ଆର୍ଥିକ ଅନିୟମିତତା ଅଭିଯୋଗ ବି.ବି ମହାବିଦ୍ୟାଳୟରେ ହେବ ସ୍ପେଶାଲ ଅଡିଟ
ଯାଜପୁର: ବି.ବି କଲେଜ ଚଣ୍ଡିଖୋଲରେ ହୋଇଛି ଆର୍ଥିକ ଅନିୟମିତତା । ଆର୍ଥିକ ଅନିୟମିତତା ନେଇ ହୋଇଥିବା ଅଭିଯୋଗରେ ସତ୍ୟତା କେତେ ରହିଛି, ତାହାର ତଦନ୍ତ କରିବାକୁ ହେବ ସ୍ପେଶାଲ ଅଡ଼ିଟ । ଆଉ ଏହା ଆସନ୍ତା ମାସ ୨ ତାରିଖରେ ଦୁଇଜଣିଆ ଟିମଦ୍ୱାରା ହେବ ।
ଏକଥା ଆମେ କହୁନୁ,କଲେଜ ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚୀବ ମନୋରଞ୍ଜନ ନାୟକଙ୍କୁ ମିଳିଥିବା ଚିଠି ନମ୍ୱର୍ ୪୭୫୮୫ ତା୨୬ା୧୧ା୨୪ରୁ ଜଣାପଡ଼ିଛି । ଯାଜପୁର ଜିଲାର ସୁନାମଧନ୍ୟ କଲେଜ ହେଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱଂୟ ଶାସିତ ମହାବିଦ୍ୟାଳୟ । ୨୦୨୨/୨୩ ଓ ୨୦୨୩/୨୪ଆର୍ଥôକ ବର୍ଷରେ କଲେଜକୁ କେଉଁ କେଉଁ ବାବଦକୁ କେତେ ଅର୍ଥ ଆସିଥିଲା, ସେଥିରୁ କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହାର ସବିଶେଷ ତନଖି କରିବାକୁ ସହକାରୀ ଅଡିଟ ଅଫିସର ଫକୀର ମୋହନ କିଶାନ ଓ ଅଡିଟର ଜିତେନ୍ଦ୍ର କୁମାର ଖୁଣ୍ଟିଆ ୨୦ଦିନ ମଧ୍ୟରେ ତଦନ୍ତ ଶେଷ କରି ଅଡିଟ ରିପୋର୍ଟ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ଚିଠି ମାଧ୍ୟମରେ ନିଦେ୍ର୍ଦଶ ରହିଛି । ଅଧ୍ୟକ୍ଷଙ୍କ ସମୟରେ କଲେଜରେ ବିଭିନ୍ନ ପ୍ରକାରର ଅନିୟମିତତା ହୋଇଛି ବୋଲି ଅଭିଯୋଗ ହୋଇଥିଲା । ସ୍ଥାନୀୟ ପ୍ରଶାସନ, ବଡ଼ଚଣା ବିଧାୟକଙ୍କୁ ଏସଂପର୍କରେ ଅବଗତ କରଯାଇଥିଲା । କଲେଜର ଆର୍ଥôକ ଅନିୟମିତତା ନେଇ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ କେତେକ ଶିକ୍ଷାବିତ୍ ଜଣାଇଥିଲେ । ଛାତ୍ରାବାସ ନିର୍ମାଣ, ୫-ଟିରେ ଆସିଥିବା ଅର୍ଥ ରାଶି, ବିଭିନ୍ନ ଅନୁଦାନରେ ଆସିଥିବା କମ୍ପୁ୍ୟଟର ସମେତ ବିଭିନ୍ନ ଆସବାସ ପାତ୍ର, ପାଠାଗାର ପାଇଁ ବହି କ୍ରୟ ଓ କଲେଜ ପରିସରର ଚାଲୁଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଚଳିତବର୍ଷ ଅକ୍ଟୋବର ମାସ ଶେଷ ସପ୍ତାହରେ ୭ନୂତନ ଛାତ୍ରାବାସ ମଧ୍ୟରୁ ୫୦ରୁ ଉର୍ଦ୍ଧୁ ଫ୍ୟାନ, ୧୦ଟି ଏକ୍ଜିଟ ଫ୍ୟାନ, ପାଣି ମୋଟର ଚୋରି ହୋଇଥିଲା । ହେଲେ ଏଚୋରି ସମ୍ପର୍କରେ କଲେଜ ଅଧ୍ୟକ୍ଷ ବଡଚଣା ଥାନାରେ କେବଳ ଫ୍ୟାନ ଚୋରି ସଂପର୍କରେ ଅଭିଯୋଗ କରିଥିଲେ । ବଡଚଣା ଥାନା ଅଧିକାରୀ କଲେଜ ଯାଇ ତଦନ୍ତ କରିଥିଲେ । ଥାନା ଅଧିକାରୀ କିପରି ତଦନ୍ତ କଲେ ଯେ ଆଜି ପର୍ଯ୍ୟନ୍ତ ଫ୍ୟାନ ମିଳିପାରିଲା ନାହିଁ କି ଚୋରି କିଏ କଲା ତାରସନ୍ଧାନ ବି ପାଇଲେନି । ସ୍ପେଶାଲ୍ ଅଡିଟ ଏହା ଧରିବ କି ନାହିଁ ତାହାର ସମୟ କହିବ, କିନ୍ତୁ ଅଡିଟରୁ ରକ୍ଷା ପାଇବା ପାଇଁ ନଥିପତ୍ରକୁ ଅପ୍-ଟୁଡେଟ କରାଯାଉଥିବା କଲେଜ ପରିସରରେ ଖବର ଖେଳିଯାଇଛି ।