ଉଚ୍ଛେଦକୁ ବିରୋଧ କଲେ ରମେଶ ମାଝୀ 

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଉମରକୋଟ, ଝରିଗାଁ, ରାଇଘର ଅଞ୍ଚଳରେ ପ୍ରାୟ ୫୦ ବର୍ଷରୁ ଊଦ୍ଧ୍ୱର୍ ହେବ ଗାଁ ଗହଳିରେ ଛୋଟିଆ ଘର ଟିଏ ଦୋକାନ କରି ଚଳୁଥିବା ଏହି ନୀରିହ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଗୋଟିଏ ନୋଟିସ୍ କରି ଘର ସବୁ ଭାଙ୍ଗି ଦେଇଛନ୍ତି । ସେମାନଙ୍କ ପାଇଁ କୌଣସି ଥଇଥାନର ବ୍ୟବସ୍ଥା କରିନାହିଁ ଜିଲ୍ଲା ପ୍ରଶାସନ । ଝରିଗାଁ ବ୍ଲକର ହାତୀ ବାଡି ଗ୍ରାମରେ ୨୮ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଥିବାବେଳେ ଉମରକୋଟର ମେନ୍ଦା ବେଡାର ରାସ୍ତା କଡରେ ଦୋକାନ କରି ଚଳୁଥିବା ୧୭ଟି ଦୋକାନ ଘର ଗୁଡିକ ପ୍ରଶାସନ ଭାଙ୍ଗି ଦେଇଛନ୍ତି । ଏ ନେଇ ସିଧା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାର୍ଗେଟ କରିଛନ୍ତି ରମେଶ ମାଝି । ସେ କହିଛନ୍ତି, ଯେତେବେଳେ ରାଜ୍ୟରେ ବିଜୁ ଜନତା ଦଳ ଶାସନ କରୁଥିଲା, ସେତେବେଳେ ବିରୋଧୀ ଦଳର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଭୁବନେ୍ଦାବସ୍ତ କେବେ ହେବ ବୋଲି ପ୍ରଶ୍ନ ଉଠାଇଥିଲେ । ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର । ରାଜ୍ୟରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟଭାର ସମ୍ଭାଳି ବର୍ଷେ ହେଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କେବଳ ରଙ୍ଗ ବଦଳାଯାଉଛି, କୌଣସି ଆଖି ଦୃଶିଆ କାମ ହେଉନାହିଁ ।  ତେବେ ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ରାଜରାସ୍ତାକୁ ଓହ୍ଲାଇ ନୀରିହ ଲୋକଙ୍କ ପାଇଁ ଲଢେଇ କରିବା ନେଇ ଚେତାବନୀ ଦେଇଛନ୍ତି ।