ଉଦ୍ଭିଦ ବିଜ୍ଞାନ ବିଭାଗର ଆଲୋଚନାଚକ୍ର

 ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ ତ୍ରି ବିତ୍ ପତି (ଭୂଗୋଲକ ଉଷ୍ମତା, ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା) ଆମ ଗ୍ରହର ସଙ୍କଟର ସୁଚାଳନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ମମତା ବିରଗାଣ୍ଠିଆଙ୍କ ସଂଯୋଜନା ଓ ପ୍ରଫେସର ଅମିତାଭ କରଣଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଏସ. ଏନ. କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଭାଗିରଥି ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଚାନ୍ଦବାଲି କଲେଜ ର ବର୍ତ୍ତମାନ ର ଅଧ୍ୟକ୍ଷ ଡ଼ ତରଣୀ ସେନ ପଣ୍ଡା ପ୍ରମୁଖ ଯୋଗଦେଇ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଲୋଚନା ଚକ୍ରରେ ପ୍ରଫେସର ତୃପ୍ତି ରାଉତ, ପ୍ରଫେସର ଶରତ ଚନ୍ଦ୍ର ବାରିକ, ଡ଼ ସଞ୍ଜୀବ କୁମାର ଦାଶ, ଡ଼ ଅଜୟ କୁମାର କୁଣ୍ଡ, ଡ଼. ପ୍ରଦୀପ ଦାସ, ଡ଼ ରଞ୍ଜନ ରଥ, ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ, କାଜଲ ଜ୍ୟୋତି ସାହୁ, ରଘୁନାଥ ଓଝା, ପ୍ରଫୁଲ୍ଲ ବେହେରା, ପରମେଶ୍ୱର ଧଳଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପ୍ରଭାକର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଶତାଦ୍ଦି ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀ ଆୟସା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।