ଇନ୍ଦ୍ରଦୁ୍ୟମ୍ନଙ୍କ ଦ୍ୱାରା ବଡ ଦେଉଳ ତୋଳା କଥା

ଇନ୍ଦ୍ରଦୁ୍ୟମ୍ନଙ୍କ ଦ୍ୱାରା ବଡ ଦେଉଳ ତୋଳା କଥା


ଲଳିତ ଲେଙ୍କା : ଶବରୀ ନାରାୟଣଙ୍କ ଅଭିଶାପରେ ଗାଲମାଧବ ବଂଶ କ୍ଷୟ ଗଲା  । ବିରାଟ ରାଜାଙ୍କ ବଂଶର ରାଜା ମଧୁକେଶରଙ୍କର ପୁତ୍ର ହେଉଛନ୍ତି ରାଜା ଇନ୍ଦ୍ରଦୁ୍ୟମ୍ନ  । ସେ ବଡ ପରାକ୍ରମଶାଳୀ ରାଜା ଥିଲେ  । ସେ ଯେପରି ବୀର ଥିଲେ, ସେହିପରି ଥିଲେ ପରମ ଧାର୍ମିକ  । ୟେକଦିନେ ରାଜା ପାତ୍ର ମନ୍ତ୍ରୀ ମାନଙ୍କୁ ଧରି ଯାମନିକ ତୀର୍ଥରେ ପହଞ୍ଚôଲେ  । ସେଠାରେ ଶୁକମୁନିଙ୍କ ଠାରୁ ପୁରାଣ କଥା ଶ୍ରବଣ କରୁଥିଲେ  । ଶୁକମୁନି କହିଲେ ଧନ୍ୟ ହେଉଛନ୍ତି ରାଜା ଗାଲମାଧବ  । ତାଙ୍କୁ ଶବରୀ ନାରାୟଣ କହିଥିଲେ ଯାମନିକ ତୀର୍ଥର ନୀଳସୁନ୍ଦର ପର୍ବତରେ ସେ ନୀଳ ଯେ ମାଧବ ଭାବେ ପୂଜା ପାଇବେ  ଓ ଜାରା ଶବର ବଂଶର ଦାୟାଦମାନେ ତାଙ୍କ ସଙ୍ଗରେ ରହିଥିବେ  ।  ଏଠାରେ ଅବଶ୍ୟ ବିଜେ ହେବେ ଜଗନ୍ନାଥ  । ଏହା ଶୁଣି ରାଜା ଇନ୍ଦ୍ରଦୁ୍ୟମ୍ନ ପର୍ବତ ଉପରେ ଉଠି ଏଠାରେ ଏକ ମନ୍ଦିର ତୋଳାଇବେ ବୋଲି ମନେ ମନେ ସଂକଳ୍ପ କଲେ  ।
ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ବାନ୍ଧିବା ସମୟରେ ବାନର ସେନା ପର୍ବତମାନ ଉପାଡି ଆଣୁଥିଲେ  । ସେହି ପର୍ବତମାନଙ୍କ ମଧ୍ୟରେ ନୀଳଗିରି ଓ ନୀଳସୁନ୍ଦର ପର୍ବତ ଦୁଇଟିର ସୋ÷ନ୍ଦର୍ଯ୍ୟରେ ମୋହିତ ହୋଇ ଶ୍ରଦ୍ଧାରେ ଦୂର ପର୍ବତକୁ ସେତୁ ବନ୍ଧରେ ନଲଗାଇ ରଖି ଦେଇଥିଲେ  । ଇନ୍ଦ୍ରଦ୍ରୁମ୍ନଙ୍କ ସିଦ୍ଧ ଅନୁକୂଳ ମନ୍ତ୍ରୀ କହିଲେ ନୀଳପର୍ବତଟି ଦ୍ୱାରକା ନାମରେ ଖ୍ୟାତ ହେଲା  । ଦ୍ୱାପର ଯୁଗ ଅନ୍ତରେ ଶ୍ରୀକୃଷ୍ଣ ଜାରା ଶବର ଦ୍ୱାରା ନିହତ ହେବା ପରେ ଅର୍ଜୁନ ନେଇ ସେ ପିଣ୍ଡକୁ ଦହନ କଲା  । ଏହି ସମୟରେ ଶୂନ୍ୟବାଣୀ ହେଲା ସେ ପିଣ୍ଡକୁ ଦହନ ନକରି ସିନ୍ଧୁ ଜଳରେ ମେଲିଦିଅ  । ଅର୍ଜୁନ କୋଳକରି ଶ୍ରୀକୃଷ୍ଣଙ୍କ ଅପୋଢା ପିଣ୍ଡକୁ ନେଇ ସିନ୍ଧୁ ଜଳରେ ଭସାଇ ଜାରା ଶବରକୁ ଜଣାଇ ସେଠାରୁ ଫେରିଗଲେ  । ସେହି ପିଣ୍ଡକୁ ଆଜିସୁଦ୍ଧା ଜାରାଶବର ଜଗି ରହିଛି  ।
ମହାରାଜା ଇନ୍ଦ୍ରଦୁମନ କହିଲେ- ‘ମୁଁ କ’ଣ ଖୋଜି ଖୋଜି ଜାରା ଶବର ଓ ସେହି ଅପୋଡା  ପିଣ୍ଡକୁ ପାଇବି ? ତଥା ବିଷ୍ଣୁନାଥଙ୍କୁ ଜଣାଇ ତାଙ୍କ ପାଇଁ ଏଠାରେ ଦେଉଳ ତୋଳାଇବି  । ନୀଳ କଳ୍ପବଟ ମୂଳେ ବସି ରାଜା ଇନ୍ଦ୍ରଦୁ୍ୟମ୍ନ ଏହି କଥା ବସି ଭାବୁଥାନ୍ତି  । ସିଦ୍ଧ ଅନୁକୂଳ ମନ୍ତ୍ରୀ କହିଲେ ଉକ୍ତ ସହକାରେ ଲୋଡିଲେ ଯାଇ ସେହି ଅପୋଡା ପିଣ୍ଡ ପ୍ରାପ୍ତ ହେବ  । ଏହି ସମୟରେ ଅଦଭୂତରେ ଏକ ବିନ୍ଧାଣୀ ଆସି ରାଜା ଇନ୍ଦ୍ରଦୁ୍ୟମ୍ନଙ୍କୁ କହିଲା- ମହାରାଜ ମୁୁଁ ତୋର କୀର୍ତ୍ତିଗୋଟିକୁ ନିଷ୍ଠାର ସହିତ ନିର୍ମାଣ କରିବ  । ରାଜା ଆନନ୍ଦିତ ହୋଇ ବିନ୍ଧାଣୀଙ୍କୁ ପୂଜା କରି ମନ୍ଦିର କାମ ଆରମ୍ଭ କଲେ  । ତୁଳମାସ କୃଷ୍ଣପକ୍ଷ, ଚଉଠୀ ତିଥି, ରୋହିଣୀ ନକ୍ଷତ୍ର ଗୁରୁବାର ପାହାନ୍ତରୁ ମନ୍ଦିର ନିର୍ମାଣର ଶୁଭ ଅନୁକୂଳ ହେଲା  । ୟେକାମ୍ବର ବନରୁ ପାଷାଣ କଟାହୋଇ ଆସି ମନ୍ଦିର ନିର୍ମାଣରେ ବିଷ୍ଣୁଦାସ ବିନ୍ଧାଣି ବିନିଯୋଗ କଲେ  । ସିଦ୍ଧ ପାଷାଣରେ ନୀଳପୀତ ସଲାଘ ବିଧିରେ ମନ୍ଦିର ନିର୍ମାଣ ହେଲା  । ମନ୍ଦିର ନିର୍ମାଣ ପରେ ଯମେଶ୍ୱରଙ୍କ ଠାରେ ରାଜା କାଷ୍ଠାରେ ଶରଣ ପଶିଲେ  । ରାଜା ଇନ୍ଦ୍ରଦୁ୍ୟମ୍ନ ଉପବାସରେ ଚଉବିଂଶ ବର୍ଷ ପର୍ଯ୍ୟନ୍ତ ଅଧିଆ ପଡିଲେ  । ଯମେଶ୍ୱର ପ୍ରସନ୍ନ ହୋଇ କହିଲେ- ‘ରାଜା ତୋର କୀର୍ତ୍ତି ଆମେ ଦେଖିଲୁ ଏଥର ଉଠ  । ଇନ୍ଦ୍ରଦୁ୍ୟମ୍ନ କହିଲେ ସ୍ୱାମୀ ମୁଁ ମନ୍ଦିରଟିଏ ତୋଳଇଲି, ଏଠାରେ କୀର୍ତ୍ତି ଆମେ ଦେଖିଲୁ ଏଥର ଉଠ  । ଇନ୍ଦ୍ରଦୁ୍ୟମ୍ନ କହିଲେ ସ୍ୱାମୀ ମୁଁ ମନ୍ଦିରଟିଏ ତୋଳାଇଲି, ଏଠାରେ କେଉଁ ଦେବତାଙ୍କୁ ବିଜେ କରାଇବି ମୋତେ ଆଜ୍ଞା ଦିଅନ୍ତୁ  । ଯମେଶ୍ୱର କହିଲେ ଏହି କ୍ଷେତ୍ରର ଉତ୍ତରଦିଗରେ ଅଛନ୍ତି ମାରକଣ୍ଡ ବ୍ରହ୍ମା  । ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଓ କାଳେଣ ଅଧିକାରୀ  । ସେହିଁ ତୋତେ କହିବେ ଯେବତା ହିଁ ଦୀକ୍ଷା  । କାରଣ ବିଷ୍ଣୁଙ୍କ ଆଜ୍ଞାରେ ମାରକଣ୍ଡେଶ୍ୱର ହେଉଛନ୍ତି ଏହି କ୍ଷେତ୍ରର ଅଧିପତି  ।
ଇନ୍ଦ୍ରଦୁ୍ୟମ୍ନ ପଞ୍ଚଦଶ ଦିନ ଉପବାସରେ ରହି ମାରକଣ୍ଡ ବ୍ରହ୍ମାଙ୍କୁ ଉପାସନା କଲେ  । ସ୍ୱପ୍ନରେ ମାରକଣ୍ଡ କହିଲେ ଯୁଗ ଅନ୍ତକାଳେ ଏହି ନୀଳସୁନ୍ଦର ପର୍ବତରେ ରାମକୃଷ୍ଣ ବେନିଭାଇ ପୂଜା ପାଇବେ  । ରାଜା କହିଲେ ଏହି ନାରାୟଣ ଦେବତାଙ୍କୁ ମୁଁ କେଉଁଠାରୁ ପାଇବି ? ମାରକଣ୍ଡ କହିଲେ ଜାରା ନାମକ ଶବର ସହିତ ପ୍ରୀତି ଉପୁଜାଇ ପାରିଲେ ନାରାୟଣଙ୍କୁ ପାଇବୁ  । ସିଦ୍ଧ ଅନୁକୂଳ ମନ୍ତ୍ରୀ ସହିତ ରାଜା ଇନ୍ଦ୍ରଦୁ୍ୟମ୍ନ ଖୋଜି ଖୋଜି ଏକ କୈବର୍ତ୍ତୀ ପଲ୍ଲୀରେ ଜାରା ଶବର ସହିତ ଦେଖାହେଲା  । ରାଜା ଅନେକ ବସନ ଭୂଷଣ ଓ ରତ୍ନ ଆଭରଣ ଦେଇ ଜାରାକୁ କହିଲେ- ‘ତୁମେ ବନର ରାଜା ଓ ମୁଁ ହେଉଛି ମୃତୁ୍ୟ ମଣ୍ଡଳର ରାଜା  । ସମୁଦ୍ର କୂଳରେ ପିଣ୍ଡକୁ ଜଗି ରହିଛି  । ପ୍ରଭୁଙ୍କ ଆଜ୍ଞା କହିଲେ ଆମ୍ଭେ ଦୁଇଜଣ ତାଙ୍କୁ ନୀଳଗିରିରେ ପୂଜା କରିବା  । ଯଦି ଏହି ମୃତୁ୍ୟମଣ୍ଡଳରେ ତାର ପୂଜା ପାଇବାକୁ ଇଛା ଥାଏ ତେବେ ଲୟ କରି ମୋତେ ତାଙ୍କର ଦୀକ୍ଷା ମାଗିବାକୁ ପଡିବ  । ତୁମ୍ଭେ ଚନ୍ଦ୍ରଭାଗା ତୀର୍ଥରେ ରହିଥାଅ  । ମୁଁ ବିଷ୍ଣୁଙ୍କ ଆଜ୍ଞା ପାଇଲେ ତୁମକୁ ଜଣାଇବି  । ମନେରଖ ଏଠାରେ ଗୋଟିଏ ରାତ୍ରିରୁ ଅଧିକ ରହିବ ନାହିଁ  ।
ସେହି ରାତ୍ରିରେ ଜାରା ଶବର ସମୁଦ୍ର କୂଳରେ ଯାଇ ଶ୍ରୀକୃଷ୍ଣଙ୍କୁ ଭକ୍ତିଭରେ ଡାକିଲେ  । ସାଗରୁ ବାହାର ହୋଇ କୃଷ୍ଣ ଉପଗତ ହେଲେ  । ପ୍ରଭୁଙ୍କୁ ଦେଖି କିରାତ ନିଉଛାଳି ହୋଇ କହିଲା- ପ୍ରଭୁ ଇନ୍ଦ୍ରଦ୍ରୁମନ ରାଜା ଅନେକ ବିନୋଇ ତୋତେ ପୂଜା କରିବା ନିମିତ୍ତ ପ୍ରାସାଦ କରିଅଛି  । କିନ୍ତୁ ତୁମ ପ୍ରତିମା ନପାଇ ରାଜା ଅନେକ ଦୁଃଖରେ ରହିଛି  । ପ୍ରଭୁ, ତୁମେ ନୀଳଗିରିକୁ ବିଜେ କରିବ କି ?
ଶ୍ରୀକୃଷ୍ଣ କହିଲେ- ୟେଥି ବ୍ରହ୍ମାର ଇଛା ଆମ୍ଭେ ନୀଳଗିରିରେ ଚାରିଲକ୍ଷ ବତିଶି ସହସ୍ର ବରଷ ଭୋଗ କରିବୁ  । ବଉଦା ଅବତାର ନେଇ ଦୁଷ୍ଟଜନ ମାରି  ସନ୍ଥଜନ ପ୍ରତିପାଳିବୁ  । ଯିବୁ ନୀଳଗିରିକୁ ସଂଶୟ କିଛି ନାହିଁ  । ତୁମେ ଇନ୍ଦ୍ରଦ୍ରୁମନ ରାଜାଙ୍କୁ ନେଇ କାଲି ପ୍ରଭାତରେ ରୋହିଣୀ କୁଣ୍ଡ ଜଗିଥାଅ  । ରୋହିଣୀ କୁଣ୍ଡରେ ଆମ୍ଭେ କାୟା ବିସ୍ତାର କରିବୁ  । ୟେ ପିଣ୍ଡ ଗୋଟିକ ଦାରୁ ଭାବେ ପ୍ରତିଭାତ ହେବ  । ଏହା କହି ଶ୍ରୀକୃଷ୍ଣ ଅନ୍ତର୍ଦ୍ଧାନ ହୋଇଗଲେ  ।
ଇନ୍ଦ୍ରଦୁ୍ୟମ୍ନଙ୍କୁ ଜାରା ଶବର କହିଲା- ‘ଚାଲ ହୋ ନୀଳଗିରିକୁ ଯିବାକ ତୁରିତ  ।’ ରାଜା, ସିଦ୍ଧ ଅନୁକୂଳ ମନ୍ତ୍ରୀ ଓ ଜାରା କୋଣାର୍କ କ୍ଷେତ୍ରରୁ ଆସି ନୀଳସୁନ୍ଦର ପର୍ବତରେ ପହଞ୍ଚôଲେ  । ଇନ୍ଦ୍ରଦୁ୍ୟମ୍ନ ରାଜା ମଇତ୍ର ଜାରାକୁ ଦେଉଳ ଦେଖାଇ କହୁଥାନ୍ତି- ଦେଖ ମୋ ପୂର୍ବ ଜନ୍ମର ସୁକୃତରୁ ଏହି ମନ୍ଦିର ତୋଳାଇଛି  । ମୁଁ ବ୍ରହ୍ମଦେବଙ୍କୁ ଆଣି ଶ୍ରୀପୁରୁଷୋତ୍ତମ ପାଟଣା ଗ୍ରାମ ବସାଇଛି  । ବେଦପତି ବ୍ରହ୍ମା କହିଲେ ଏଠାରେ ବିଷ୍ଣୁ ପ୍ରତିମାର ପୂଜା ନକଲେ ସେ ଏଠାରେ ରହିବେ ନାହିଁ  । ଧାତାଙ୍କ ବଚନରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ବୁଲି ବୁଲି ମଧ୍ୟ ବିଷ୍ଣୁ ପ୍ରତିମାଙ୍କୁ ପାଇଲି ନାହିଁ  । ଆପଣ ବିଷ୍ଣୁଭକ୍ତ ବୋଲି ମଇତ୍ର ତୁମକୁ ମୁଁ ପାଇଲି  । ହେ, ମଇତ୍ର ୟେଥେ ବିଜେ କରାଅ ସ୍ୱରୂପେ ଜଗନ୍ନାଥ  । ଯାହାଦ୍ୱାରା  ବ୍ରହ୍ମାଙ୍କ ସହିତ ସକଳ ଦେବତାମାନେ ମଧ୍ୟ ଏଠାକୁ ଆସିବେ  । ଜାରା କହିଲା ହେ ରାଜା ! ଆପଣ ଆତଙ୍କିତ ହୁଅନ୍ତୁ ନାହିଁ  । ମୁଁ ଅନେକ କଷ୍ଟ କରି ତାଙ୍କ ସେବା କରିଛି   । ସେ ତାଙ୍କର କଥା ନିଶ୍ଚିତ ରଖିବେ ଓ ରୋହିଣୀ କୁଣ୍ଡରେ ଆବିର୍ଭୂତ ହେବେ  । ଦିବାରାତ୍ରି ଆମ୍ଭେ ଏହି ରୋହିଣୀ କୁଣ୍ଡଠାରେ ଜଗିଥିବା  ।
ରାତ୍ରିପାହି ସକାଳ ହେଲା  । ପ୍ରଭୁ ଆଜି ଆବିର୍ଭୂତ ହୋଇ ନୀଳକନ୍ଦରରେ ପୂଜା ପାଇବେ  । ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡିଗଲା  । କଳିଯୁଗ କରିବାକୁ ନୀଳଗିରିରେ ଚକ୍ରପାଣି ବିଜେ କରିବେ  । ତେଣୁ ବ୍ରହ୍ମା, ରୁଦ୍ର, ଇନ୍ଦ୍ର, ଚନ୍ଦ୍ର, କୁବେର ସମସ୍ତେ ଆସି ଗୋସାଗର ତୀର୍ଥରେ ବିଜେ କଲେ  । ବିଷ୍ଣୁ ବ୍ରହ୍ମାଙ୍କୁ କହିଲେ- ‘ଆମ୍ଭେ କଳିଯୁଗରେ ନୀଳକନ୍ଦରରେ ପୂଜା ପାଇବୁ  । ମହେଶ୍ୱର କହିଲେ ମୁଁ ମଧ୍ୟ ତୁମ୍ଭ ସହିତ ବଳରାମ ରୂପଧରି ରହିବି  । ବ୍ରହ୍ମା କହିଲେ ତୁମ୍ଭେମାନେ ମତେ ଏକା ଛାଡି ଯାଉଅଛ  । ଶ୍ରୀକୃଷ୍ଣ କହିଲେ ତୁମ୍ଭେ ଆମ୍ଭ ସଙ୍ଗେ ଥିବ  । ଇନ୍ଦ୍ର, ଚନ୍ଦ୍ର କୁବେର ପ୍ରଭୃତି ଦେବତାମାନେ ଶୂନ୍ୟ ମଣ୍ଡଳରେ ଚଳିଲେ  ।
ସକାଳୁ ଆସି ରାଜା ଇନ୍ଦ୍ରଦୁ୍ୟମ୍ନ ଓ ଜାରା ଶବର ରୋହିଣୀ କୁଣ୍ଡକୁ ଚାହିଁଲେ  । ଦେଖିଲେ ଏହି କୁଣ୍ଡରେ ପାତାଳୁଁ ଫୁଟିଣ କୃଷ୍ଣ କଳେବର ଦିଶିଲା  । ଅଷ୍ଟାଦଶ ହାତ ଉଚ୍ଚର ରକ୍ତଚନ୍ଦ୍ରନ ବୃକ୍ଷ ପ୍ରାୟ ହରିଙ୍କ କାନ୍ତି ଶୋଭା ପାଉଥାଏ  । ଏହା ଦେଖି ରାଜା ଶବର ମୁଖକୁ ଚାହିଁବାରୁ ସେ କହିଲେ ୟେ ହେଉଛି ପ୍ରତକ୍ଷ କୃଷ୍ଣଙ୍କ ପିଣ୍ଡ  । ବ୍ରାହ୍ମଣ, ସାମନ୍ତ ଅଷ୍ଟାଦଶ ପାତ୍ରମାନେ ଓ ଅହିବ୍ରତେକ ବ୍ରାହ୍ମଣ ମିଳି ସେହି ଦାରୁକୁ ଧରିଲେ  ।  ହେଲେ ଦୃମନ ପର୍ବତ ସମ ଦାରୁକୁ ସେମାନେ ଉଠାଇ ପାରିଲେ ନାହିଁ  । ରାଜା ଇନ୍ଦ୍ରଦୁ୍ୟମ୍ନ  ଶ୍ରୀକୃଷ୍ଣଙ୍କ ଚରଣରେ ନିବେଶ କରି ଚିନ୍ତା କରିବାକୁ ଲାଗିଲେ, କିପରି ପ୍ରଭୁଙ୍କ ଦାରୁଙ୍କୁ ଉଠାଯିବ ? ସେଦିନ ରାତିରେ ପ୍ରଭୂ ସ୍ୱପ୍ନରେ କହିଲେ- ‘ହେ ଇନ୍ଦ୍ରଦୁ୍ୟମ୍ନ ! ସେ ସାଧାରଣ ଚନ୍ଦନ ବୃକ୍ଷର ଦାରୁ ନୁହେଁ  । ସେ ହଉଛି ମୋ ପିଣ୍ଡ, ତେଣୁ ମହାଗୁରୁ  । ସମରାଷ୍ଟ୍ର ଲାଗିଲେ ମଧ୍ୟ ୟେହାକୁ ଚାଳିପାରିବୁ ନାହିଁ  । କେବଳ ଜାରା ଶବର ଓ ବାସୁବ୍ରାହ୍ମଣ ତାହାକୁ ତୋଳିପାରିବେ  । ସ୍ୱପ୍ନାଦେଶ ପାଇ ରାଜା ଉଠି ବସିଲେ ଓ ଜାରା ସହିତ ବସୁବ୍ରାହ୍ମଣଙ୍କୁ ଡାକି ଦାରୁ ତୋଳିବାକୁ ଆଦେଶ ଦେଲେ  ।
ବସୁବ୍ରାହ୍ମଣ ଓ ଜାରା ଶବର ଦୁହେଁ ମିଳିତ ହୋଇ ଶ୍ରୀକୃଷ୍ଣଙ୍କ ଦାରୁକୁ ତୋଳି ନେଇ ଦେଉଳରେ ରଖିଲେ  । ଚାରିଆଡେ ଆନନ୍ଦର ଲହରୀ ଖେଳିଗଲା  । ବ୍ରାହ୍ମଣ ଶବର କୋଳାକୋଳି ହେଲେ  । ହେଲେ ରାଜା ଚିନ୍ତା କରିବାକୁ ଲାଗିଲେ, ଏଦାରୁ ଏତେ ଉଚ୍ଛର୍ଗ (ଉଚ୍ଚା)  । ଦେଉଳରେ ରଖିବାକୁ କଷ୍ଟ  । କିପରି ବିଷ୍ଣୁଙ୍କ ପ୍ରତିମା ତିଆରି ହେବ ? ରାଜାଙ୍କ ଚିନ୍ତାଦେଖି ଶ୍ରୀଜଗନ୍ନାଥ ଉପଗତ ହୋଇ କହିଲେ- ରାଜା ତୁମେ ଆଶ୍ଚର୍ଯ୍ୟ ହୁଅ ନାହିଁ   । ଜାରା ଶବର ଆମର ନିର୍ମାଣ କରିବ  । ରାଜା ଜାରାକୁ ଡାକି କହିଲେ - ମୁଁ ସିନା ଦେଉଳ ତୋଳାଇଲି, ହେଲେ ତୁମ ପ୍ରତି ଠାକୁରଙ୍କ ଅନୁରାଗ ଅଧିକ  । କୃଷ୍ଣ ଆଜ୍ଞା ଦେଇଛନ୍ତି ତୁମେ ପ୍ରତିମା ନିର୍ମାଣ କର  । ଏହା କହି ଜାରାକୁ ଅନେକ ରତ୍ନ ଦେଇ କୋଳକଲେ ଓ ବହୁତ ବିନୋଇ ହୋଇ ମନ୍ଦିର ଭିତରେ ରଖି କପାଟ ଦେଲେ  । ଜାରା ସହିତ ସେହି ମନ୍ଦିର ଭିତରେ ରହି ଭାବୁଥାଏ ପ୍ରଭୁ ମୁଁ କ’ଣ କରିବ ? ମୁଁ କିପରି କି ପ୍ରତିମା ନିର୍ମାଣ କରିବି ? ଦେଉଳ ସମାନେ ଏହି ପିଣ୍ଡଟି ଉଚ୍ଚା  । ଏହି କଥା ଚିନ୍ତା କରୁ କରୁ ଅଦ୍ଭୁତରେ ବ୍ରାହ୍ମଣରୂପ ଧରି ବିଶ୍ୱକର୍ମା ଆସି ପହଞ୍ଚôଲେ  । ଉଚ୍ଚ ମଧ୍ୟ ଓ କନିଷ୍ଠ ଭାବେ ଦାରୁକୁ ତିନିଖଣ୍ଡ କରିଦେଲେ  । ସେହି ଦାରୁ ବିଗ୍ରହ ମଧ୍ୟରେ କୃଷ୍ଣଙ୍କ ପିଣ୍ଡକୁ ଗୁପ୍ତ କରି ରଖିବା ପାଇଁ  ଜାରାକୁ ପ୍ରଭୁ ଆଦେଶ ଦେଲେ  । ବିଶ୍ୱକର୍ମା ଦେଉଳ ଭିତରେ ଠୁକ୍ ଠୁକ୍ ଶବ୍ଦ ନ ଶୁଭିବାରୁ ରାଜା ଦୁଆର ଖୋଲିଦେଲେ  ।
ଦିହୁଡି ଲଗାଇ ମନ୍ଦିର ଭିତରେ ପଶି ରାଜା ଦେଖିଲେ ଜଗମୋହନ ସିଂହାସନ ଉପରେ  ଶ୍ୱେତ, କୁଙ୍କୁମ ଓ କୃଷ୍ଣ ବର୍ଣ୍ଣର ତିନି ପ୍ରତିମା ବିଜେ କରିଛନ୍ତି  । ବସୁବ୍ରାହ୍ମଣ କହିଲେ ଦକ୍ଷିଣ ପ୍ରତିମା ଧବଳବର୍ଣ୍ଣ ରୁଦ୍ର ଅବତାର ବଳରାମ  । ମଧ୍ୟ ପ୍ରତିମା କୁଙ୍କୁମ ବର୍ଣ୍ଣ ରୂପ ହେଉଛନ୍ତି ବ୍ରହ୍ମାଙ୍କ ଅବତାର  । କୃଷ୍ଣବର୍ଣ୍ଣ ନୀଳ ରୁଚିର ଯାହାର ଶରୀର ସେ ହେଉଛନ୍ତି ଶ୍ରୀଜଗନ୍ନାଥ ସ୍ୱୟଂ  । କଳଯୁଗରେ ପ୍ରଭୁ ପାଦ ପଦ୍ମ ଧାରଣ କରି ନାହାନ୍ତି  । ଆନନ୍ଦରେ ରାଜା ଇନ୍ଦ୍ରଦୁ୍ୟମ୍ନ ବସୁବ୍ରାହ୍ମଣ ଦ୍ୱାରା କୋଟି ପୂଜା କରାଇଲେ ଓ ଜାରା ଶବର ବଂଶର ଲୋକଙ୍କୁ ଦୟିତା ଭାବେ ସେବା ପାଇଁ ସୁଯୋଗ ପ୍ରଦାନ କଲେ  ।