ଅବକାରୀ ସଚେତନତା ରଥର ଶୁଭାରମ୍ଭ

 ତାଳଚେର : ତାଳଚେର ଉପଜିଲ୍ଲାପାଳ ସମୀର ଜେନା, ଗୋଷ୍ଠୀଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳଙ୍କ ଦ୍ୱାରା ଉପଖଣ୍ଡସ୍ତରୀୟ ଅବକାରୀ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ବେଆଇନ ଓ ଅମିଶ୍ରିକ ମଦ, ଡ୍ରଗ୍ସ, ତମାଖୁ ଓ ଅନ୍ୟାନ୍ୟ ନିଶା ସେବନ କରି ଆଜିର ଯୁବପୀଢ଼ି ପଥଭ୍ରଷ୍ଟ ହେଉଥିବାକୁ ନେଇ ଏହାର ସଚେତନତା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଉପନୀରିକ୍ଷିକ ନିଳାଦ୍ରି ନାୟକ, ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ, ଭାରପ୍ରାପ୍ତ ଅଧିକାରୀ ହଟିଆ ବେହେରା, ମାନସ ରଞ୍ଜନ ପ୍ରଧାନ, ସରୋଜ ସାହୁ, ପପୁନ୍ ପ୍ରଧାନ, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା ରଥ ସହର ପରିକ୍ରମା କରିବା ସହ ପଥପ୍ରାନ୍ତ ନାଟକ କରାଯାଇଥିଲା । ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା କେଉଁ ପ୍ରକାର କ୍ଷତି ହେଉଛି ଓ ସମାଜ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବାର ମୂଳଲକ୍ଷ୍ୟ ଥିଲା ।