକ କାର୍ଯ୍ୟକ୍ରମର ବିଷୟ ଥିବାବେଳେ ମାତୃଭୂମୀ ପାଇଁ ଗଣଦୌଡ଼କୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି ।