ଅବସରପ୍ରାପ୍ତ ଡ଼ିଜିପିଙ୍କ ଘରୁ ଲୁଟ୍ ମାମଲା ; ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା

ଅବସରପ୍ରାପ୍ତ ଡ଼ିଜିପିଙ୍କ ଘରୁ ଲୁଟ୍ ମାମଲା ; ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା
ଅବସରପ୍ରାପ୍ତ ଡ଼ିଜିପିଙ୍କ ଘରୁ ଲୁଟ୍ ମାମଲା ; ଦୁଇ ଅଭିଯୁକ୍ତଙ୍କୁ ସଜ୍ଜା


 ଭୁବନେଶ୍ୱର,୨୮ା୫ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀବିଚାର ବିଭାଗୀୟ ଅଦାଲତ-୩ର ବିଚାରପତି ପୁଜା ଜୈନ, ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ପୂର୍ବତନ ଅବସରପ୍ରାପ୍ତ ପୁଲିସ ମହାନିଦେ୍ର୍ଦଶକଙ୍କ ଘରୁ ଚୋରୀ କରିବା ଅଭିଯୋଗ ମାମଲାର ବିଚାର କରି ଅଭିଯୁକ୍ତ ଅଜୁ ବର୍ଦ୍ଧନ ଏବଂ ଏସ୍.କେ ଇସଲାମ ଓରଫ କଦମଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଛନ୍ତି ।
ସୂଚନାଯୋଗ୍ୟଯେ, ପୂର୍ବତନ ଅବସରପ୍ରାପ୍ତ ପୁଲିସ ମହାନିଦେ୍ର୍ଦଶକ ତଥା ଅଭିଯୋଗକାରୀ ମନମୋହନ ପ୍ରହରାଜ ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍ ଅନ୍ତର୍ଗତ ଭିଆରପି-୪ ରେ ପରିବାର ସହ ରହୁଥିଲେ । ଗତ ତା ୩୦.୦୯.୨୦୨୩ ରିଖ ଦିନ ସେ ମଧ୍ୟାହ୍ନ ଭୋଜନ ସାରି ପତ୍ନୀ ଏବଂ ପୁଅଙ୍କ ସହ ନିଜ ପୈତୃକ ଗ୍ରାମକୁ ଯାଇଥିବା ବେଳେ, ବିଳମ୍ବିତ ରାତି ୨ଟା ୩୦ ସମୟରେ ଘରକୁ ଫେରିଥିଲେ । ଏହା ଭିତରେ ଅଭିଯୁକ୍ତ ଅଜୁ ବର୍ଦ୍ଧନ ଏବଂ ଅଭିଯୁକ୍ତ ଏସ୍.କେ ଇସଲାମ ତାଙ୍କ ଘରର ତାଲା ଭାଙ୍ଗି ଭିତରେ ପଶି ଆଲମିରା ତାଡି ସୁନା ହାର, ସୁନା କାନଫୁଲ, ସୁପା ପେଣ୍ଡି, ଖଡୁକୁ ମିଶାଇ ୧୨ ଭରି ସୁନା, ୧୦ ହଜାର ଟଙ୍କା ଓ ଅନ୍ୟ ମୁଲ୍ୟବାନ ସାମଗ୍ରୀ ଚୋରୀକରି ନେଇଯାଇଥିଲେ ।   ଏଭଳି ଲୁଟ୍ ପରେ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୋଗକାରୀଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନା କେସ ନମ୍ବର-୪୪୭/୨୦୨୩, ଭାରତୀୟ ପିଙ୍ଗଳ କୋଡ୍ ଦଫା-୪୫୭/୩୮୦ରେ ଏକ ମାମଲା ରୁଜୁ କରାଯାଇ ଥାନାର ତକ୍ରାଳୀନ ଏସଆଇ ଶୁଭ୍ରାଂଶୁ ମହାପାତ୍ରଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ଏସଆଇ ଶ୍ରୀ ମହାପାତ୍ର ଏହି ମାମଲାକୁ ସଠିକ ଭାବେ ତଦନ୍ତ କରି ଅଭିଯୁକ୍ତ ଅଜୁ ଓ ଏସକେ ଇସଲାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତର ବିଚାରପତି ପୂଜା ଜୈନ, ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ଅଜୁ ଓ ଏସ୍କେ ଇସଲାମକୁ ଦଫା ୪୫୭/୩୮୦ ଅନୁଯାଇ ୨ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର କଳ୍ପତରୁ ସାହୁ, ସରୋଜ କୁମାର ସ୍ୱାଇଁ ଏବଂ ସବିତା ଚୌଧୁରୀ ପରିଚାଳନା କରିଥିଲେ ।