ଅରବିନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ
ରାଜନଗର : ରାଜନଗର ବ୍ଲକ ବେଲପାଳସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଓ ସଂସ୍କୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ କ୍ଷେତ୍ରବାସୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜନଗରର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ ପିଲାମାନଙ୍କୁ ଗଳ୍ପ ମାଧ୍ୟ୍ୟମରେ ବହୁ ଉପାଦୟ କଥା କହିବା ସହ କେମିତି ପିଲାଙ୍କୁ ପ୍ରସ୍ତୁତ କରିବାକୁ ପଡିବ ସେ ସମ୍ପର୍କରେ ମା' ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଯୋଗୀ ଶ୍ରୀ ଅରବିନ୍ଦଙ୍କ ଭାରତୀୟ ସ୍ୱାଧୀନତା ସଂଗ୍ରାମ ତଥା ଶିକ୍ଷା କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ୟୁ.କେ ମହାବୀର କଲେଜ ମଦନପୁରର ଇଂରାଜୀ ଅଧ୍ୟାପକ ଶୁଭକାନ୍ତ ନାୟକ ମୁଖ୍ୟବକ୍ତା ଓ ସମ୍ମାନିତଅତିଥି ଭାବେ ଆଳି ଓ ରାଜକନିକାର ବ୍ଲକ ଶିକ୍ଷାଧିକାରୀ ନଳିନୀ କାନ୍ତ ରାଉତରାୟ ଯୋଗଦେଇଥିଲେ । ସେମାନଙ୍କ ସହିତ ଅବସରପ୍ରାପ୍ତ ଶିକ୍ଷକ ଅଧିକାରୀ ସ୍ୱାଇଁ, ଓସ୍ତିଆର ପୂର୍ବତନ ସରପଞ୍ଚ ପତିତପାବନ ପଣ୍ଡା, ଆତ୍ମାର ସଭାପତି ଗୋବର୍ଦ୍ଧନ ପ୍ରଧାନ, ନରେନ୍ଦ୍ର ସ୍ୱାଇଁ ଓ କୈଳାଶ ପରିଡା ପ୍ରମୁଖ ଯୋଗଦେଇଥିଲେ । କବି ସାନ୍ତନୁ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଅତିଥି ପରିଚୟ ଦେଇଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକେନ୍ଦ୍ରର ଗୁରୁମା କଲ୍ୟାଣୀ ସ୍ୱାଇଁ, ବିଳାସିନୀ ସ୍ୱାଇଁ, ପ୍ରୀତି ତରଙ୍ଗିନୀ ଭାଗ୍ୟଶ୍ରୀ ସ୍ୱାଇଁ, ବିଶ୍ୱକଲ୍ୟାଣୀ ମହାନ୍ତି, ପ୍ରଭାତୀ ବେହେରା ପରିଚାଳ କରିଥିଲେ ।