ଈଶ୍ୱରଙ୍କ ଅସଂଖ୍ୟ ନାମ

ଲୋକେ କହନ୍ତି ଗରୁଡ଼ ବିଷ୍ଣୁଙ୍କର ବାହାନ । ଶିବଙ୍କୁ ମଧ୍ୟ ନନ୍ଦୀବାହାନ ବୋଲି ବର୍ଣ୍ଣନା କରାଯାଏ । ସରସ୍ୱତୀଙ୍କୁ ବ୍ରହ୍ମାଙ୍କ ପତ୍ନୀ ବୋଲି କୁହାଯାଏ । ଲୋକେ ଏହିପରି ଅନେକ କଥା କହନ୍ତି । ନାନା ରୂପ ଓ ନାମ ନିଜ ମନର ଭାବନା ଅନୁସାରେ ଗଢ଼ି ସେମାନଙ୍କୁ ଏହିପରି ନାନା ଗୁଣରେ ବିଭୁଷିତ କରନ୍ତି । ଭଲ ଭାବରେ ବିଚାର କଲେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚôବା ଯେ ପରମାତ୍ମା ପ୍ରତ୍ୟେକ ଜୀବ ଦେହରେ ବିଦ୍ୟମାନ ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ । ଯେତେବେଳେ କୁହାଯାଏ "ଜନ୍ତୁନାଂ ନିରଜନ୍ମଂ ଦୁର୍ଲ୍ଲଭମ୍' ଅର୍ଥାତ୍ ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଜନ୍ମ ସବୁଠାରୁ ଅଧିକ ଦୁର୍ଲ୍ଲଭ, କିନ୍ତୁ ଶବ୍ଦର ଅର୍ଥ ପଶୁ ନୁହେଁ । ଯିଏ ମାତୃଗର୍ଭରୁ ଜନ୍ମ ହୁଏ, ସେ ଜନ୍ତୁ । ତେଣୁ ମଣିଷ ଜନ୍ତୁ ଗୋଟିଏ ମୂଷା ମଧ୍ୟ ଜନ୍ତୁ । ଏଥିପାଇଁ ଆଉ ଗୋଟିଏ ଶବ୍ଦ ଅଛି, ତାହା ହେଲା ପଶୁ । ଯିଏ ସବୁ ପ୍ରାଣୀଙ୍କର ରକ୍ଷଣାବେକ୍ଷଣ କରନ୍ତି ସେ ପଶୁପତି । ଈଶ୍ୱରଙ୍କୁ ପଶୁପତି କୁହାଯାଏ । ସେହି ଅର୍ଥରେ କୃଷ୍ଣଙ୍କର ଆଉ ଗୋଟିଏ ନାମ ହେଲା ଗୋପାଳ । ଗୋ-ବା ପ୍ରାଣୀମାନଙ୍କର ପାଳନ ଯିଏ କରନ୍ତି ସେ ଗୋପାଳ । ଏସବୁ ବିଭିନ୍ନ ନାମ, ବିଭିନ୍ନ ରୂପ ଓ ବିଭିନ୍ନ କଳ୍ପନାର ସମାହାର ଆଣିବାକୁ ହେବ । ବିଷ୍ଣୁଙ୍କୁ ଲକ୍ଷ୍ମୀପତି, ଆଉ ବ୍ରହ୍ମାଙ୍କୁ ସରସ୍ୱତୀନାଥ ବୋଲି ବର୍ଣ୍ଣନା ନକରି, ପରମାତ୍ମାଙ୍କୁ ଗୋଟିଏ ନାମରେ ଅଭିହିତ କଲେ ଭଲ ହେବ । ଧରାଯାଉ ସେ ନାମଟି ହେଲା ପସଲନାଥ । ପରମାତ୍ମାଙ୍କ ପାଇଁ ଏହି ଗୋଟିଏ ନାମ ବ୍ୟବହାର କଲେ ନାମ ଓ ରୂପର ସବୁ ବାଦ-ବିବାଦ ଦୂର ହୋଇଯିବ । ଏ ଶବ୍ଦର ଅର୍ଥ ଜୀବଜଗତର ନାଥ । ପ-ପାର୍ବତୀ, ସ-ସରସ୍ୱତୀ, ଲ-ଲକ୍ଷ୍ମୀ, ଏ ତିନିଜଣଙ୍କର ନାଥ ଯିଏ ସେ ପସଲନାଥ, ଆମେ ଶବ୍ଦଟିକୁ ଏପରି ଅର୍ଥ କରିପାରିବା ।
ଆମେ ବର୍ତ୍ତମାନ ଏହି ଦେବମାନଙ୍କର ବାହନ ଗୁଡ଼ିକର ଅର୍ଥ ବିଷୟରେ ଚିନ୍ତା କରିବା । ଏହି ତିନି ବାହାନ ହେଲେ ଗରୁଡ଼, ନନ୍ଦୀ ଏବଂ ହଂସ । ଆମେ ଏହି ବାହାନତ୍ରୟଙ୍କୁ ମଧ୍ୟ ଗୋଟିଏ ନାମରେ ପରିଚିତ କରାଇପାରିବା । ତିନିଦେବତାଙ୍କୁ ଯଦି ଆମେ ବିହଗ ବାହାନ କହିବା, ତାହାହେଲେ ସାମ୍ୟ ଆସିଯିବ । ବି-ବୃଷଭ, ହ-ହଂସ, ଗ-ଗରୁଡ଼ । ତେଣୁ ସବୁ ଦେବତା ମାନଙ୍କର ବାହାନ ଗୁଡ଼ିକ ପାଇଁ ଗୋଟିଏ ଶବ୍ଦ ହୋଇଗଲା । ଶଙ୍କର ଶିଷ୍ୟ ଏହି ଭାବରେ ହିଁ ଶ୍ରୀପତି ଶବ୍ଦଟି ବ୍ୟବହାର କରିଛନ୍ତି । ସେଥିରେ ସଜ୍ଜନସଙ୍ଗ ଶବ୍ଦଟି ମଧ୍ୟ ସେ ପ୍ରୟୋଗ କରିଛନ୍ତି । ସେ କହିବାର ଅର୍ଥ ହେଲା କେବଳ ସତସଙ୍ଗ ହିଁ ଦୁଷ୍ଟଚିନ୍ତାକୁ ଦୂର କରିପାରିବ ।
ଶ୍ଲୋକଟିର ଚତୁର୍ଥ ପାଦରେ ଦୀନ-ଦୁଃଖୀଙ୍କୁ ଧନଦାନ କରିବା ପାଇଁ କୁହାଯାଇଛି । ସନ୍ନ୍ୟାସୀମାନଙ୍କର ତ ପରିବାର ନାହିଁ, ସେମାନଙ୍କୁ ଦାନ କରିବା ଏତେ ଆବଶ୍ୟକ ନାହିଁ, ବରଂ ଦୁଃଖୀ ପରିବାରର ଦୁଃଖମୋଚନ ପାଇଁ ଯଥାସମ୍ଭବ ଦାନ କରିବା ଉଚିତ । ଯାହା ରୋଜଗାର କରିବ, ସେଥିରୁ କିଛି ଅଂଶ ଭବିଷ୍ୟତ ପାଇଁ ଓ ପିଲାମାନଙ୍କ ପାଇଁ ସଞ୍ଚୟ କରିବ, କିଛି ଅଂଶ ସତକର୍ମ, ଦାନ-ଧର୍ମରେ ଖର୍ଚ୍ଚ କରିବ । ତାହାହେଲେ ଯାଇ ଧନର ସତବିନିଯୋଗ ହେଲା ବୋଲି କୁହାଯିବ । ଅଧିକାଂଶ ଲୋକ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର କାମନା ପୂର୍ଣ୍ଣ ହେଲେ । ନିଜର ଅଭିଳାଷ ଅନୁସାରେ ଜୀବନ ନ ଚାଲିଲେ ଈଶ୍ୱରଙ୍କୁ ବିଶ୍ୱାସ କରୁଛ କିଏ? ମାତ୍ର ଏସବୁ ବିଚାର ସହିତ ଈଶ୍ୱରଙ୍କ ଅସ୍ତିତ୍ୱର କିଛି ସମ୍ବନ୍ଧ ନାହିଁ । ମନର ଦୁଷ୍ଟ ଭାବନା କ୍ରମଶଃ ଅଭ୍ୟାସରେ ପରିଣତ ହୋଇଯାଏ । ଏହି ଦୁରାଭ୍ୟାସକୁ ନିସ୍ପୃହ ସାଧନା ବିଧି ଦ୍ୱାରା ଦୂର କରିହେବ ନାହିଁ । ଗୋଟିଏ ଛୋଟ କଥନିକାଟି ଉପସ୍ଥାପନ କରୁଛି ।  ଜଣେ ଲୋକ ଅଗ୍ନିମାନ୍ଦ୍ୟ ରୋଗ ଭୋଗୁଥିଲେ । ସେ ଅନେକ ଔଷଧ ଖାଇଲା, ମାତ୍ର କିଛି ଲାଭ ହେଲା ନାହିଁ । ରୋଗଟି କ୍ରମଶଃ ଚିରସ୍ଥାୟୀ ହୋଇଗଲା । ସୌଭାଗ୍ୟକୁ ସେଠାକୁ ଜଣେ ସାଧୁ ଆସିଲେ, ଆଉ ତାର ରୋଗର ଉପଶମ ପାଇଁ ତାକୁ ପାଟିରେ ଖଣ୍ଡ ଲୁଣ ରଖି ଶୋଷିବାକୁ କହିଲେ ।  ଜଣେ ଦୋକାନୀ ସେ ଲୋକଟି ପାଟିରେ ଲୁଣ ରଖିବା କଥାଟି ଜାଣିଥିଲା ତେଣୁ ଲଡୁ ଚାଖିବା ଆଗରୁ ପ୍ରଥମେ ତାକୁ ପାଟି ଭଲ କରି ଧୋଇବାକୁ କହିଲା । ପାଟି ଧୋଇସାରିଲା ପରେ ଲୋକଟି ଲଡୁ ଚାଖି ଦେଖିଲା ଠିକ ମିଠା ଲାଗୁଛି । ଦୁରାଭ୍ୟାସର ବଶ ଥିବାଯାଏ ଆମ୍ଭେମାନେ ସତସଙ୍ଗର ମଧୁରତା, ପବିତ୍ରତା ଅନୁଭବ କରି ପାରିବା ନାହିଁ । ମନକୁ ନିର୍ମଳ କଲେ ଯାଇ ଆମେ ସତସଙ୍ଗ ଦ୍ୱାରା ଉପକୃତ ହେବା, ଆଉ ଆତ୍ମାର ଆନନ୍ଦ ପାଇପାରିବା । 
ସୌର ଚନ୍ଦ୍ର ମହାପାତ୍ର,ମୋ : ୯୪୩୭୦୦୪୪୬୬