ଅଜାଣବନରେ ପୂଜ୍ୟପୂଜା ଉତ୍ସବ 

 ବରୀ : ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ ଓ ପୂଜ୍ୟପୂଜାପରିଷଦ ଆନୁକୂଲ୍ୟରେ ଗୁରୁପୂଜନ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଗୁରୁ ବନ୍ଦନା ଗାନ କରିଥିଲେ । ଆୟୋଜିତ ଅଭିଭାବକ ସମ୍ମିଳନୀରେ ଶିକ୍ଷାଶ୍ରମର ଶିକ୍ଷକ, ଶିକ୍ଷିକାମାନେ ଅଭିଭାବକମାନଙ୍କ ବିଭିନ୍ନ ମତାମତାକୁ ଆଲୋଚନା ମାଧ୍ୟମରେ ଗ୍ରହଣ କରି ଆଗାମୀ ଦିନରେ ଶିକ୍ଷାଦାନକୁ କ୍ରିୟାଶୀଳକରିବା ପାଇଁ ମତପୋଷଣ କରିଥିଲେ । ଶିକ୍ଷାଶ୍ରମର ମୁଖ୍ୟ ସେବକ ଡ. ନୃସିଂହ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବେନ୍ଦ୍ର ସାମଲ ଉଦ୍ଘାଟନ କରିଥିଲେ  । ଉତ୍ସବରେ ବିରଜାରତ୍ନ ପଣ୍ଡିତ ଭୂପତି ଭୂଷଣ ମିଶ୍ରମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଆଜିର ଗୁରୁ ଶିଷ୍ୟର ସମ୍ପର୍କ ଓ ସମାଜ ସେବାରେ ଆମମାନଙ୍କର ଦାୟିତ୍ୱ, ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଉତ୍ସବରେ କୃପାସିନ୍ଧୁ ବିଦ୍ୟାଭବନ, ବରୀର ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରା ନନ୍ଦ ପୁହାଣଙ୍କୁ ଶିକ୍ଷକ ଗୌରବ ସମ୍ମାନ, ଶିକ୍ଷାଶ୍ରମର ପୁରାତନ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟହୋଇ ଡାକ୍ତରୀ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଥିବା ରାଜେଶ ମାହାନା,ଦିପଙ୍କର ଜେନା, ଶୁଭଶ୍ରୀ ତ୍ରିପାଠୀ ଓ ହେମନ୍ତ ପ୍ରଧାନଙ୍କୁ ଛାତ୍ରଜ୍ୟୋତି ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା । ବରୀର ଗର୍ବ ଗୌରବ ବିଶିଷ୍ଠ ଗଣିତଜ୍ଞ ଓ ଉକôଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତିଡଃ ଗୋକୁଳାନନ୍ଦ ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ତାଙ୍କ ଜୀବନ ଓ ଜୀବନୀ ଉପରେ ଆୟୋଜିତହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୂଜ୍ୟପୂଜା ପରିଷଦର ସଦସ୍ୟ ମକରଧ୍ୱଜ ସାହୁ ଅତିଥି ପରିଚୟ ପ୍ରଦାନ ଓ ପ୍ରଧାନ ସୌଭଗ୍ୟ କୁମାର ଜେନା ସଭାର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ପୂଜ୍ୟପୂଜା ପରିଷଦର ଆବାହକ ଅନିରୁଦ୍ଧ ମଲ୍ଲ, ବୈଷ୍ଣବ ଚରଣ ଦାସ, ଡଃ ଭାଗ୍ୟଧର ସାହୁ, ମକର ଚରଣ ଘଡାଇ, କର୍ଣ୍ଣ ଚନ୍ଦ୍ର ଘଡାଇ,ଶମ୍ଭୁନାଥ ତ୍ରିପାଠୀ, ବିଶ୍ୱରଙ୍ଗନ ତ୍ରିପାଠୀ, ବାଇଧର ସେନାପତି, ରବିନ୍ଦ୍ର ନନ୍ଦ, କରୁଣାକର ପ୍ରଧାନ,ସିଆରସିସି, ଡାକ୍ତର ଶଶିକାନ୍ତ ସାହୁ, ସଂଗୀତ ଗୁରୁ ଗୋପିନାଥ ଦାସ, ଶିକ୍ଷକ ମିହିର ଜେନା, ଉମାକାନ୍ତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଭିରାମ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।