ଇମର୍ତ୍ତୀ ଦେବୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ
କଟକ: ସ୍ଥାନୀୟ ନୟାଗଡ଼ ସ୍ଥିତ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ମହାନ୍ତି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବାବେଳେ ଡ. ପ୍ରମୋଦିନୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଡ. ସରୋଜ ଦେଓଭଞ୍ଜ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ଡା ରବି ରଂଜନ ସାହୁ ଓ ବନ୍ଦିତା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଦର୍ଶନ ଶାସ୍ତ୍ର ବିଭାଗର ମୁଖ୍ୟ ଜୟନ୍ତୀ ତି୍ରପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ନିବେଦିତା ମହାନ୍ତି, ଧରାଶ୍ରୀ ପଟ୍ଟନାୟକ, ଡ ପ୍ରଜ୍ଞାଶ୍ରୀ ଆଚାର୍ଯ୍ୟ, ଅପରାଜିତା ମହାନ୍ତି, ପ୍ରଭାତ ନଳିନୀ ମିଶ୍ର, ତି୍ରବେଣୀ ଭୋଳ, ମଧୁସ୍ମିତା ଦାଶ ଓ ରୁକସାର ନସିମ ଏହି କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗର ସର୍ବୋଚ ଅଙ୍କ ପ୍ରାପ୍ତ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ସୁମଲୁ ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।