ଅଷ୍ଟପ୍ରହରୀ ନାମଯଜ୍ଞ
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଂଚାୟତ ଦୁଦୁରା ଗ୍ରାମରେ ଥିବା ପ୍ରସିଦ୍ଧ ବଟବୃକ୍ଷ ମୂଳରେ ଅଷ୍ଟମପ୍ରହର ବ୍ୟାପୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତି ନିୟମାନୁସାରେ ପ୍ରତୁ୍ୟଷରୁ ସୁଦକ୍ଷ ପଣ୍ଡିତମାନଙ୍କ ଦ୍ୱାରା ସ୍ଥାନୀୟ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଉତ୍ତୋଳନ କରାଯାଇ ବଟବୃକ୍ଷ ମୂଳରେ ଅବସ୍ଥାପିତ ହୋଇଥିଲା । ଏଠାରେ ଅହୋରାତ୍ର ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର କାର୍ତ୍ତିକ ଚନ୍ଦ୍ର ମଲିକ, କେଳୁନାଥ ମଳିକ, ସୁନାକର ଦଳାଇ, ସଂଜୟ ଖୁଣ୍ଟିଆ, ପ୍ରମୋଦ ନାୟକ, ଜ୍ୟୋସ୍ନାରାଣୀ ସାହୁ, ଅନାମ ସାହୁଙ୍କ ସମେତ ଗ୍ରାମର ଆବାଳ ବୃଦ୍ଧ ବନିତା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିୟନ ଫର୍ କଟକ ଡେଭଲପମେଣ୍ଟ ସଭାପତି ତଥା ପ୍ରଫେସର ମନୋଜ କୁମାର ନାୟକ, ବିଜୟ ନାୟକଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ଠାକୁରଙ୍କର ଆଶୀର୍ବାଦ ନେଇଥିଲେ ।