କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଦୀପ୍ତିମୟୀ ଓ ଇତିଶ୍ରୀ ମନୋନୀତ
ଭଦ୍ରକ: ଚେନ୍ନାଇରେ ଆରମ୍ଭ ହେବାକୁଥିବା ୪୬ତମ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ୨୩ ଡିସେମ୍ବର ରୁ ଆରମ୍ଭ ହୋଇ ୨୮ ଡିସେମ୍ବର ୨୦୨୪ରେ ସରିବ । ପ୍ରତିଯୋଗିତା ପାଇଁ ଓଡିଶା ତାର ଖେଳାଳୀଙ୍କ ନାମ ଘୋଷଣା କରିଛି । ଏହି ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ଦିପ୍ତୀମୟୀ ଦାସ ଏସ୍ବିଡି ଇଣ୍ଟରନେସନାଲ୍ ସ୍କୁଲ ର ଯୁକ୍ତ ଦୁଇ କଳା ଦିତୀୟ ବର୍ଷର ଛାତ୍ରୀ ଓ ଇତିଶ୍ରୀ ପାତ୍ର, ଆଟିଆଇ ଭଣ୍ଡାରୀପୋଖରୀ ଛାତ୍ରୀ ସ୍ଥାନ ପାଇଛନ୍ତି । ଏହି ସଫଳତା ପଛରେ ଏସବିଡି ଇଣ୍ଟରନ୍ୟାସନାଲ ସ୍କୁଲ୍ କ୍ରିଡା ଶିକ୍ଷକ ମନୋଜ କୁମାର ସାହୁଙ୍କ ପ୍ରଚେଷ୍ଟା ରହିଥିବା ବେଳେ, ଏସ୍ବିଡି ଇଣ୍ଟରନେସନାଲ୍ ସ୍କୁଲ ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା ଓ ଚେୟାରମେନ୍ ଦେବାଶିଷ୍ ଦିକ୍ଷୀତ୍, ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସିରାଜୁଦିନ୍ ଖାନ୍ କୋଚ୍ ସେକ୍ ଗୋଲାପ ଶୁଭେଚ୍ଛା । ଜଣାଇବା ସହିତ ସେ କିପରି ଜାତୀୟସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।