ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ

ବଡ଼ଚଣା: ରବିବାର ଜିଲା ସ୍ତରୀୟ ଫାଇଲେରିଆ ନିରାକରଣ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ଦ୍ୱାରା ବଡ଼ଚଣା ବ୍ଲକ ମହାଖଳା ପଞ୍ଚାୟତ ଅନ୍ତର୍ଗତ ମହାଖଳା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ  ଶୁଭାରମ୍ଭ କରି ଉପସ୍ଥିତ ଜନ ସାଧାରଣଙ୍କୁ ମଧ୍ୟ ଶତ ପ୍ରତିଶତ ଔଷଧ ସେବନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲାପାଳ ଅମ୍ବର କୁମାର କର ଫାଇଲେରିଆ ରୋଗର ଭୟାଭୟତା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଡ଼ା.ପ୍ରଭାକର ସାହୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ତଥା ଏହାର ସଫଳ ରୂପାୟନ ପାଇଁ ଅନୁରୋଧ କରିଥିଲେ । ସଭାରେ ଉପସ୍ଥିତ ଥିବା ସମସ୍ତ ଅତିଥି ତଥା ଉପସ୍ଥିତ ଜନ ସାଧାରଣ ଏହି ଔଷଧ ସେବନ କରିଥିଲେ । ଜିଲ୍ଲା ଅତିରିକ୍ତ ନିଦେ୍ର୍ଦଶକ(ଭିବିଡି) ଡ଼ା.ରଶ୍ମିରଞ୍ଜନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ଶ୍ରୀକାନ୍ତ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଉନ୍ନୟନ ଅଧିକାରୀ ରବୀନ୍ଦ୍ର ନାଥ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ବିଶ୍ୱରଞ୍ଜନ ରଥ, ଜିଲା ଭିବିଡି ପରାମର୍ଶଦାତା ବଳଦେବ ନନ୍ଦ, ଭିବିଡିଟି.ଏସ ସୌମ୍ୟରଞ୍ଜନ ନନ୍ଦ, ଜିଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁ, ବ୍ଲକ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ବିଶ୍ୱଜିତ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ ।